ଶ୍ରୀଲିଙ୍ଗରାଜ ମନ୍ଦିର ଅଁଳାବେଢ଼ାରେ ମହୁଫେଣା ବିପଦ

ପୁରୁଣା ଭୁବନେଶ୍ୱର,୧୮।୨(ଡି.ଏନ୍‌.ଏ.):  ମହାଶିବରାତ୍ରିରେ ସମର୍ଥା ସେବାୟତ ପରମ୍ପରା ଅନୁଯାୟୀ ମନ୍ଦିର ଚୁଡ଼ାକୁ ମହାଦୀପ ଉଠାଇଥାନ୍ତି। ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆଗେଇ ଚାଲିଥିବାବେଳେ ମନ୍ଦିର ଚୁଡ଼ାରେ ଅଁଳା ତଳେ ଥିବା ମହୁଫେଣା ବିପଦ ଆଶଙ୍କା ସୃଷ୍ଟି କରିଛି। ଅଗ୍ନି ଧାସରେ ମହୁଫେଣାରେ ମହୁମାଛି ଗୁଡ଼ିକ ଆକ୍ରମଣାତ୍ମକ ନ ହେବାପାଇଁ ପ୍ରଶାସନ ପକ୍ଷରୁ ନିଅଁ। ଲଗାଇ ସେଗୁଡ଼ିକୁ ପୋଡ଼ି ଦେଇଥାନ୍ତି। ଏହାକୁ ବହୁ ପ୍ରାଣୀପ୍ରେମୀ ବିରୋଧ କରିବା ସହ ଚଳିତବର୍ଷ ମହାଦୀପ ଉଠିବାର ଦୀର୍ଘଦିନରୁ ମହୁମାଛି ଗୁଡ଼ିକୁ ଅନ୍ୟତ୍ର ଘଉଡ଼ାଇଦେବା ପାଇଁ ଦାବି ହୋଇଛି। ଏହାଦ୍ୱାରା ସହସ୍ର ମହୁମାଛି ଗୁଡ଼ିକର ଜୀବନ ରକ୍ଷା ହେବା ସହ ମହାଦୀପ ଉଠିବାର କୌଣସି ବିଘଟଣ ହେବନାହିଁ ବୋଲି ଜଣାପଡିଛି।