ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର: ଐଶାନ୍ୟ କୋଣରେ ନିର୍ମାଣ ହେବ ରୋଷଘର

ପୁରୁଣା ଭୁବନେଶ୍ୱର, ୨୦ା୭ (ଡି.ଏନ୍‌.ଏ.): ଐତିହ୍ୟ ଅନନ୍ତ ବାସୁଦେବ ମନ୍ଦିରର ରୂପରେଖ ବଦଳିବ। ବର୍ଷ ବର୍ଷ ଧରି ମନ୍ଦିର ପରିସରରେ ଥିବା ରୋଷଘର ମନ୍ଦିରର କାରୁକାର୍ଯ୍ୟ ନଷ୍ଟ କରୁଛି। ଏପରିକି ଏହି ରୋଷଘରରେ ଅବଡ଼ା ପ୍ରସାଦ ପ୍ରସ୍ତୁତ ହେଲାବଳେ ଅନେକଥର ନିଅଁାଲାଗି ରୋଷଘରଗୁଡ଼ିକ ସମ୍ପୂର୍ଣ୍ଣ ଜଳିଯାଇଥାଏ। ଘର ପୋଡ଼ିରେ ପ୍ରବଳ ଧୂଅଁା ନିର୍ଗତ ହେବାରୁ ମନ୍ଦିରଟିର ପରିପାଟି ନଷ୍ଟ ହୋଇଯାଏ। ତେଣୁ ଏଭଳି ସମସ୍ୟା ବହୁ ବର୍ଷ ପୂର୍ବରୁ ଦେଖାଦେଇଥିଲେ ହେଁ ପ୍ରତିକାର ସ୍ବରୂପ ନଁା ମନ୍ଦିର ପ୍ରଶାସନ ନା ଏଏସଆଇ କୌଣସି ବାଟ ଖୋଜିପାଇପାରୁ ନ ଥିଲେ। ଏହି ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବାପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗତବର୍ଷ ୮କୋଟି ବ୍ୟୟ ହୋଇଛି। ଖୁବ୍‌ଶୀଘ୍ର ଏହି କାର୍ଯ୍ୟର ଶୁଭାରମ୍ଭ ହେବ। ସୂଚନା ଥାଉକି ମନ୍ଦିର ଐଶାନ୍ୟ କୋଣରେ ଏକ ରୋଷଘର ନିର୍ମାଣ କରାଯିବ। ଏଥିପାଇଁ ବାସ୍ତୁଅନୁସାରେ ଜାଗା ଚିହ୍ନଟ କରାଯାଇଛି। ୧୫ବର୍ଷ ତଳୁ ବିଏମସି ଦ୍ୱାରା ପ୍ରାୟ ୧୦୦ଟି ରୋଷଗୃହ ଅର୍ଦ୍ଧର୍ନିମିତ ଅବସ୍ଥାରେ ପଡ଼ି ରହିଛି। ଏହା ଦ୍ୱାରା ମନ୍ଦିରକୁ ଧୂଅଁ। ଆବରଣରୁ ରକ୍ଷା କରାଯିବା ସହ ମନ୍ଦିର ବେଢା ପରିକ୍ରମାରେ ଶ୍ରଦ୍ଧାଳୁମାନଙ୍କୁ ସହଜ ଓ ସୁବିଧା ହେବ। ସେହିଭଳି ରୋଷଘରଠାରୁ ଲିଙ୍ଗରାଜ ମନ୍ଦିର କୋଟତୀର୍ଥ ରୋଡ଼କୁ ନୂତନ ରାସ୍ତା ସଂଲଗ୍ନ ହେବ । ଫଳରେ ଅବଡ଼ା ପ୍ରସାଦକୁ ଶ୍ରଦ୍ଧାଳୁମାନେ ପୁରୁଣା ବିନ୍ଦୁସାଗର ରୋଡ଼ ପରିବର୍ତ୍ତେ ଏଠାରୁ ସହଜରେ ନେଇପାରିବେ। ଏଥିପାଇଁ ପ୍ରସାଦ ବୋହିବା ପାଇଁ ମଧ୍ୟ ସ୍ବତନ୍ତ୍ର ଯାନର ବ୍ୟବସ୍ଥା କରାଯିବ। ମନ୍ଦିର ଭିତରେ ଥିବା ସମସ୍ତ ରୋଷଘର ଏବଂ ପିଣ୍ଡିଗୁଡ଼ିକୁ ଉଚ୍ଛେଦ କରାଯିବା ସହ ବେଢାକୁ ପ୍ରସତିକରଣ କରାଯିବ। ଏଭଳି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଥିବାବେଳେ ଗୁରୁବାର ଏଏସଆଇର ଗାଇଡ଼ ଲାଇନ ବିରୋଧରେ ଯାଇ କେତେକ ବ୍ୟକ୍ତି ବାଲି ସିମେଣ୍ଟରେ ପିଣ୍ଡିଟି ନର୍ମାଣ କରିବା ଚର୍ଚ୍ଚାର ବିଷୟ ହୋଇଛି । ଘଟଣା ନେଇ ଏଏସ୍‌ଆଇ ପକ୍ଷରୁ ବିରୋଧ କରାଯାଇଥିଲା। ମାତ୍ର ସମ୍ପୃକ୍ତ ବ୍ୟକ୍ତିମାନେ ଏଥିପ୍ରତି ଭ୍ରୂକ୍ଷେପ ନ କରି ସେମାନଙ୍କର କାର୍ଯ୍ୟଧାରା ଜାରି ରଖିବା ନେଇ ପ୍ରଶାସନର କେଉଁ ଅଧିକାରୀ ପଚ୍ଛଦପଟରେ ରହିଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ଅପରାହ୍ନ ସୁଦ୍ଧା ନିର୍ମାଣକାର୍ଯ୍ୟ ଜୋରସୋର ଜାରି ରହିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବ୍ୟଥିତ କରିଛି । ଏ ନେଇ ଏଏସଆଇର ସଂରକ୍ଷଣ ଅଧୀକ୍ଷକ ତୈଲୋକ ନାଥ ବେହେରା କୁହନ୍ତି, ଆମ୍ଭର ବିରୋଧ ସତ୍ତ୍ୱେ ମନ୍ଦିର ନିଷିଦ୍ଧାଞ୍ଚଳରେ ବେଆଇନ ନିର୍ମାଣ କାର୍ଯ୍ୟ ଜୋର ଜବରଦସ୍ତ ଚଲାଇଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଥମ କାରଣ ଦର୍ଶାଅ ନୋଟିସ୍‌ ପଠାଇବୁ ପରେ ଏଥିରେ ବ୍ୟତିକ୍ରମ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri