ଶ୍ରୀଲଙ୍କାର ୨ ସୁରକ୍ଷା ମୁଖ୍ୟଙ୍କୁ ଇସ୍ତଫା ଦେବାକୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ

କଲମ୍ବୋ, ୨୫ା୪ : ଶ୍ରୀଲଙ୍କା ବିସ୍ଫୋରଣ ପରେ ରାଷ୍ଟ୍ରପତି ମୈଥ୍ରୀପାଲ ଶିରିସେନା ୨ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଷ୍ଟ୍ରପତି ଶିରିସେନା ପୋଲିସ ବିଭାଗ ମୁଖ୍ୟ ଏବଂ ପ୍ରତିରକ୍ଷା ସଚିବଙ୍କ ଉପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ଏକ ରିପୋର୍ଟରୁ ପ୍ରକାଶ। ଶିରିସେନା କହିଛନ୍ତି, ସୁରକ୍ଷା ଅଧିକାରୀ ବିଦେଶୀ ଗୁଇନ୍ଦା ସଂସ୍ଥାଠାରୁ ଖବର ପାଇଥିଲେ ମଧ୍ୟ ତାଙ୍କୁ ଜଣାଇ ନ ଥିଲେ। ଏହି କାରଣରୁ ସେ ସୁରକ୍ଷା ଅଧିକାରୀଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Share