ଶ୍ରୀମନ୍ଦିର ଭିତରେ ହେବ ବିଧିରକ୍ଷା

ପୁରୀ ଅଫିସ,୧୯।୬: ରଥଯାତ୍ରା ବନ୍ଦ ପ୍ରସଙ୍ଗକୁ ନେଇ ଶୁକ୍ରବାର ନିଳାଦ୍ରୀ ଭକ୍ତ ନିବାସ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମହାମାରୀ କରୋନା ସଂକ୍ରମଣ ଯୋଗୁ ସୁପ୍ରିମକୋର୍ଟ, ରାଜ୍ୟ ସରକାର ଏଭଳି ଏକ ଦୁଃଖଦ ନିଷ୍ପତ୍ତି ନେଇଛନ୍ତିି। ମନ୍ଦିର ଭିତରେ ପରମ୍ପରା ଓ ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର କରିବାକୁ ନିଷ୍ପତ୍ତି ହୋଇଛି। ତେବେ ଶ୍ରୀମନ୍ଦିର ଭିତର ବିଧି ବ୍ୟବସ୍ଥା ନେଇ ସନ୍ଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ। ସମସ୍ତଙ୍କ ସହ କ’ଣ ଓ କିଭଳି କରାଯାଇପାରିବ ସେନେଇ ଆଲୋଚନା ହେବ। ଯାହା ନିଷ୍କର୍ସ ବାହାରିବ ତାହା ଶନିବାର ସକାଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଜଣାଇ ଦିଆଯିବ। ସେଠାରେ ଯାହା ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ, ତଦନୁଯାୟୀ ପଦକ୍ଷେପ ନିଆଯିବ। ନୂଆ ସମସ୍ୟା ପାଇଁ ନୂଆ ବ୍ୟବସ୍ଥା କରାଯିବ। ରେକର୍ଡ ଅଫ୍‌ ରାଇଟ୍ସକୁ ଛାଡ଼ି ସ୍ବତନ୍ତ୍ର ବ୍ୟବସ୍ଥା କରାଯିବା ଜରୁରୀ ହୋଇ ପଡ଼ିଛି ବୋଲି ଗଜପତି କହିଛନ୍ତି।