Posted inଖେଳ

ଶ୍ରୀସନ୍ଥଙ୍କ ବାସନ୍ଦ ଅବଧି ୭ ବର୍ଷକୁ କମିଲା: ଆସନ୍ତାବର୍ଷ ଅଗଷ୍ଟରେ ଶେଷ ହେବ

ନୂଆଦିଲ୍ଲୀ,୨୧।୮(ପି.ଟି.)- ସ୍ପଟ୍‌ ଫିକ୍ସିଂ ମାମଲରେ ଛନ୍ଦି ହୋଇପଡିଥିବାର ଭାରତୀୟ ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କୁ ଶେଷରେ ଆଶ୍ୱାସ୍ତି ମିଳିଛି। ତଥା କଥିତ ଏହି ଫିକ୍ସିଂ ମମଲାରେ ଦୋଷୀ ସାବ୍ୟସ୍ତ ହୋଇ ସେ ଆଜୀବନ ବାସନ୍ଦ ହୋଇଥିଲେ। ତାଙ୍କୁ ସବୁ ପ୍ରକାର ବ୍ୟବସାୟିକ କ୍ରିକେଟ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ତା ଦ୍ୱାର ଅନୁମୋଦିତ ସବୁ କ୍ରିକେଟ ସଂଘ ସହିତ ଜଡିତ ରହିବା କିମ୍ବା ସଂଘଗୁଡିକର ସବୁ ପ୍ରକାର କାର୍ଯ୍ୟକଳାପରୁ ବାସନ୍ଦ କରାଯାଇଥିଲା। ତେବେ ତାଙ୍କର ଏହି ବାସନ୍ଦ ଅବଧି ୭ ବର୍ଷକୁ କମାଇ ଦିଆଯାଇଛି। ଫଳରେ ଆସନ୍ତା ବର୍ଷ ଅଗଷ୍ଟମାସରେ ତାଙ୍କର ବାସନ୍ଦ ଅବଧି ଶେଷ ହେବ। ମଙ୍ଗଳବାର ଏ ସଂକ୍ରାନ୍ତରେ ବିସିସିଆଇ ଓମ୍ବୁଡ୍ସମ୍ୟାନ୍‌ ଡି.କେ. ଜୈନ ନିର୍ଦ୍ଦେଶ ଜାରି କରିଛନ୍ତି। ଶ୍ରୀସନ୍ଥ ଏପର୍ଯ୍ୟନ୍ତ ୬ ବର୍ଷର ବାସନ୍ଦାଦେଶ କାଟି ସାରିଛନ୍ତି। ଜଣେ କ୍ରିକେଟର ହିସାବରେ ସେ ତାଙ୍କର ଶ୍ରେଷ୍ଠ ସମୟକୁ ହାତଛଡ଼ା କରିସାରିଛନ୍ତ ବୋଳି ଓମ୍ବୁଡ୍ସମ୍ୟାନ ହୃଦୟଙ୍ଗମ କରି ଏହି ନିର୍ଦ୍ଦେଶ ଦେଇଛନ୍ତି।
ଶ୍ରୀସନ୍ଥ ଏବେ ୩୬ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୨୦୧୩ରେ ଶ୍ରୀସନ୍ଥଙ୍କ ସମେତ ତାଙ୍କ ରାଜସ୍ଥାନ ରୟାଲ୍ସ ସାଥୀ ଖେଳାଳି ଅଜିତ୍‌ ଚାଣ୍ଡିଲା ଓ ଅଙ୍କିତ ଚାଭନଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସ୍ପଟ୍‌ ଫିକ୍ସିଂ ମାମଲରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଫଳରେ ବିସିସିଆଇ ଏହି ୩ଜଣ କ୍ରିକେଟରଙ୍କୁ ଆଜୀବନ ବାସନ୍ଦ କରିଥିଲା। ତେବେ ଗତ ମାର୍ଚ୍ଚ ୧୫ ତାରିଖରେ ସୁପ୍ରିମକୋର୍ଟ ବିସିସିଆଇ ଶୃଙ୍ଖଳାଗତ କମିଟିର ଏହି ବାସନ୍ଦାଦେଶକୁ ବଦଳାଇ ଦେଇଥିଲେ। ଏବେ ଅଗଷ୍ଟ ୭ ତାରିଖରେ ଜୈନ ନିଜର ରାୟ ଶୁଣାଇଥିଲେ। ବାସନ୍ଦ ୭ ବର୍ଷକୁ କମାଇବା ସହ ଆସନ୍ତାବର୍ଷ ଅଗଷ୍ଟରେ ଶ୍ରୀସନ୍ଥ ଖେଳିପାରିବେ ବୋଲି ସେ ନିର୍ଦ୍ଦେଶ ଦେଇଥିଲେ।
ଶ୍ରୀସନ୍ଥଙ୍କ ବୟସ ଏବେ ୩୫ ବର୍ଷ ହୋଇଥିବାରୁ, ଜଣେ ଦ୍ରୁତ ବୋଲର ହିସାବରେ ସେ ତାଙ୍କ ଶ୍ରେଷ୍ଠ ସମୟ ହାତଛଡ଼ା ହୋଇସାରିଛି ବୋଲି ଜୈନ କହିଛନ୍ତି। ତେଣୁ ତାଙ୍କ ବାସନ୍ଦ ଅବଧିକୁ ୭ ବର୍ଷକୁ କମାଇବା ନ୍ୟାୟୋଚିତ ହେବ। ୨୦୧୩ ସେପ୍ଟେମ୍ବର ୧୩ରୁ ଏହି ବାସନ୍ଦ ଅବଧି ଆରମ୍ଭ ହୋଇଥିଲା। ଏବେ ଏହା ଆସନ୍ତାବର୍ଷ ଅଗଷ୍ଟରେ ଏହା ଶେଷ ହେବ।
ଗତ ଏପ୍ରିଲରେ ଅଶୋକ ଭୁଷଣ ଓ କେ.ଏମ୍‌. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ ଜୈନଙ୍କୁ ୩ ମାସ ମଧ୍ୟରେ ଏ ସଂକ୍ରାନ୍ତରେ ବାସନ୍ଦ ଅବଧି ବା ଦଣ୍ଡର ପରିମାଣ ନେଇ ଅନ୍ତିମ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟେ ବିସିସିଆଇ ଗତ ଫେବୃୟାରୀ ୨୮ରେ ଶ୍ରୀସନ୍ଥଙ୍କ ବାସନ୍ଦଦେଶକୁ ଉଚିତ ବୋଲି କହିଥିଲା। ସେ ମ୍ୟାଚ୍‌ର ଫଳାଫଳକୁ ଅସଦ୍‌ ଉପାୟରେ ନିୟନ୍ତ୍ରଣ କରିବାକୁ ପ୍ରୟାସ କରିଥିଲେ ବୋଲି ବିସିସିଆଇ ଯୁକ୍ତି ବାଢିଥିଲା। ଶ୍ରୀସନ୍ଥଙ୍କ ଓକିଲ ଏହାକୁ ଦୃଢ଼ ଭାବେ ଖଣ୍ଡନ କରିଥିଲେ ଓ ଆଇପିଏଲ ମ୍ୟାଚ୍‌ ଅବରସରେ କୌଣସି ସ୍ପଟ୍‌ ପିକ୍ସିଂ ହୋଇ ନ ଥିଲା ଓ ଏ ସଂକ୍ରାନ୍ତରେ କୌଣସି ଠୋସ୍‌ ପ୍ରମାଣ ନାହିଁ ବୋଲି ପାଲଟା ଯୁକ୍ତି ଉପସ୍ଥାପନା କରିଥିଲେ।
ବିରଷ୍ଠ ଆଇନଜୀବୀ ପରାଗ ତ୍ରିପାଠୀ ବିସିସିଆଇ ତରଫରୁ ଶ୍ରୀସନ୍ଥଙ୍କ ବିରୋଧରେ ଯୁକ୍ତି ବାଢ଼ିଥିଲେ। ଏ ସଂକ୍ରାନ୍ତରେ ଟେଲିଫୋନ ବାର୍ତ୍ତାଳାପର ପ୍ରମଣ ଦେଇଥିଲେ। ସ୍ପଟ୍‌ ଫିକ୍ସିଂ ନେଇ ଟଙ୍କାର କାରବାର ହୋଇଛି ବୋଲି ସେ ଦାବି କରିଥିଲେ। ସ୍ପଟ୍‌ ଫିକ୍ସିଂ ପାଇଁ ଶ୍ରୀସନ୍ଥଙ୍କୁ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା। ୨୦୧୩ ମେ’ରେ ମୋହାଲିରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଏକାଧଶ ପଞ୍ଜାବ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ଶ୍ରୀସନ୍ଥ ତଙ୍କ ଦ୍ୱିତୀୟ ଓଭରରେ ୧୪ ରନ ବ୍ୟୟ କରିବା ପାଇଁ ଟଙ୍କା ଗ୍ରହଣ କରିଥିଲେ ବୋଲି ତ୍ରିପାଠୀ କହିଥିଲେ। ତେବେ ଶ୍ରୀସନ୍ଥ ମଧ୍ୟ ଏହି ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ଓ ସେ ନିର୍ଦ୍ଦୋଷ ବୋଲି କହିଆସିଥିଲେ। ଉଲ୍ଲେଖଥାଉ କି, କେରଳର ଏହି ଦ୍ରୁତ ବୋଲର ୨୭ଟି ଟେଷ୍ଟ ଓ ୫୩ଟି ଦିନିକିଆ ଓ ୧୦ଟି ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ସବୁ ଫର୍ମାଟରେ ସେ ମୋଟ ୧୬୯ଟି ଉଇକେଟ ହାସଲ କରିଛନ୍ତି। ଶେଷଥର ପାଇଁ ସେ ୨୦୧୧ରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri