ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ସାରିଲାଣି। ଶେଷ ସୂଚନା ସୁଦ୍ଧା ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୫୯ରେ ପହଞ୍ଚିଥିବାବେଳେ ଆତ୍ମଘାତୀମାନେ ସ୍ଥାନୀୟ ଇସ୍‌ଲାମିକ କଠୋରପନ୍ଥୀ ଗୋଷ୍ଠୀର ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ବୁଧବାର ସ୍ପଷ୍ଟ କରିଛନ୍ତି।
ବିସ୍ଫୋରଣ ଲାଗି ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋଓ୍ବିଦ ଜମାତ(ଏନ୍‌ଟିଜେ)କୁ ଦାୟୀ କରିଥିଲାବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ନିଜକୁ ଦାୟୀ କରିସାରିଛି। ବିସ୍ଫୋରଣକାରୀଙ୍କ ବିଦେଶୀ ଲିଙ୍କ୍‌ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ହସ୍ତଗତ ହୋଇ ନ ଥିବା ଶ୍ରୀଲଙ୍କା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ରୁଓ୍ବାନ ଓ୍ବିଜଓ୍ବେର୍ଦ୍ଦନା ପ୍ରକାଶ କରିଛନ୍ତି। ୯ ଆତ୍ମଘାତୀଙ୍କ ମଧ୍ୟରୁ ୮ ଜଣଙ୍କୁ ସିଆଇଡି ପକ୍ଷରୁ ଚିହ୍ନଟ କରାଯାଇିଛି ବୋଲି ପୋଲିସ ମୁଖପାତ୍ର ରୁଓ୍ବାନ ଗୁଣଶେଖର କହିଛନ୍ତି। ଆତ୍ମଘାତୀମାନେ ଉଚ୍ଚଶିକ୍ଷିତ ଓ ୟୁକେରେ ପାଠ ପଢିଥିବା ଓ୍ବିଜଓ୍ବେର୍ଦ୍ଦନା କହିଛନ୍ତି।
ଶ୍ରୀଲଙ୍କା ବିସ୍ଫୋରଣରେ ନିହତ ମୋଟ ୩୫୯ ଜଣଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ଥିଲାବେଳେ ସେମାନଙ୍କ ମଧ୍ୟରୁ ବୁଧବାର ୯ ଜଣଙ୍କ ମରଶରୀର ସ୍ବଦେଶ ଫେରିଛି। ଭାରତୀୟ ହାଇକମିଶନଙ୍କ ପକ୍ଷରୁ ସେମାନଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ସେମାନେ ହେଲେ ଏସ.ଆର. ନାଗରାଜ, ଏଚ. ଶିବକୁମାର, କେ.ଜି. ହନୁମନ୍ଥରାୟାପ୍ପା, କେ.ଏମ. ଲକ୍ଷ୍ମୀନାରାୟଣ, ଏମ.ରଙ୍ଗପ୍ପା, ,ଭି. ତୁଳସୀରାମ, ଏମ. ମରେଗୌଡା, ଏଚ.ପୁଟ୍ଟାରାଜୁ ଓ ଆର.ଲକ୍ଷ୍ମଣ ଗୌଡା। ସେମାନଙ୍କ ମରଶରୀରକୁ ୪ଟି ଅଲଗା ଅଲଗା ବିମାନରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ମାସକରେ ତୃତୀୟ ଥର ପାଇଁ ବଢ଼ିଲା LPG ଦର, ଜାଣନ୍ତୁ ୧୧ କେଜି ସିଲିଣ୍ଡରର ଦାମ୍?

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ ପରେ, ବିଶ୍ୱର ଅନେକ ଦେଶରେ ତୈଳ ଏବଂ ଘରୋଇ ଗ୍ୟାସ (LPG) ସମ୍ବନ୍ଧୀୟ ସଙ୍କଟ ଦେଖାଦେଇଛି। ପାକିସ୍ତାନ ପୂର୍ବରୁ ଆର୍ଥିକ କ୍ଷେତ୍ରରେ…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ଖୁସି ଖବର… ୭ବର୍ଷ ପରେ ଭାରତ ଆସୁଛି ବିଶ୍ୱର ସବୁଠୁ ଶସ୍ତା ତେଲ

ନୂଆଦିଲ୍ଲୀ,୧।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଏହାର ଫଳସ୍ୱରୂପ ଅନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ମଧ୍ୟରେ, ଭାରତକୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ମିଳିଛି। ପ୍ରାୟ ସାତ…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri