Categories: ପୁରୀ

ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ୭୫ ମିଟର ସର୍ଭେ କାମ ଆରମ୍ଭ

ପୁରୀ ଅଫିସ, ୩୦।୯: ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ୭୫ ମିଟର ପରିଧି ପ୍ରସଙ୍ଗରେ ସୋମବାର ସାମାଜିକ ସର୍ଭେ ଆରମ୍ଭ ହୋଇଛି। ଏଥିପାଇଁ ୫ଜଣ ନବ ନିଯୁକ୍ତ ଆଇଏସ୍‌ ୫ଟି ଟିମ୍‌ରେ ଭାଗ ହୋଇ ସର୍ଭେ କାର୍ଯ୍ୟ କରୁଛନ୍ତି। ମାସକ ମଧ୍ୟରେ ସର୍ଭେ କାମ ସାରିବାକୁ ସମୟ ନିର୍ଦ୍ଧାରଣ ହୋଇଛି। ସମ୍ପୃକ୍ତ ଆଇଏସ୍‌ମାନେ ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ ଭି, ଡକ୍ଟର ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଓ ଭୁବନେଶ ଦେବଦାସ ପାଟିଲ।