Categories: ଖେଳ

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦: ଟସ୍‌ ପରେ ବର୍ଷା ଆରମ୍ଭ

ଗୁଆହାଟୀ,୫।୧: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ବର୍ଷା ଯୋଗୁ ଖେଲ ଆରମ୍ଭ ହୋଇପାରିନାହିଁ। ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଅଧିନାୟକ ବିରାଟ କୋହଲି। ଟସ୍‌ ପଡିବାର ୨୦ ମିନିଟ୍‌ ପରେ ବର୍ଷା ଆରମ୍ଭ ହୋଇଯାଇଥିଲା। ଫଳରେ ଏପର୍ଯ୍ୟନ୍ତ ମ୍ୟାଚ୍‌ ଆରମ୍ଭ ହୋଇନାହିଁ। ଏବେ ବି ଗ୍ରାଉଣ୍ଡରେ କଭର୍‌ ପକାଯାଇଛି। ବର୍ଷା ଛାଡିଲା ପରେ ହିଁ ଅମ୍ପାୟାର ସ୍ଥିତି ପରଖି ନିଷ୍ପତ୍ତି ନେବେ ବୋଲି ଜଣାପଡିଛି। ନୂଆବର୍ଷର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଭାରତ ରହିଛି। ବ୍ୟାକ ଷ୍ଟ୍ରେସ ଫ୍ରାକ୍ଚର ଭଳି ଆଘାତ ସମସ୍ୟାରୁ ପ୍ରତ୍ୟାବର୍ତ୍ତନ କରିଥିବା ତାରକା ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଖେଳିବା ପାଇଁ ଦଳରେ ସ୍ଥାନ ପାଇଛନ୍ତି। ଫଳରେ ସେ ସମସ୍ତଙ୍କ ନଜରରେ ରହିଛନ୍ତି। ନିୟମିତ ଓପନର ରୋହିତ୍‌ ଶର୍ମା ସିରିଜରୁ ବିଶ୍ରାମ ନେଇଥିବାବେଳେ ତାଙ୍କ ସ୍ଥାନରେ ଶିଖର ଧୱନ ଲୋକେଶ ରାହୁଲଙ୍କ ସହ ଇନିଂସ ଓପନ କରିବେ।

Share