ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ

ପୁରୀ ଅଫିସ, ୨୧।୧୧: ଶ୍ରୀମନ୍ଦିରରେ ବୁଧବାର ପବିତ୍ର ପ୍ରଥମାଷ୍ଟମୀ ପାଳନ ଅବସରରେ ସ୍ବତନ୍ତ୍ର ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଭୋଗ ମଣ୍ଡପ ବଢିବା ପରେ ତିନିବାଡ଼ରେ ମଇଲମ କରାଯାଇ ମହାସ୍ନାନ ନୀତି ସମ୍ପନ୍ନ ହୋଇଥିଲା। ଏହାପରେ ଠାକୁରଙ୍କୁ ନୂଆ ଲାଗି କରାଯାଇଥିଲା। ଚନ୍ଦନ ଲାଗି କରିବା ପରେ ବେଶ ହୋଇଥିଲା। ବେଶରେ ୬ ମୂର୍ତ୍ତି ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଇଥିଲା। ଦ୍ୱିପ୍ରହର ଧୂପ ପରେ ମଙ୍ଗଳାର୍ପଣ ବଢି କରାଯାଇ ଫୁଲ ପରିଆ ଖଦି ଛେଦା ପ୍ରସାଦ ଲାଗି କରାଯାଇ ଠାକୁରମାନଙ୍କୁ ବନ୍ଦାପନା କରାଯାଇଥିଲା। ଏହିଭଳି ଶ୍ରୀମନ୍ଦିରରେ ପ୍ରଥମାଷ୍ଟମୀ ପର୍ବ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଥିଲା।