ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର,୨୫ା୪(ଡି.ଏନ.ଏ.): କରୋନା ସଂକ୍ରମଣକୁ ରୋକିବାକୁ ଲକ୍‌ଡାଉନ ଚାଲିଥିବାରୁ ଠାକୁରଙ୍କ କୌଣସି ବାହାର ନୀତି ଅନୁଷ୍ଠିତ ହୋଇପାରିବ ନାହିଁ। ଏଥିଲାଗି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୨୨ ଦିନିଆ ଚନ୍ଦନ ଯାତ୍ରା ବନ୍ଦ ରହିବ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଶୁକ୍ରବାର ବିଜ୍ଞାପନ ପ୍ରକାଶ ପାଇଛି। ଏହି ଅବସରରେ ଶ୍ରୀଜୀଉଙ୍କ ୨୨ ଦିନ ଧରି ହେବାକୁ ରହିଥିବା ଚନ୍ଦନ ନୀତି ମଧ୍ୟ ବନ୍ଦ ରହିବ ବୋଲି ଶୁକ୍ରବାର ମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। ଭୋଗ ମଣ୍ଡପ ପରେ ହେବାକୁ ଥିବା ଚନ୍ଦନ ଯାତ୍ରା ପାଇଁ ଶ୍ରୀଜୀଉଙ୍କ ପଙ୍ଖା ଲାଗି, ଚନ୍ଦନ ବେଢା(ଚନ୍ଦନ ଲାଗି) ଯାତ୍ରା ପୂଜା ଏହି ୩ ନୀତି ହେବନାହିଁ। ଚନ୍ଦନ ଯାତ୍ରା ବନ୍ଦ କରିବା ନେଇ ମନ୍ଦିର ଭିତରେ ଠାକୁରଙ୍କର ଏ ନୀତି ହେବ ନାହିଁ। ଏହାପରେ ଅନ୍ୟାନ୍ୟ ଦୈନଦିନ ନୀତି କରାଯିବ। କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ, ଅବନୀ ପଟ୍ଟନାୟକଙ୍କ ସମେତ ସମସ୍ତ ନିଯୋଗ ପ୍ରମୁଖ ବୈଠକ ଉପସ୍ଥିତ ଥିଲେ।