ଶ୍ରୀଦେବୀଙ୍କ ପ୍ରଥମ ଆତ୍ମଜୀବନୀ ଲେଖିଲେ ଓଡ଼ିଆ ଯୁବକ: ଉନ୍ମୋଚନ ବେଳେ କାନ୍ଦି ପକାଇଲେ ବୋନି କପୁର

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଚିରସବୁଜ ଅଭିନେତ୍ରୀ ସ୍ବର୍ଗୀୟା ଶ୍ରୀଦେବୀଙ୍କ ଜୀବନୀ ଉପରେ ପ୍ରଥମ ପୁସ୍ତକ ଲେଖି ଚର୍ଚ୍ଚାକୁ ଆସିଛନ୍ତି ଓଡ଼ିଆ ଲେଖକ ସତ୍ୟାର୍ଥ ନାୟକ। ଦିଲ୍ଲୀରେ ଅନୁଷ୍ଠିତ ‘ଟାଇମ୍ସ ଲିଟ୍‌ ଫେଷ୍ଟ୍‌’ରେ ରବିବାର ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଦ୍ୱାରା ଏହି ପୁସ୍ତକ ଉନ୍ମୋଚିତ ହୋଇଥିବାବେଳେ ଏହାକୁ ନେଇ ବିଭିନ୍ନ ମହଲରେ ସତ୍ୟାର୍ଥଙ୍କୁ ପ୍ରଶଂସା କରାଯାଇଛି। ‘ଶ୍ରୀଦେବୀ: ଗର୍ଲ ଓ୍ବିମ୍ୟାନ୍‌ ସୁପରଷ୍ଟାର୍‌’ ନାମକ ଏହି ପୁସ୍ତକରେ ଶ୍ରୀଦେବୀଙ୍କ ଜୀବନ କାହାଣୀ ସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ସେ କିଭଳି ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ ସମ୍ପର୍କରେ ଉଲ୍ଲେଖ ରହିଛି। ସେହିଭଳି ଜଣେ ମହିଳା ହୋଇ ମଧ୍ୟ ବଲିଉଡ୍‌ ଭଳି ପୁରୁଷ ପ୍ରାଧାନ୍ୟ ଇଣ୍ଡଷ୍ଟ୍ରିର ଚିରାଚରିତ ଧାରାକୁ ଭାଙ୍ଗି ଶ୍ରୀଦେବୀ କିଭଳି ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିପାରିଥିଲେ, ତାହାକୁ ଏଥିରେ ବର୍ଣ୍ଣନା କରାଯାଇଛି। ପୁସ୍ତକ ଉନ୍ମୋଚନ ସମୟରେ ମଞ୍ଚରେ ଶ୍ରୀଦେବୀଙ୍କ ସ୍ବାମୀ ତଥା ପ୍ରଯୋଜକ ବୋନୀ କପୁର ଉପସ୍ଥିତ ଥିବାବେଳେ ତାଙ୍କୁ ଭାବବିହ୍ବଳ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଏହି ପୁସ୍ତକ ଲେଖିବାକୁ ସତ୍ୟାର୍ଥଙ୍କୁ ଅନୁମତି ଦେଇଥିବା ବୋନି ନିଜ କୋହ ସମ୍ଭାଳି ନ ପାରି ମଞ୍ଚ ଉପରେ କାନ୍ଦି ପକାଇଥିଲେ।
ଏହି ଆତ୍ମଜୀବନୀ ପୁସ୍ତକ ଶ୍ରୀଦେବୀଙ୍କ ଉପରେ ଲିଖିତ ପ୍ରଥମ ପୁସ୍ତକ ହୋଇଥିବାବେଳେ ଏହାକୁ ଲେଖିବାକୁ ଲେଖକଙ୍କୁ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଲାଗିଥିଲା। ବୋନି କପୁରଙ୍କ ସହ କପୁର ପରିବାରରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିବାବେଳେ ଶ୍ରୀଦେବୀଙ୍କ ସମ୍ପର୍କରେ ଅଧିକ ଜାଣିବାକୁ ସେ ତାଙ୍କ ବନ୍ଧୁ ପରିଜନ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଆଲୋଚନା କରିଥିଲେ। ଫଳରେ ସେ ଶ୍ରୀଦେବୀଙ୍କ ସମ୍ପର୍କରେ ଅନେକ ଅଜଣା କଥା ଜାଣିବାର ସୁଯୋଗ ପାଇଥିଲେ। ଶ୍ରୀଦେବୀଙ୍କ ସହ କାମ କରିଥିବା ଓ ତାଙ୍କ ନିକଟତର ଥିବା କମଲ ହାସନ, ଚିରଞ୍ଜିବୀ, ରଜନୀକାନ୍ତ, ନାଗାର୍ଜୁନ, ଅନିଲ କପୁର, ଋଷି କପୁର, ସୁବାସ ଘାଇ, ଗୌରୀ ସିନ୍ଧେ, କରନ ଜୋହର, ମନୀଷ ମାଲହୋତ୍ରା, ଲତା ମଙ୍ଗେସ୍‌କର, ଓ୍ବାହିଦା ରେହମାନ ଓ ଜାଭେଦ ଅଖତରଙ୍କ ଭଳି ବହୁ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, କଣ୍ଠଶିଳ୍ପୀଙ୍କଠାରୁ ସେ ଶ୍ରୀଦେବୀଙ୍କ ସହ ଜଡ଼ିତ ବହୁ ସ୍ମୃତିକୁ ପୁସ୍ତକରେ ସ୍ଥାନିତ କରିଛନ୍ତି। ଜଣେ ସାମ୍ବାଦିକ ଭାବେ କାର୍ଯ୍ୟରତ ସତ୍ୟାର୍ଥ ନାୟକ ୨୦୧୪ରେ ପ୍ରଥମ ନୋବେଲ ‘ଦି ଏମ୍ପୋରର୍ସ ରିଡ୍‌ଲ୍‌ସ’ ଲେଖି ଚର୍ଚ୍ଚାକୁ ଆସିଥିଲେ। ଏହାସହ ସୋନୀ ଚ୍ୟାନେଲରେ ପ୍ରସାରିତ ଟିଭି ସିରିଜି ‘ପୋରସ୍‌’ର ସ୍କ୍ରିନ୍‌-ପ୍ଲେ ଲେଖିଥିବା ସତ୍ୟାର୍ଥଙ୍କ ଏହି ନୂଆ ପୁସ୍ତକ ଉନ୍ମୋଚନ ହେବାର ମାତ୍ର କିଛି ଘଣ୍ଟାରେ ଆମାଜନ୍‌ରେ ବହୁଳ ବିକ୍ରି ହୋଇଥିବା ପୁସ୍ତକ ମଧ୍ୟରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଦରେ ଅଟଳ ରହିପାରିଲାନି ବାଂଲାଦେଶ, ଏବେ ଭାରତକୁ କହିଲାଣି…

