ଶ୍ରୀମନ୍ଦିରରେ ପଣାସଂକ୍ରାନ୍ତି ନୀତି: ଆଜିଠୁ ନୂତନ ପାଞ୍ଜି ପ୍ରଚଳନ

ପୁରୀ ଅଫିସ,୧୩ା୪: ଶ୍ରୀମନ୍ଦିରରେ ପଣା ସଂକ୍ରାନ୍ତି ବା ମେଷ ସଂକ୍ରାନ୍ତି ଅବସରରେ ମହାପ୍ରଭୁଙ୍କ ନୀତି ସମ୍ପନ୍ନ ହୋଇଛି। ଦୈନନ୍ଦିନ ନୀତି ଅନୁଯାୟୀ, ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ ବେଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳପୂଜା, ଗୋପାଳବଲ୍ଲଭ ନୀତି ହୋଇ ସକାଳ ଧୂପ ପଣାସଂକ୍ରାନ୍ତି ନୀତି ସମ୍ପନ୍ନ ହୋଇଛି। ସେହିପରି ସୌରମାନ ମାସ ଅନୁସାରେ ଓଡ଼ିଆ ନବବର୍ଷର ପ୍ରଥମ ଦିନ। ଏବଂ ମେଷ ମାସର ସଂକ୍ରାନ୍ତି ତଥା ମହାବିଷୁବ ପଣାସଂକ୍ରାନ୍ତି। ଏହିଦିନଠାରୁ ୧ ମାସ ପର୍ଯ୍ୟନ୍ତ ସୂର୍ଯ୍ୟଦେବ ମେଷ ରାଶିରେ ଅବସ୍ଥାନ କରିଥାନ୍ତି। ଦୋଳପୂର୍ଣ୍ଣିମାରେ ଦୋଳଗୋବିନ୍ଦଙ୍କ ନିକଟରେ ସମର୍ପଣ ହୋଇଥିବା ପାଞ୍ଜି ପଣାସଂକ୍ରାନ୍ତିରୁ ପ୍ରଚଳନ ହୋଇଥାଏ।