ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ନିର୍ମାଣ, ଖନନ ବାଧାପ୍ରାପ୍ତ:ଆମସାର ଆକ୍ଟ ଲାଗୁ ନେଇ ଏଏସ୍‌ଆଇ ଅଧିକାରୀଙ୍କ ଚେତାବନୀ

ପୁରୁଣା ଭୁବନେଶ୍ୱର, ୨୧। ୧ (ଡି.ଏନ.ଏ.): ଏକାମ୍ର ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ପୁରୀ ଭଳି ବିକାଶ କରିବା ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପରେ ସଚିବ ସ୍ତରୀୟ ଅଫିସର ଉଦ୍ୟମ କରିଥିଲେ। ବିକାଶ ଲାଗି ବିଏମ୍‌ସି, ପୂର୍ତ୍ତ ବିଭାଗ ଓ ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକଶନ ଲିମିଟେଡ ପରି ସଂସ୍ଥାର ଅନଭିଜ୍ଞ ଠିକାଦାର ଓ ଅଫିସରଙ୍କ ଜରିଆରେ ନିର୍ମାଣ ଉଚ୍ଛେଦ ଏବଂ ଖନନ କାର୍ଯ୍ୟ ଚାଲିଛି। ଫଳରେ ଶ୍ରୀଲିଙ୍ଗରାଜ କ୍ଷେତ୍ରର କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି ସହ ଐତିହ୍ୟର ସୌନ୍ଦର୍ଯ୍ୟହାନି ହେଉଛି। ଐତିହ୍ୟ ଓ କୀର୍ତ୍ତିରାଜି ସ୍ଥଳରେ ଓଡ଼ିଶା ଆନସିଆଣ୍ଟ ମନୁମେଣ୍ଟସ୍‌ ପ୍ରିଜରଭେଶନ୍‌ (ଆମସାର) ଆକ୍ଟ ରାଜ୍ୟ ସରକାର ଲାଗୁ ନ କରିବାରୁ ଏଏସ୍‌ଆଇ ଏଡିଜି ରାକେଶ ଲାଲ୍‌ ସିଂ ସମାଲୋଚନା କରିଛନ୍ତି। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ନିନ୍ଦା କରିବା ସହ ନିକଟରେ ଭୁବନେଶ୍ୱର ଆସି ଏକାମ୍ର କ୍ଷେତ୍ରର କାର୍ଯ୍ୟ ତଦାରଖ କରିଥିଲେ ବୋଲି ସେ ଧରିତ୍ରୀକୁ କହିଛନ୍ତି। ଐତିହ୍ୟସ୍ଥଳର କାରୁକାର୍ଯ୍ୟ ପ୍ରତି ଦୃଷ୍ଟି ନ ଦେଇ ତରବରିଆ ଭାବେ ବଡ଼ ବଡ଼ ମେଶିନ ସାହାଯ୍ୟରେ ଖନନ ଓ ନିର୍ମାଣ କାର୍ଯ୍ୟ କରାଯାଉଛି, ଯାହାକି ଆମସାର ଆକ୍ଟ ବିରୁଦ୍ଧାଚରଣ କରୁଛି। ତେଣୁ ତୁରନ୍ତ ଖନନ କାର୍ଯ୍ୟ ବନ୍ଦ ରଖିବାକୁ ସେ ଚରମବାଣୀ ଶୁଣାଇଥିଲେ। ଏଏସ୍‌ଆଇ କର୍ତ୍ତୃପକ୍ଷଙ୍କୁ ବିଶ୍ୱାସକୁ ନେଇ ପରାମର୍ଶ ଅନୁସାରେ କାର୍ଯ୍ୟ କରିବାକୁ ସେ କହିଥିଲେ। ଏଡିଜି ସିଂଙ୍କ ମତରେ କେବଳ କେନ୍ଦ୍ର ସରକାରଙ୍କ ନୁହେଁ, ରାଜ୍ୟର ମଧ୍ୟ ଅନୁରୂପ ଭାବେ ଐତିହ୍ୟସ୍ଥଳ ଖନନ ଓ ନିର୍ମାଣ ନେଇ କଡ଼ା ନିୟମ ରହିଛି। ମାତ୍ର ଅଧିକାରୀ ଏସବୁକୁ ନ ମାନିବାରୁ ଏପରି ସମସ୍ୟା ଦେଖାଦେଉଛି।
ରାଜ୍ୟ ସରକାରଙ୍କ ନିୟମ ଅଧିକାରୀ ଜାଣିନାହାନ୍ତି
ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ଲାଲ ସିଂଙ୍କ ଶ୍ରୀଲିଙ୍ଗରାଜ କ୍ଷେତ୍ରରେ ଆମସାର ଆକ୍ଟ ଲାଗୁ ନେଇ ରାଜ୍ୟ ସରକାରଙ୍କୁ ଚେତାବନୀ ପରେ ଖନନ କାର୍ଯ୍ୟ ବନ୍ଦ ରହିଛି। ଏଥିଯୋଗୁ ଏକାମ୍ର ବିକାଶ ବାଧାପ୍ରାପ୍ତ ହୋଇଛି। ଏ ସମ୍ପର୍କରେ ଏଏସ୍‌ଆଇର ଅଧିକ୍ଷଣ ପୁରାତତ୍ତ୍ୱବିତ୍‌ ଅଧିକାରୀ ଅରୁଣ ମଲ୍ଲିକ କୁହନ୍ତି, ୧୯୦୪ରୁ ସଂରକ୍ଷିତ କରାଯାଇଥିବା ଐତିହ୍ୟସ୍ଥଳଗୁଡ଼ିକର ସୁରକ୍ଷା ଏଏସଆଇ ଦାୟିତ୍ୱରେ ଥିଲେ ହେଁ ଅଧିକାଂଶ କୀର୍ତ୍ତିରାଜି ରାଜ୍ୟ ସରକାରଙ୍କ ଅଧୀନରେ ରହିଛି। ଏସବୁର ସୁରକ୍ଷା ନେଇ ୧୯୫୬ରେ ଓଡ଼ିଶା ଆନସିଆଣ୍ଟ ମନୁମେଣ୍ଟସ୍‌ ପ୍ରିଜରଭେଶନ୍‌ ଆକ୍ଟ (ଆମସାର) ପ୍ରଣୟନ କରାଯାଇଥିଲା। ଏଥିରେ ଐତିହ୍ୟସ୍ଥଳର ସୁରକ୍ଷା ନେଇ କେନ୍ଦ୍ର ସରକାରଙ୍କ ନିୟମଠାରୁ ଅଧିକ କଠୋର ନିୟମ ରହିଛି। ଏଥିରେ ଧାରା ୨୦ରେ ଖନନ ପୂର୍ବରୁ ପ୍ରତ୍ନତାତ୍ତ୍ୱିକ ଅଧିକାରୀ ନିଯୁକ୍ତ କରିବା ଦରକାର। ସ୍ବୀକୃତ ପ୍ରାପ୍ତ ସଂସ୍ଥା କିମ୍ବା ଠିକାଦାରଙ୍କ ଅଭିଜ୍ଞତା ଅନୁଯାୟୀ, ଜିଲାପାଳଙ୍କ ଅନୁମତି ପରେ ଧାରା ୨୧ ଅନୁଯାୟୀ ଖନନ କାର୍ଯ୍ୟ ଆରମ୍ଭ କରିବାର ବ୍ୟବସ୍ଥା ରହିଛି। ଏଥିରେ ଧାରା ୧୦ ଅନୁଯାୟୀ ଐତିହ୍ୟ ସ୍ଥଳଗୁଡ଼ିକର ସୁରକ୍ଷା ନେଇ ରାଜ୍ୟ ସରକାର ଆବଶ୍ୟକସ୍ଥଳେ ବାଧ୍ୟତାମୂଳକ ଭୂମି ଅଧିଗ୍ରହଣ କରିପାରିବେ। ସେହିଭଳି ଧାରା ୧୬ରେ ଐତିହ୍ୟସ୍ଥଳଗୁଡ଼ିକ ପ୍ରତି ହାନି ପହଞ୍ଚାଉଥିବା କିମ୍ବା ବିପଦ ସୃଷ୍ଟି କରୁଥିବା ଦୋଷୀଙ୍କ କ୍ଷେତ୍ରରେ ୭ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ମାତ୍ର ବିଡ଼ମ୍ବନାର ବିଷୟ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଐତିହ୍ୟସ୍ଥଳଗୁଡ଼ିକରେ ଖନନ କିମ୍ବା ନିର୍ମାଣ ସମୟରେ ଓ ଅବୈଧ ଘରୋଇ ନିର୍ମାଣ ଉପରେ ଅଙ୍କୁଶ ଲଗାଇବାକୁ ଆମସାର ଆକ୍ଟକୁ ରାଜ୍ୟ ସରକାର ପାଳନ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri