ଶ୍ରୀଲଙ୍କାରେ ନିର୍ବାଚନୀ ହିଂସା

କଲମ୍ବୋ,୧୬।୧୧: ଶ୍ରୀଲଙ୍କାରେ ଶନିବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି ସମୟରେ ଏକ ହିଂସା ହୋଇଥିବା ଖବର ମିଳିଛି। ଶ୍ରୀଲଙ୍କାର ଉତ୍ତର-ପଶ୍ଚିମରେ ଭୋଟରଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରକୁ ଅଜ୍ଞାତ ବନ୍ଧୁକଧାରୀମାନେ ଗୁଳି ଚଳାଇଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି। ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦୁର୍ବୁତ୍ତମାନେ ଆକ୍ରମଣ କରିବା ପୂର୍ବରୁ ରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ରାସ୍ତା ଉପରେ ୧୦୦ରୁ ଊର୍ଦ୍ଧ୍ୱ ଗାଡି ରଖିଦେଇଥିଲେ। ସୂଚନାଯୋଗ୍ୟ, ଶନିବାର ସକାଳୁ ଶ୍ରୀଲଙ୍କାର ରାଷ୍ଟ୍ରପତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଆରମ୍ଭ ହୋଇଛି।

Share