ଢାକା,୨୪।୧୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ଆର୍ଥିକ ପରାମର୍ଶଦାତା ସାଲେହୁଦ୍ଦିନ ଅହମ୍ମଦ ମଙ୍ଗଳବାର (ଡିସେମ୍ବର ୨୩, ୨୦୨୫) କହିଛନ୍ତି ଯେ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ନୂଆଦିଲ୍ଲୀ...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ବାଂଲାଦେଶ ହିଂସା: ହିନ୍ଦୁଙ୍କ ଘର ଜାଳିଦେଲେ କଟ୍ଟରପନ୍ଥୀ, ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଢାକା,୨୪।୧୨: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାରର ଧାରା ଥମିବାର ନାଁ ନେଉନାହିଁ। ବାଂଲାଦେଶୀ ଲେଖିକା ତସଲିମା ନସରିନ ଏକ ଭିଡିଓ ଜାରି କରିଛନ୍ତି ଯେଉଁଥିରେ ଚିଟାଗଙ୍ଗରେ...

ଇତିହାସ ରଚିଲା ଇସ୍ରୋ: ଏଣିକି ବିନା ମୋବୋଇଲ୍‌ ଟାଓ୍ବାରରେ ଆସିବ ନେଟଓ୍ବର୍କ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ବିଶ୍ୱ ସମ୍ମୁଖରେ ନିଜର ଶକ୍ତି ଏବଂ ଆତ୍ମବିଶ୍ୱାସ ପ୍ରଦର୍ଶନ କରିଛି। ଏକ କମ ବଜେଟ,...

ସୋଲାର ଲାଇଟ ଅଚଳ ଘଟଣା: ସରପଞ୍ଚ ଲଗାଇଲେ ଷ୍ଟ୍ରିଟ ଲାଇଟ

ଦାରିଙ୍ଗବାଡି, ୨୪୧୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ପ୍ରତି ମଙ୍ଗଳବାର ସାପ୍ତାହିକ ହାଟ ହେଉଛି। ଏହି ହାଟରେ ଭିଡ଼ ଜମୁଛି।...

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ: ପୈତୃକ ଘର ସହ ୪ଟି ସ୍ଥାନରେ ଚଢ଼ାଉ ଜାରି…

ସମ୍ବଲପୁର,୨୪।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ସମ୍ବଲପୁର ବନ୍ଦୋବସ୍ତ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ( SRA)ବାସୁଦେବ ଭୋଇ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ...

ଲୋକ ଉତ୍ସବ ପ୍ରସ୍ତୁତି ବୈଠକ: ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଣଦେଖା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ଡିଏଫ୍‌ଓ ସମ୍ମିଳନୀ କକ୍ଷରେ ବଲାଙ୍ଗୀର ଲୋକ ଉତ୍ସବ ପାଇଁ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri