ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ହେବ ନୋ ପାର୍କିଂ, ନୋ ଭେଣ୍ଡିଂ ଜୋନ୍‌: ହଟିଲେ ଉଠାଦୋକାନୀ, ୱାନ୍‌ୱେ ଟ୍ରାଫିକ ବ୍ୟବସ୍ଥା ଲାଗୁ

ପୁରୀ ଅଫିସ, ୧୭ା୭:ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁବିଧାଜନକ ଯାତାୟାତ ଲାଗି ଜିଲା ପ୍ରଶାସନ ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ନୋ ପାର୍କିଂ ଏବଂ ନୋ ଭେଣ୍ଡିଂ ଜୋନ କରିବାକୁ ନିଷ୍ପତ୍ତି ନେଇଛି। ସେହିପରି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ବୁଧବାରଠାରୁ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଭକ୍ତମାନେ ଦର୍ଶନ ସାରି ଉତ୍ତର ଦ୍ୱାର, ଦୋଳବେଦି ଦେଇ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ବଡ଼ଦାଣ୍ଡକୁ ବାହାରୁଛନ୍ତି।
ମଙ୍ଗଳବାର ନିଆଯାଇଥିବା ନିଷ୍ପତ୍ତି ମୁତାବକ, ମନ୍ଦିର ଚାରିପାଖରେ କୌଣସି ଭେଣ୍ଡିଂ ଜୋନ୍‌ ରହିବ ନାହିଁ। ୱାନ୍‌ୱେରେ କେହି ଜରିପାଲ ଟାଣିପାରିବେ ନାହିଁ କିମ୍ବା ଉଠାଦେକାନୀ ବସିପାରିବେ ନାହିଁ। ମନ୍ଦିର ଚାରିପାଖ ଏବଂ ସିଂହଦ୍ୱାର ସମ୍ମୁଖରେ କୌଣସି ଚାରିଚକିଆ ଓ ଦୁଇଚକିଆ ଗାଡ଼ି ପାର୍କିଂ ହେବ ନାହିଁ। ସେବାୟତଙ୍କ ଲାଗି ମନ୍ଦିର ନିକଟରେ ପାର୍କିଂ ବ୍ୟବସ୍ଥା ରହିବ। ପ୍ରୋଟୋକଲରେ ଆସୁଥିବା ଭିଆଇପିଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ଭିଆଇପିଙ୍କ ଗାଡ଼ି ମଧ୍ୟ ସିଂହଦ୍ୱାର ନିକଟରେ ପାର୍କିଂ କରାଯିବ ନାହିଁ। ଭକ୍ତଙ୍କ ଯା’ଆସ ଲାଗି ମନ୍ଦିର ଚତୁଃପାର୍ଶ୍ୱକୁ ମୁକ୍ତ କରାଯିବ। କୌଣସି ଦୋକାନୀ ସେଠାରେ ବସିପାରିବେ ନାହିଁ। ବୁଧବାରଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅଞ୍ଚଳକୁ ବାରିକେଡ଼ ପକାଇ ଘେରାଇ ଦିଆଯାଇଛି। କେବଳ ଲୁଗାପଟି ପାର୍ଶ୍ୱରେ ୧୦/୧୫ ଫୁଟ ଚଉଡ଼ାର ରାସ୍ତା ଛାଡ଼ି ଦିଆଯାଇଛି। ଏହି ବାଟ ଦେଇ ବାଇକ୍‌ ଏବଂ ଲୋକେ ଚାଲି ଚାଲି ଯିବା ଆସିବା କରୁଛନ୍ତି। ଫଳରେ ଅଧିକାଂଶ ସମୟ ଏହି ସଂକୀର୍ଣ୍ଣ ରାସ୍ତା ଜାମ୍‌ ରହୁଛି। ଜଗନ୍ନାଥବଲ୍ଲଭ ପାର୍କିଂରୁ ବରିଷ୍ଠ ନାଗରିକଙ୍କୁ ଆଣି ଆସୁଥିବା ଗାଡ଼ିି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବାରିକେଡ଼ ପର୍ଯ୍ୟନ୍ତ ଆସୁଛି। ସେଠାରେ ବରିଷ୍ଠ ନାଗରିକମାନେ ଓହ୍ଲାଇ ବାରିକେଡ଼ ଡେଇଁ ସିଂହଦ୍ୱାର ପାର୍ଶ୍ୱରେ ଥିବା ଗାଡ଼ିରେ ବସି ମନ୍ଦିର ନିକଟକୁ ଆସୁଛନ୍ତି।
ତେବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟଠୁ ସିଂହଦ୍ୱାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ବସୁଥିବା ଉଠାଦୋକାନୀମାନେ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ବୁଧବାର ଏମାନେ ଅତିରିକ୍ତ ଜିଲାପାଳ(ଏଡିଏମ୍‌)ଙ୍କୁ ଭେଟି ଥଇଥାନ ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ ଜଣାଇଛନ୍ତି। ସେମାନେ ଅତିରିକ୍ତ ଜିଲାପାଳଙ୍କୁ ଦେଇଥିବା ସ୍ମାରକପତ୍ରରେ ଦର୍ଶାଇଛନ୍ତି ଯେ, ଆମମାନଙ୍କ ଅଗୋଚରରେ ପ୍ରଶାସନ ହଠାତ୍‌ ଏଭଳି ନିଷ୍ପତ୍ତି ନେଇଛି। ବୁଧବାର ସକାଳୁ ଆମକୁ ଦୟନୀୟ ଭାବେ ଉଠାଇ ଦିଆଯାଇଛି। ବିଭିନ୍ନ ଯାନିଯାତ୍ରା ସମୟରେ ଦୋକାନକୁ ଉଠାଇ ନେଇ ଆମେ ପ୍ରଶାସନକୁ ସହଯୋଗ କରିଥାଉ। କିନ୍ତୁ ଏହି ନିଷ୍ପତ୍ତି ଦ୍ୱାରା ପରିବାର ପ୍ରତିପୋଷଣ କରିବା ଏବେ କଷ୍ଟକର ହୋଇପଡ଼ିବ। ତେଣୁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବାକୁ ସେମାନେ ଗୁହାରି ଜଣାଇଛନ୍ତି।
ଏ ସମ୍ପର୍କରେ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ଶ୍ରୀମନ୍ଦିର ହେଉଛି ବିଶ୍ୱବିଖ୍ୟାତ ମନ୍ଦିର। ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି। ସେମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କୁ ଦର୍ଶନକରି ଭଲ ଅନୁଭୂତି ନେଇ ଫେରିବେ ସେଥିଲାଗି ସିଂହଦ୍ୱାର ଅଞ୍ଚଳକୁ ଫ୍ରି ଜୋନ୍‌ କରାଯାଇଛି। ଏ ନେଇ ବିଭିନ୍ନ ବର୍ଗର ଲୋକ, ଉଠାଦୋକାନୀ ଓ ସ୍ଥାନୀୟ ସାହିର ସ୍ବେଚ୍ଛାସେବୀଙ୍କ ସହ ଆଲୋଚନା ହୋଇଛି। ସିଂହଦ୍ୱାର ସମ୍ମୁଖ ଅଞ୍ଚଳରେ ଉଠାଦୋକାନୀ ବସିବା ଫଳରେ ଭକ୍ତଙ୍କ ଯିବା ଆସିବାରେ ଅସୁବିଧା ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ ପ୍ରଭାବିତ ଉଠାଦୋକାନୀଙ୍କ ମତାମତ ନିଆଯାଇ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉଛି। ଫ୍ରି ଜୋନ ମଧ୍ୟରେ ଥିବା ଦୋକାନଗୁଡ଼ିକ ସମ୍ବନ୍ଧରେ ମଧ୍ୟ ତଥ୍ୟ ସଂଗ୍ରହ ଚାଲିଛି। ସେମାନଙ୍କ ଦୋକାନରେ କେତେଜଣ କର୍ମଚାରୀ ଅଛନ୍ତି, ଗାଡ଼ି ପାର୍କିଂ ଆଦି ସବୁ ବିଷୟକୁ ନଜର ରଖାଯାଇଛି। ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ମେଘନାଦ ପାଚେରି ଚତୁଃପାର୍ଶ୍ୱରେ ଯେପରି କେହି ବସିପାରିବେ ନାହିଁ ସେଥିଲାଗି ଏଭଳି ପଦକ୍ଷେପ ନିଆଯାଇଛି। ଏଥିସହ ପରିକ୍ରମା ମାର୍ଗକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ କରାଯିବ ବୋଲି ଉପଜିଲାପାଳ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri