ଶ୍ରୀଲିଙ୍ଗରାଜଙ୍କ ସୈରାତ, ଦୋକାନ ଘର ଭାଗବଣ୍ଟା ଛିଡୁନି : ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା

ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ.ଏ.) : ଅନେକ ସମୟରେ ଶ୍ରୀଲିଙ୍ଗରାଜ ମହାପ୍ରଭୂଙ୍କ ବିଭିନ୍ନ ଜମିଜମା ଜବରଦଖଲ ବିକ୍ରିବଟା ନେଇ ବିବାଦ ଦେଖାଦେଉଥିଲେ ହେଁ ସରକାରୀ ସ୍ତରରେ ଠାକୁରଙ୍କ ସମ୍ପତ୍ତି ଭାଗବଣ୍ଟା ନେଇ ବିବାଦ ଉପୁଜିବା ଦେବୋତ୍ତର ବିଭାଗ ପାରିବାପଣିଆ ପଦାରେ ପକାଇଛି। ଦେଶର ବିଭିନ୍ନ ମଠ ଓ ମନ୍ଦିରଗୁଡ଼ିକର ପରିଚାଳନା ଦାୟିତ୍ୱରେ ସରକାରଙ୍କ ଦ୍ୱାରା ଅଧିକୃତ ସରକାରୀ କର୍ମଚାରୀ ରହିଥିଲେ ହେଁ ବିଭ୍ରାଟ ଥମୁ ନାହିଁ। ଠାକୁରଙ୍କ ସମ୍ପତ୍ତି ସୁରକ୍ଷିତ ରହୁନାହିଁ। ଏଥିସହ ଶ୍ରଦ୍ଧାଳୁ ମଧ୍ୟ ସୁରକ୍ଷିତ ମଣୁନାହାନ୍ତି। ଏହି ମର୍ମରେ ଶ୍ରୀମନ୍ଦିରକୁ ନେଇ ସର୍ବୋଚ୍ଚ ଅଦାଲତଙ୍କ ନ୍ୟାୟାଧୀଶ ବୋବଡ଼େଙ୍କ ମନ୍ତବ୍ୟ କେଉଁଥି ପାଇଁ ସରକାରୀ କର୍ମଚାରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ରହିବେ ବୋଲି ପ୍ରଶ୍ନ କରିଥିଲେ। ବିଭିନ୍ନ ମନ୍ଦିର ଯଥା ତାମିଲନାଡୁ ମନ୍ଦିର ମୂର୍ତ୍ତି ଚୋରି ସହ କେରଳ ସାବରୀମାଳ ସମେତ ଅନେକ ମନ୍ଦିର ସରକାରଙ୍କ ଦ୍ୱାରା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀ ରହିବା ପରେ ମଧ୍ୟ ଦେଶରେ ମନ୍ଦିରଗୁଡ଼ିକର ସମ୍ପତ୍ତିଗୁଡିକ ସୁରକ୍ଷିତ ନ ରହିବା ମର୍ମରେ ନ୍ୟୟାଧୀଶ ବୋବଡେଙ୍କ ଟିପ୍ପଣୀ କରିଥିଲେ। ଏହା ବର୍ତ୍ତମାନ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ କାର୍ଯ୍ୟନିର୍ବାଦୀ ଅଧିକାରୀ ଓ ଦେବୋତ୍ତର ବିଭାଗ କାର୍ଯ୍ୟଧାରା ଦେଖିଲେ ପ୍ରଯୁକ୍ତ ବୋଲି ବୁଝାପଡୁଛି। ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଟିଡ଼ିସି ମାଧ୍ୟମରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଗୌତମନଗର ମୌଜାରେ ୩ ଏକର ୨୭୪ ଡ଼ିସିମିଲ ଜମି ଉପରେ ନୂତନ ମାର୍କେଟ, ଯାତ୍ରୀନିବାସ ଓ ପାର୍କିଂ ଇତ୍ୟାଦିର ନିର୍ମାଣକୁ ସେତେବେଳେ ସମସ୍ତ ସେବାୟତ ଗୋଷ୍ଠୀ ସ୍ବାଗତ କରିଥିଲେ। ଏହା ଯେ କେବଳ ଠାକୁରଙ୍କ ଆୟ ବଢାଇବ ତାହା ନୁହେଁ ଯାତ୍ରୀଙ୍କ ନିମନ୍ତେ ପର୍ଯ୍ୟାପ୍ତ ସୁବିଧା ହୋଇପାରିବ ସମସ୍ତଙ୍କ ଧାରଣା ରହିଥିଲା। ଠାକୁରଙ୍କ ସମ୍ପତ୍ତିରେ ନିର୍ମାଣ ପରେ କିଭଳି ସୁରକ୍ଷିତ ଓ ଆୟର ପନ୍ଥା ସ୍ଥିର ହେବ ଏ ନେଇ ୨୬ା୧୦ା୧୮ରେ ଟ୍ରଷ୍ଟବୋର୍ଡ ବୈଠକରେ ନ୍ୟାସି ମାନସ ରଞ୍ଜନ ମହାପାତ୍ର ମହାପ୍ରଭୁଙ୍କ ଏକର ଏକର ସମ୍ପତ୍ତି ଉପରେ ଗଢି ଉଠିଥିବା ପ୍ରକଳ୍ପ ଆୟ ମନ୍ଦିର ପାଣ୍ଠିକୁ ଅଣାଯିବାକୁ ଦୃଢ ଭାବେ ଦାବି କରିଥିଲେ। ମାତ୍ର ଧୀରେ ଧୀରେ ଏହି ଦାବି ମୁତାବକ କୌଣସି କାମ ନ ହେବା ଏବଂ ଦେବୋତ୍ତର ବିଭାଗ ନୀରବଦ୍ରଷ୍ଟା ସାଜିବା ଏକ ବିରାଟ ଷଡ଼ଯନ୍ତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କଲା। ସେବେକାର ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ ଏହି ନୂତନ ମାର୍କେଟ କମ୍ପ୍ଲେକ୍ସ ଓ ଯାତ୍ରୀନିବାସ ଇତ୍ୟାଦି ଉନ୍ନତୀକରଣ ଆଳରେ ଭାଗ ବସିବା ନେଇ କାହାର ଧାରଣା ନ ଥିଲା। ୫୮ଟି ଦୋକାନ ଗୃହରୁ ମାତ୍ର ୬ଟିକୁ ଆବଣ୍ଟନ ନିମନ୍ତେ ବିଏମ୍‌ସି ଓ ପର୍ଯ୍ୟଟନ ବିଭାଗକୁ ଟ୍ରଷ୍ଟବୋର୍ଡ ପକ୍ଷରୁ ଅନୁରୋଧ କରାଯିବା ନେଇ ନିଷ୍ପତ୍ତିକୁ ସାଧାରଣରେ ବିଶ୍ୱାସ କରିପାରୁନାହାନ୍ତି। ନିର୍ମାଣ ଓ ଉନ୍ନତି କରଣ ନାମରେ ପର୍ଯ୍ୟଟନ ବିଭାଗ ଓ ବିଏମ୍‌ସିର ଭାଗ ବସିବା ବିରୋଧ କରି ସମସ୍ତ ଆୟର ୧୦୦ ପ୍ରତିଶତ ଶ୍ରୀଲିଙ୍ଗରାଜ ମନ୍ଦିର ପାଣ୍ଠିକୁ ସେବାୟତ ଓ ଶ୍ରଦ୍ଧାଳୁ ମହଲରେ ଦାବି ହେଉଛି। ଯେପରି ଏତେ ଦିନ ପରେ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦେବୋତ୍ତର ବିଭାଗ ମନ୍ଦିର ସୁରକ୍ଷା ଓ ପରିବେଶ ସମ୍ବନ୍ଧରେ ଚିଠି ଲେଖିଛନ୍ତି। ସେହିଭଳି ପ୍ରକଳ୍ପଗୁଡ଼ିକର ଆବଣ୍ଟନ ଓ ଶତପ୍ରତିଶତ ଆୟ ମନ୍ଦିର ପାଣ୍ଠିକୁ ଆଣିବାକୁ ଦାବି ଜଣାଇବା ଆବଶ୍ୟକ ବୋଲି ବିଭିନ୍ନ ସେବାୟତ ଜଣାଇଛନ୍ତି। ଏ ସମ୍ପର୍କରେ ଟ୍ରଷ୍ଟ ବୋର୍ଡର ସଭାପତି ତଥା ଏଡିଏମ୍‌ ଅରୁଣ କୁମାର ବେହେରାଙ୍କୁ ପଚାରିବାରେ କୌଣସି ଆବଣ୍ଟନ ମୋ ନଜରକୁ ଆସିନାହିଁ। ତେବେ କିଛିଟା ଭାଗବଣ୍ଟା ଦ୍ୱନ୍ଦ୍ୱ ରହିଛି। ଏଣୁ ପରବର୍ତ୍ତୀ ବୈଠକରେ ଏ ସବୁ ସମାସ୍ୟା ଦୂର ହେବ ପୂର୍ବ ବୈଠକଗୁଡିକରେ ହୋଇଥିବା ଭାଗ ବଣ୍ଟାରେ କିଛି ସେବାୟତ ଓ ନ୍ୟାସି ମଣ୍ଡଳୀ ଅସନ୍ତୁଷ୍ଟ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri