Categories: ମେଟ୍ରୋ

ଶ୍ରୀଲିଙ୍ଗରାଜଙ୍କ ଜମିରେ ବେଆଇନ ନିର୍ମାଣ: ୧୪୪ ଧାରାରେ କାର୍ଯ୍ୟ ବନ୍ଦ କଲା ପୋଲିସ

ପୁରୁଣା ଭୁବନେଶ୍ୱର,୧।୮(ଡି.ଏନ.ଏ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମାଲିକାନାରେ ନୂଆଗଁ। ମୌଜାରେ ଥିବା ୨.୦୭୦ ଏକର ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁଥିଲା। କିଛି ବ୍ୟକ୍ତି ସେଠାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଥିଲେ। ହେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ୧୪୪ ଧାରାରେ ରହିତାଦେଶ ଲଗା ଯାଇଥିଲା। ବୁଧବାର ଘଟଣା ସାମନାକୁ ଆସିବା ପରେ ବିଭିନ୍ନ ବିଭାଗର ତନାଘନା ଆରମ୍ଭ ହୋଇଛି। ବୋର୍ଡ ପକ୍ଷରୁ ଆରଆଇ ଘଟଣା ସ୍ଥଳରେ ପହଞ୍ଚତ୍ ଜମି ମାପଚୁପ କରିଛନ୍ତି। ଏହାପରେ ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟରେ ଜମି କିସମ ମାଲିକାନା, ପରିମାଣ ଉପରେ ଏଡିଏମ ମନ୍ଦିର ଅଧିକାରୀ ଏବଂ ଅମିନଙ୍କଠାରୁ ପଚାରି ବୁଝାଇଥିଲେ। ପୂର୍ବାହ୍ନରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ନିର୍ମାଣ କାର୍ଯ୍ୟ ବନ୍ଦ କରିଥିଲା। ଆସନ୍ତା ୫ ତାରିଖ ଯାଏଁ ୧୪୪ ଧାରା ବଳବତ୍ତର ରହିବା ସହ କାର୍ଯ୍ୟ ବନ୍ଦ ରହିବ ବୋଲି ଆଇଆଇସି ବିଶ୍ୱଜିତ୍‌ ଜୟଦୀପ କହିଛନ୍ତି।