ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଫିସ୍‌ରେ ତାଲା

ପୁରୁଣା ଭୁବନେଶ୍ୱର,୩୧ା୧୦ (ଡି.ଏନ.ଏ.): ଶ୍ରୀଲିଙ୍ଗରଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟାଳୟରେ ବୁଧବାର ହଠାତ୍‌ ପୂର୍ବାହ୍ନ ୧୦ଟାରେ କେତେଜଣ ସେବାୟତ ପହଞ୍ଚତ୍ଥିଲେ। କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଅଫିସ୍‌ ବାହାରକୁ ଆସିବାକୁ କହିଥିଲେ। ପରେ ସେମାନେ ତାଙ୍କର ଏକ ବାଇକ୍‌କୁ ଭଙ୍ଗାରୁଜା କରିଥିଲେ। ଶେଷରେ ତାଙ୍କୁ ଅଫିସ୍‌ ଗୃହକୁ ତାଲା ପକାଇ ଦେଇଥିଲେ। କିଛି ପୋଷ୍ଟର ଅଫିସ୍‌ କବାଟ ଏବଂ କାନ୍ଥରେ ମାରି ଦେଇଥିଲେ। ସେଥିରେ ଆମର ଦାବି ସିନିୟର ଓଏଏସ୍‌ ଅଧିକାରୀ ନିଯୁକ୍ତି ଲେଖାଯାଇଥିଲା। ରାଜ୍ୟ ସରକାର ଏହା ନ କଲେ ମନ୍ଦିର କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ। ଏହାକୁ ନେଇ ବିଭିନ୍ନ ମହଲରେ ନାନା ପ୍ରଶ୍ନ ଉଙ୍କି ମାରିବା ସହ ଘଟଣାକୁ ନେଇ ନିନ୍ଦା କରାଯାଇଛି। ଘଟଣାକୁ ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସାହୁ ଲିଙ୍ଗରାଜ ଥାନାରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି ଏବଂ ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚୀକାନ୍ତ ପୂଜାପଣ୍ଡାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନାରେ ଦଫା ୩୪୧, ୨୮୩, ୨୯୪, ୫୦୬, ୪୪୮, ୫୫୩, ୩୪୨, ୩୦୭, ୪୨୭, ୧୮୯, ୫୦୪, ୩୪ ଆଇପିସିରେ ନଂ. ୨୧୦/୧୯ରେ ମାମଲା ରୁଜୁ ହୋଇଛି। ତେବେ କ’ଣ ପାଇଁ ସେବାୟତ ନିଯୋଗ ଦ୍ୱୟ ଏଭଳି ପଦକ୍ଷେପ ନେଲେ ସେ ନେଇ ସଚ୍ଚୀକାନ୍ତ ପୂଜାପଣ୍ଡାଙ୍କୁ ପଚାରିବାରେ ୨୦୧୫ ପର୍ଯ୍ୟନ୍ତ ଟ୍ରଷ୍ଟବୋଡର୍ର୍ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଜଣେ ଓଏଏସ୍‌ଙ୍କୁ ନିଯୁକ୍ତି ଦିଆଯାଉଥିଲା। ସେବେଠାରୁ ଓଆରଏସଙ୍କୁ ନିଯୁକ୍ତ ଦିଆଯାଉଛି। ମନ୍ଦିର ଅପରିସ୍କାର ରହିବା, ଅନେକ ଛୋଟ ମନ୍ଦିରରେ କୁଢୁଆ ଆସବାବ ପଡିବା, ମନ୍ଦିରରେ ଆଲମିରା ଖଟ ବିକ୍ଷିପ୍ତ ଭାବେ ପଡୁଛି। ତେଣୁ ଠାକୁରଙ୍କ ଯାନିଯାତ୍ରା ଠିକ୍‌ ସମୟରେ ହେଉନାହିଁ। ତେଣୁ ଜଣେ ଦକ୍ଷ ଅଫିସର ଏହା କରିପାରିବ ନେଇ ଏଭଳି ପଦକ୍ଷେପ ନେଇଛୁ ବୋଲି ସେ କହିଥିଲେ। ୯ା୭ା୧୮ରେ ଚିଠି ନଂ. ୧୨୭/୨୮ରେ ଆମେ ଓଏସଏସ ନିଯୁକ୍ତି ପାଇଁ ଦେବୋତ୍ତର କମିଶନରଙ୍କୁ ଜଣାଇଥିଲୁ। ଏ ନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କୁହନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ୧୯୪୭ରୁ ଟ୍ରଷ୍ଟ ବୋର୍ଡ ହେବାଠାରୁ ଜଣେ କାର୍ଯ୍ୟରତ ଅଧିକାରୀଙ୍କୁ କେବେ କେଉଁ ସମୟରେ ତାଲା ପକାଇ ଏପରି ପ୍ରତିବାଦ କରାଯାଇ ନ ଥିଲା। ପୋଷ୍ଟରରେ ସେବାୟତଗଣ ଲେଖାଯିବା ଭୁଲ। ଆମେ ସେଥିରେ ନାହୁଁ। ସେବାୟତଗଣ କହିଲେ ଛତିଶା ନିଯୋଗକୁ ବୁଝାଏ। ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହି ଘଟଣାକୁ ବୁଧବାର ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିନ୍ଦା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

