ଗଣିଆ,୩ା୭(ଡି.ଏନ.ଏ.)- ଗଣିଆ ବ୍ଲକର ଛାମୁଣ୍ଡିଆସ୍ଥିତ କୁଞ୍ଜବିହାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବ ସାଙ୍ଗକୁ ଶିକ୍ଷକ ପଦବୀ ପୂରଣ ହୋଇପାରି ନାହିଁ। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ଆସନ୍ତା ୮ତାରିଖରୁ ସ୍କୁଲ ବନ୍ଦ କରାଯାଇ ଆନ୍ଦୋଳନ କରାଯିବ ବୋଲି ଛାତ୍ରାଭିଭାବକ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲୁରହିବ ବୋଲି ଛାତ୍ରାଭିଭାବକ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି ା ଏ ନେଇ କମିଟି ତରଫରୁ କନ୍ଧମାଳ ଏମ୍ପି, ଦଶପଲ୍ଲା ବିଧାୟକ, ନୟାଗଡ଼ ଜିଲାପାଳ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ବ୍ଲକ ପ୍ରଶାସନର ପଦାଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯାଇଛି ା ସୂଚନାଯୋଗ୍ୟ, ଏକଶହ ବର୍ଷରୁ ଊର୍ଦ୍ଧ୍ୱ ଏହି ବିଦ୍ୟାଳୟ ଶ୍ରେଣୀଗୃହଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଥିଲା। ଗତ ଫନୀ ବାତ୍ୟା ପ୍ରଭାବରେ ଶ୍ରେଣୀଗୃହର ଛପର ଉଡିଯିବା ସହ କାନ୍ଥଗୁଡିକ ଭାଙ୍ଗିରୁଜି ଯାଇଥିଲା। ନୂତନ ପକ୍କା ଶ୍ରେଣୀଗୃହ ନିର୍ମାଣ ପାଇଁ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ବିଭିନ୍ନ ସମୟରେ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ବିଦ୍ୟାଳୟର ସମସ୍ୟା ପ୍ରତି ପ୍ରଶାସନିକ ଅବହେଳା ନେଇ ସ୍ଥାନୀୟ ବାସନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିସ୍ଥଳେ ଗତ ସୋମବାର ଗଣିଆ ବିଡିଓ ମାନସ ରଞ୍ଜନ ସାମଲ ଓ ଏବିଡିଓ ସରୋଜ କୁମାର ନାୟକ ଛାମୁଣ୍ଡିଆ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚତ୍ ସରପଞ୍ଚଙ୍କୁ ଚତୁର୍ଦ୍ଦଶ ଅର୍ଥ କମିଶନ ଫଣ୍ଡରୁ ଦେଢଲକ୍ଷ ଟଙ୍କା ମଞ୍ଜୁର କରି ମରାମତି କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ା ହେଲେ ଛାତ୍ରାଭିଭାବକ କମିଟି ପ୍ରସ୍ତାବରେ ରାଜି ନ ଥିବା ଜଣାପଡିଛି ା କମିଟି ସଦସ୍ୟଙ୍କ କହିବା କଥା ବିଦ୍ୟାଳୟର ବହୁ ଶ୍ରେଣୀଗୃହ ବିପଦପୂର୍ଣ୍ଣ ଥିବା ନେଇ ପୂର୍ବରୁ ସରକାରୀ ଭାବେ ଘୋଷଣା କରାଯାଇଛି। ଏହାକୁ ଭଙ୍ଗାଯାଇ ନୂତନ ଗୃହ ନିର୍ମାଣ କରିବା ବଦଳରେ ପ୍ରଶାସନିକ ଅଧିକାରୀମାନେ ଜରାଜୀର୍ଣ୍ଣ ଥିବା ଗୃହଗୁଡିକର ମରାମତି ପାଇଁ ପ୍ରସ୍ତାବ ଦେବା ଦୁର୍ଭାଗ୍ୟଜନକ। କୋମଳମତି ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ତୁରନ୍ତ ନୂତନ ପକ୍କାଗୃହ ନିର୍ମାଣ କରିବାକୁ ସେମାନେ ଦାବି କରିଛନ୍ତି।
୪ ଦିନ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ, ଚପଲ ଭାସିବା ପରେ….
ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲା ଥାନା ବାଟେଣି ପୋଖରୀରେ ମୃତଦେହ ଭାସୁଥିବା ଦେଖାଯାଇଛି । ନିଖୋଜର ୪ଦିନ ପରେ ଗୁରୁବାର ମିଳିଲା ମୃତଦେହ । ମୃତକ…
ବିଦ୍ୟାଳୟକୁ ମଦ ପିଇ ଆସିଲେ ଛାତ୍ର, ନିଶାରେ ଚେତାଶୂନ୍ୟ ହୋଇ କଲେ……
ନୟାଗଡ଼,୧୨।୨(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ସହରାଞ୍ଚଳ ଦଶପଲା ବାଳକ ଉଚ୍ଚ ବିଦ୍ୟାଳୟରୁ ଏକ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି । ସ୍କୁଲକୁ ଶିକ୍ଷାର ମନ୍ଦିର କୁହାଯାଉଥିବା…
ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…
ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…
ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ
ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…
କୂଅରୁ ମିଳିଥିଲା ଛାତ୍ରଙ୍କ ମୃତଦେହ: ୨ ଶିକ୍ଷୟିତ୍ରୀ ନିଲମ୍ବିତ
ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…
ସ୍କୁଲରୁ ଶୌଚ ପାଇଁ ଯାଇ ଆଉ ଫେରିନଥିଲେ, ଆଜି କୂଅରୁ ମିଳିଲା ମୃତଦେହ
ନୟାଗଡ଼, ୪।୨( ଲୋକନାଥ ମିଶ୍ର/ ସନ୍ତୋଷ ପ୍ରଧାନ): ନୟାଗଡ଼ ଜିଲା ଗଣିଆ ଥାନା ବିଜୟନଗର ଗ୍ରାମର ନିଖୋଜ ଜଣେ ସ୍କୁଲ ଛାତ୍ରଙ୍କ ମୃତଦେହ ବୁଧବାର କୂଅରୁ ଉଦ୍ଧାର…
କଶ୍ମୀରରେ ହୃଦ୍ଘାତରେ ଓଡ଼ିଆ ଯବାନଙ୍କ ମୃତ୍ୟୁ, ଗାଁରେ ଶୋକାକୁଳ ପରିବେଶ
ନୟାଗଡ଼,୨୯।୧(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ଆନନ୍ଦପଲ୍ଲୀ ଗାଁର ଯବାନ ଜିତୁ ବେହେରା(୩୧) ଜାନୁଆରୀ ୨୬ରେ କଶ୍ମୀରରେ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ଜିତୁଙ୍କ ମରଶରୀର ବୁଧବାର…
ପିସ୍ତଲ ଗୁଳିଠାରୁ ରଣପୁର ଠେଙ୍ଗାପ୍ରହାର ଶକ୍ତିଶାଳୀ: ବ୍ରିଟିଶ ପାର୍ଲିଆମେଣ୍ଟକୁ ଯାଇଥିଲା ୫୦୦ ଠେଙ୍ଗା
ନୟାଗଡ,୨୬।୧(ଲୋକନାଥ ମିଶ୍ର): ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍ ପଡ଼ିଆରେ ଜିଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏଥିରେ ୫୦ଟି ପାରେଡ ଟିମ ଭାଗ ନେଇଥିଲେ।…
Archives

