ପୁରୀ,୮।୬(ଅଜିତ ମହାନ୍ତି): ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କଠାରୁ ସୁନା ଚେନ ଚୋରି କରି ନେଇଥିଲେ। ମଙ୍ଗଳ ଆଳତି ବେଳେ ଏହି ଘଟଣା ଘଟିଥିବା ଜଣାପଡିଛି। ଏହା ଜାଣିପାରି ସମ୍ପୃକ୍ତ ଭକ୍ତ ନିକଟସ୍ଥ ପୋଲିସ କର୍ମଚାରୀଙ୍କୁ ସୂଚନା ଦେଇଥିଲେ।
ସୂଚନା ପାଇବା ମାତ୍ରେ ପୁରୀ ପୋଲିସର ସାଧା ପୋଷାକଧାରୀ Anti-Snatching Team ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତଙ୍କୁ କାବୁ କରିଥିଲେ। ତଲାସି ସମୟରେ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ୩୫ ଗ୍ରାମ ଓଜନର ଚୋରି ହୋଇଥିବା ସୁନା ଚେନ ଉଦ୍ଧାର କରାଯାଇଥିଲା। ଏହି ସମ୍ପର୍କରେ ସିଂହଦ୍ୱାର ଥାନା କେସ ନଂ-139/26, ଧାରା 309(6) BNS ରୁଜୁ କରାଯାଇଛି। ଅଭିଯୁକ୍ତ ଦୀପକ ଯାଦବଙ୍କୁ ଗିରଫ କରାଯାଇଛି। ଉଦ୍ଧାର ହୋଇଥିବା ସୁନା ଚେନକୁ ଅଭିଯୋଗକାରୀଙ୍କ ଜିମାରେ ପ୍ରଦାନ କରାଯାଇଛି।
ପୁରୀ ପୋଲିସ ଶ୍ରୀମନ୍ଦିର ପରିସରରେ ଭକ୍ତମାନଙ୍କ ସୁରକ୍ଷା ଓ ଅପରାଧ ନିୟନ୍ତ୍ରଣ ପାଇଁ ସଦା ସତର୍କ ଓ ପ୍ରତିବଦ୍ଧ ରହିଛି।
Dharitri – Odisha’s No.1 Odia Daily