ବିଚ୍‌ ରାସ୍ତାରେ ପଡ଼ିଛି ନବଜାତ ଶିଶୁର ମୃତଦେହ, ଜନ୍ମ ପରେ…

ରାୟଗଡ଼ା,୨୦ା୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ାରେ ପୁଣି ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ। ସହରର ଗୋଦାବରୀଶ ନଗର ତଥା ରାୟଗଡ଼ା କଲେଜ ପଛ ପାର୍ଶ୍ୱ ବିଚ୍‌…

ଦେଶର ଖଣିଜ ଉତ୍ପାଦନକୁ ଓଡ଼ିଶାର ଯୋଗଦାନ ୪୩.୭

ଭୁବନେଶ୍ୱର,୨୦ା୨: ଦେଶର ଅର୍ଥନୀତିର ଚକକୁ ଗତିଶୀଳ କରିବାରେ ଓଡ଼ିଶାର ଖଣି ସମ୍ପଦ ସବୁଠାରୁ ବଡ଼ ଭୂମିକା ଗ୍ରହଣ କରିଛି। ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଅବଦାନ…

ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୃତ୍ତ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରରେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଛି। ଛତ୍ରପୁର ଥାନା ଅଧୀନ ରିକାପଲ୍ଲୀ ଗେଟ୍‌ ପାଖରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି।…

ଚାଞ୍ଚଲ୍ୟ: ସତସଙ୍ଗ ବିହାର ପାର୍କ ନିକଟରେ ମହିଳାଙ୍କୁ ଖଣ୍ଡାରେ ଆକ୍ରମଣ

ଭୁବନେଶ୍ୱର,୨୦ା୨: ରାଜଧାନୀରେ ପୁଣି ବୁଲିଲା ଖଣ୍ଡା। ଦିନ ଦ୍ୱିପ୍ରହରରେ ଜଣେ ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ୱର ସତସଙ୍ଗ ବିହାର ପାର୍କ ନିକଟରେ ଘଟିଥିବା ଏହି…

୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯିବା ଘଟଣା: ତଦନ୍ତ ଆରମ୍ଭ କଲା ଯୋଗାଣ ବିଭାଗ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନକିଣାରେ ଫଲ୍ସ ଏଣ୍ଟ୍ରି ଜଣାପଡ଼ିଛି। ୫ମିନିଟ୍‌ ବ୍ୟବଧାନରେ ଗୋଟିଏ ଗାଡ଼ିରେ ୨ମିଲକୁ ଧାନ ଯାଇଥିବା ଘଟଣା ଜଣାପଡ଼ିବା ପରେ ବରଗଡ଼ ଜିଲା…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଅପରେସନ୍ ବ୍ଲାକ୍‌ ଫରେଷ୍ଟ-୨: ଅଣ୍ଟା ଭିଡ଼ିଛନ୍ତି ୨ହଜାରରୁ ଊର୍ଦ୍ଧ୍ୱ ଯବାନ

ମାଲକାନଗିରି,୨୦।୨: ମାଓବାଦୀଙ୍କ ବିରୋଧରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ସଫଳତା। ‘ଅପରେସନ୍ ବ୍ଲାକ୍ ଫରେଷ୍ଟ-୨’ରେ ଟଳିଛନ୍ତି ୫ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ। ଛତିଶଗଡ଼ ଓ ତେଲଙ୍ଗାନା ସୀମାନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri