ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୭।୧୦: ଶାରଦୀୟ ଦଶହରା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ବିଭିନ୍ନ ଶକ୍ତିପୀଠ ଏବଂ ପୂଜାମଣ୍ଡପରେ ମା’ଙ୍କୁ ଆବାହନୀ କରାଯାଉଛି। ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି। ସୋମବାର ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ନବମୀ ପୂଜା ଚାଲିଛି। ଏପଟେ ଶ୍ରୀମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି। ସକାଳୁ ସକାଳୁ ବିିଭିନ୍ନ ପୂଜା ମଣ୍ଡପ ସମେତ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଥିଲା। ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଶ୍ରଦ୍ଧାଳୁମାନେ ବିଭିନ୍ନ ମଣ୍ଡପକୁ ଯାଇ ମା’ ଗୋଶାଣୀ, ନାଗା ମୂର୍ତ୍ତି ବୁଲି ଦେଖୁଛନ୍ତି। ଶ୍ରୀକ୍ଷେତ୍ରରେ ଗୋଶାଣୀ ପୂଜା ଏକ ସ୍ବତନ୍ତ୍ରତା ବହନ କରୁଥିବାରୁ ପୂଜାମଣ୍ଡପ ଗୁଡିକରେ ପ୍ରତ୍ୟେହ ଗହଳି ହେଉଛି।