ଶ୍ରୀଲିଙ୍ଗରାଜଙ୍କ ଜମିରେ ୧୪୪ ଧାରା ଲାଗିବା ଘଟଣା:ନିର୍ମାଣ କାମକୁ ନେଇ ଠାକୁରଙ୍କ ନୀତି ବନ୍ଦ

ପୁରୁଣା ଭୁବନେଶ୍ୱର,୪ା୯(ଡି.ଏନ.ଏ.):ଶ୍ରୀଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣାଧୀନ ଗୃହକୁ ନେଇ ୧୪୪ ଧାରା ଜାରି ସତ୍ତ୍ୱେ ସେଠାରେ କାମ ବନ୍ଦ ହେଉନାହିଁ। ଏହାକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ ମଙ୍ଗଳବାର ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ବନ୍ଦ କରି ଦେଇଛନ୍ତି। ସକାଳ ୬ଟାରେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି ଆଳତି ଓ ଅବକାଶ ପରେ କୋଠ ରୋଷ ହୋମ ହୋଇଥିଲା। ସେତେବେଳକୁ ସକାଳ ସାଢେ ୭ଟା ହୋଇଥିଲା। ଏହାପରଠାରୁ ଠାକୁରଙ୍କ ସମସ୍ତ ନୀତିକାନ୍ତି ରାତି ୧୨ ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।
ମିଳିଥିବା ଖବର ମୁତାବକ, ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ଗଙ୍ଗୁଆ ବ୍ରିଜ୍‌ ନିକଟ ନୂଆଗଁା ମୌଜାରେ ଠାକୁରଙ୍କ ୨ ଏକର ଜମି ରହିଛି। ଏହା ଉପରେ ବଡୁ ନିଯୋଗର ଜଣେ ସେବାୟତ କୋଠାଘର ନିର୍ମାଣ କରୁଥିଲେ। ମନ୍ଦିର ପ୍ରଶାସନ କୋର୍ଟଙ୍କ ଆଶ୍ରୟ ନେବା ପରେ ଉକ୍ତ ଜାଗା ଉପରେ ୧୪୪ ଧାରା ଲାଗୁ ହୋଇଥିଲା। ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାବେଳେ ଶନିବାର ସମ୍ପୃକ୍ତ ସେବାୟତ ୧୪୪ ଧାରା ଭଙ୍ଗ କରି ସେଠାରେ ନିର୍ମାଣ କାମ ଆରମ୍ଭ କରିଥିଲେ। ଏହାକୁ ବିରୋଧ କରି ମଙ୍ଗଳବାର ପୂଜାପଣ୍ଡା ନିଯୋଗ ଓ ବ୍ରାହ୍ମଣ ନିଯୋଗ ପକ୍ଷରୁ ନୀତିକାନ୍ତିରେ ଅସହଯୋଗ ପୂର୍ବକ ନୀତି ବନ୍ଦ କରାଯାଇଥିଲା। ଖବର ଲେଖା ହେଲା ବେଳକୁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଅନୁରୋଧ ପତ୍ର ଉଭୟ ନିଯୋଗକୁ ପ୍ରଦାନ କରାଯାଇଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ। ପୂର୍ବବତ୍‌ ସେମାନେ ଜିଦ୍‌ରେ ଅଟଳ ରହିଥିଲେ। ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କୁହନ୍ତି, ଜାଗାଟି ସମ୍ପୂର୍ଣ୍ଣ ଶ୍ରୀଲିଙ୍ଗରାଜଙ୍କର। ତାହା ଉପରେ ଚଞ୍ଚକତା ପୂର୍ବକ ୬୦ ଦିନ ପରିବର୍ତ୍ତେ ଅଧା ଦିନରେ ୧୪୪ ଧାରା ହଟାଇ ସମ୍ପୃକ୍ତ ବ୍ୟକ୍ତି ଗୃହ ନିର୍ମାଣ ଆରମ୍ଭ କରିଛନ୍ତି। ଯଦିଓ ୧୪୪ ଧାରା ଉଠାଯାଇଛି ତେଣୁ ମାମଲା ସିଭିଲ୍‌ କୋର୍ଟ ଯିବାକୁ ଅର୍ଡର ମଧ୍ୟ ରହିଛି। ମାମଲା ବିଚାରାଧୀନ ଥିବାବେଳେ ଏହି ନିର୍ମାଣ କାର୍ଯ୍ୟକୁ ଆମ୍ଭେ ବିରୋଧ କରୁଛୁ। ତେଣୁ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ନ ଯାଏ ନୀତିରେ ନିଯୋଗ ପକ୍ଷରୁ ଅସହଯୋଗ ଜାରି ରହିବ। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚତ୍ ନାରାୟଣ ପତି କୁହନ୍ତି, ଠାକୁରଙ୍କ ଜମି ଠାକୁରଙ୍କ ତହବିଲକୁ ଫେରିଆସୁ। ବେଆଇନ ଜାଗାରେ ନିର୍ମାଣ କାର୍ଯ୍ୟକୁ ଭଙ୍ଗାଯାଇ ପୂର୍ବ ଅବସ୍ଥା ରହୁ। ଏହାପରେ ଆମେ ନୀତିରେ ସହଯୋଗ କରିବୁ। ଏ ନେଇ ବଡୁ ନିଯୋଗ ସମ୍ପାଦକ ଗୃହ ନିର୍ମାଣ କାର୍ଯ୍ୟ କରୁଥିବା ସେବାୟତ କମଳାକାନ୍ତ ବଡୁ କୁହନ୍ତି, କେସ୍‌ ଡ୍ରପ ହେଲା ଅର୍ଥାତ୍‌ ଆମ ସପକ୍ଷରେ ଗଲା। କୋର୍ଟ ଜାଗା ଉପରେ ମନ୍ଦିର ପ୍ରଶାସନକୁ ସିଭିଲ୍‌ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଉପର କୋର୍ଟକୁ ଯିବାକୁ। ତେଣୁ ଆଇନକୁ ସମ୍ମାନ ଦେଇ ବିନା ଅଙ୍କୁଶ ନ ଥାଇ କାର୍ଯ୍ୟ ଆରମ୍ଭ କରିଛୁ। ଏବେ ବି ଉପର କୋର୍ଟରେ ସମ୍ମାନ ଦେଇ ମକଦ୍ଦମାରେ ଯାହାର ବିଜୟ ହେବ ସେହି ହିଁ ଜମିର ମାଲିକ ହେବ। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କୁହନ୍ତି, ବାହାରେ ଅଛି, ନୀତି ବନ୍ଦ କଥା ଜାଣିନାହଁ। ଯଦି ହୋଇଥାଏ ମୁଁ ସେ ସପକ୍ଷରେ ନାହିଁ। ଆଇନ ଉଲ୍ଲଂଘନ ହୋଇଥିଲେ ପ୍ରଶାସନ ତାହା ଉପରେ ପଦକ୍ଷେପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ବିଷାକ୍ତ ଗ୍ୟାସ୍‌ ଲିକ୍‌: ଚାଲିଗଲା ୩୭ ଜୀବନ

ଆବୁଜା,୧୯ା୨: ନାଇଜେରିଆର ଉତ୍ତର କେନ୍ଦ୍ରୀୟ ଅଞ୍ଚଳସ୍ଥିତ ଏକ ଖଣିରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଯୋଗୁ ସେଠାରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ଜଣଙ୍କ ମୃତ୍ୟୁ ହୋଇଛି।…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri