ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ: ୫୫ ଘରୋଇ ପ୍ଲଟର ସରିଛି ବିକ୍ରି କବଲା

ପୁରୀ ଅଫିସ, ୨୩ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ଚାଲିଛିି। ଏହି ଜୋନ ମଧ୍ୟରେ ସମୁଦାୟ ୩୬୬ ପ୍ଲଟ ମଧ୍ୟରୁ ୧୮୫ ଘରୋଇ ପ୍ଲଟ ରହିଛିି। ଏହି ଘରୋଇ ପ୍ଲଟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୫ ପ୍ଲଟ ସେଲ୍‌ଡିଡ୍‌ (ବିକ୍ରି କବଲା) ସରିଛିି। ତେବେ ସିଧାସଳଖ ଜମି ବିକ୍ରି କରୁଥିବା ପରିବାରକୁ ସ୍ବତନ୍ତ୍ର ପ୍ୟାକେଜ ସହିତ ୧୦ ପ୍ରତିଶତ ଅଧିକ ସହାୟତା ରାଶି ଦିଆଯିବାକୁ ସରକାର ଯେଉଁ ଘୋଷଣା କରିଥିଲେ ତାହା ଆସନ୍ତା ଡିସେମ୍ବର ୨ରେ ଶେଷ ହେଉଛିି। ଅନ୍ୟପକ୍ଷରେ ୧୦୦ ମିଟର ମାପଚୁପକୁ ନେଇ କେହି ଭୟଭୀତ ଏବଂ ଭ୍ରମରେ ନ ପଡନ୍ତୁ ବୋଲି ଜିଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛିି।
ଶ୍ରୀମନ୍ଦିର ସୁରକ୍ଷା ଜୋନର ସ୍ଥିତି ସମ୍ପର୍କରେ ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସୁରକ୍ଷା ଜୋନାରୁ ଜମି ଅଧିଗ୍ରହଣ ଏବଂ ସିଧାସଳଖ ଜମି କିଣିବା ଧାରା ଜାରି ରହିଛିି। ବାକି ପ୍ଲଟର କାଗଜପତ୍ର ଯାଞ୍ଚ କରାଯାଉଛିି। ଏଥିମଧ୍ୟରୁ କେତେକ ପ୍ଲଟ ଉପରେ କୋର୍ଟ ମାମଲା ଏବଂ ପାରିବାରିକ ସମସ୍ୟା ରହିଛିି। ସମ୍ପୃକ୍ତ ବ୍ୟକ୍ତି ନିଜସ୍ତରରେ ଏହାର ସମାଧାନ ଉଦ୍ୟମ କରୁଛନ୍ତିି। ତେବେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସିଧାସଳଖ ଜମି ହସ୍ତାନ୍ତରକାରୀଙ୍କୁ ସ୍ବତନ୍ତ୍ର ପ୍ୟାକେଜ ସହ ଅଧିକ ୧୦ ପ୍ରତିଶତ ଅର୍ଥ ଦିଆଯିବା ପାଇଁ ଘୋଷଣା ହୋଇଥିଲା। ଆସନ୍ତା ଡିସେମ୍ବର ୨ରେ ଏହାର ଅବଧି ଶେଷ ହେଉଛିି। ତେଣୁ ୨ ତାରିଖ ସନ୍ଧ୍ୟା ପୂର୍ବରୁ ସୁରକ୍ଷା ଜୋନରେ ଥିବା ସବୁ ଲୋକ ସିଧାସଳଖ ଜମି ହସ୍ତାନ୍ତର କରି ସ୍ବତନ୍ତ୍ର ପ୍ୟାକେଜ ସହିତ ଅଧିକ ୧୦ ପ୍ରତିଶତ ଟଙ୍କା ନେବା ପାଇଁ ଜିଲାପାଳ କହିଥିଲେ। ସେହିପରି ସୁରକ୍ଷା ଜୋନ ମଧ୍ୟରେ ଥିବା ସବୁ ଲୋକଙ୍କ ସହ ପ୍ରଶାସନ ଯୋଗାଯୋଗରେ ଅଛିି। ସମସ୍ତଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛିି। ପୂର୍ବରୁ ଭିତର ସେବାୟତ ନିଯୋଗ ଜମି ହସ୍ତାନ୍ତର କରିଥିବାବେଳେ ଆସନ୍ତା ୨୪ ତାରିଖରେ ପ୍ରତିହାରୀ ଭବନର ସାଧାରଣ ପରିଷଦ ବୈଠକ ରହିଛିି। ସେମାନେ ବି ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିବେ ବୋଲି ଆଶା କରିଛୁ ବୋଲି ଜିଲାପାଳ କହିଥିଲେ। ପର୍ଯ୍ୟାୟକ୍ରମେ ଲଜ୍‌ମାଲିକଙ୍କ ସେଲ୍‌ଡିଡ ଚାଲିଛିି। ଅଧିକ ୧୦ ପ୍ରତିଶତ ସମୟ ଅବଧି ମଧ୍ୟରେ ସୁରକ୍ଷା ଜୋନର ସର୍ବାଧିକ ପ୍ଲଟର ବିକ୍ରି କବଲା ହୋଇସାରିଥିବ ବୋଲି ଆଶା ରଖିଥିବା ଜିଲାପାଳ ସୂଚନା ଦେଇଥିଲେ। ସୁରକ୍ଷା ଜୋନ ମଧ୍ୟରେ ଥିବା ମଠ ପ୍ରତି ସ୍ବତନ୍ତ୍ର ଗୁରୁତ୍ୱ ଦିଆଯାଉଛିି। ମଠ ଠାକୁରଙ୍କ ବିଜେସ୍ଥଳୀ, ପୂଜାଘରକୁ ଛାଡି ଅନ୍ୟ ସବୁ ନିର୍ମାଣ ଭଙ୍ଗାଯିବ। ମଠ ମହନ୍ତ, ବିଦ୍ୟାର୍ଥୀ, ପୂଜକଙ୍କ ପାଇଁ ରହିବା ବ୍ୟବସ୍ଥା କରାଯିବ। ଏଥିଲାଗି ମେଘନାଦ ପାଚେରୀଠାରୁ ୧୦୦ ମିଟର ପରେ ଥିବା ମନ୍ଦିର ଏବଂ ସରକାରୀ ଜମିର ମାପଚୁପ କରାଯାଇଛିି। କିନ୍ତୁ ଏହି ମାପକୁ ନେଇ ଯଦି କେହି ଗୁଜବ କରୁଥାନ୍ତି ତାଙ୍କ କଥାରେ ଭ୍ରମିତ ହେବାର ନାହିଁି। କେବଳ ମଠଗୁଡ଼ିକର ପୁନର୍ବିନ୍ୟାସ ପାଇଁ ଏହି ୧୦୦ ମିଟର ମାପଚୁପ ହୋଇଛିି। ଏଥିରେ କେହି ଭୟଭୀତ ନ ହେବାକୁ ଜିଲାପାଳ କହିଛନ୍ତିି। ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମଠ ସମ୍ପତ୍ତି ହେଉଛି ମହାପ୍ରଭୁଙ୍କର। ତେଣୁ ମଠ ଜମି ବାବଦରେ ମନ୍ଦିରକୁ ଚିଠି କରାଯିବ ଏବଂ ଦେବୋତ୍ତର କମିଶନରଙ୍କୁ ଜଣାଇ ମଠର ବିକାଶ ହେବ। ସୁରକ୍ଷା ଜୋନର ବିକାଶ ଏବଂ ଦର୍ଶନାର୍ଥୀଙ୍କ ପାଇଁ କଣ କାମ ହେବ ତାହା ଓବିସିସି କରିବ ବୋଲି ଜିଲାପାଳ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

ହାଇୱାକୁ ଧକ୍କା ଦେଲା ବାଇକ୍‌: ଚାଲିଗଲା ଫାର୍ମାସିଷ୍ଟଙ୍କ ଜୀବନ

ତିହିଡି,୨୩।୪(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥର ଫତେପୁର ଛକ ନିକଟରେ ଏକ ହାଇୱାକୁ ବାଇକ ଧକ୍କା ଦେଇଛଇ। ଏଥିରେ ଜଣେ ଫାର୍ମାସିଷ୍ଟଙ୍କର ମୃତ୍ୟୁ ଘଟିଥିବା ବେଳେ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri