ଶ୍ରୀଗୁଣ୍ଡିଚା ଯାତ୍ରା: ସକାଳ ୭ରୁ ପହଣ୍ଡି, ମଧ୍ୟାହ୍ନ ୧୨ରୁ ରଥଟଣା

ପୁରୀ ଅଫିସ,୨୨।୬: ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ୩ ରଥରେ ବିଜେ କରି ମାଉସୀ ମା’ଙ୍କ ମନ୍ଦିର ଯାତ୍ରା କରିବେ ଦାରୁଦିଅଁ। ଏ ନେଇ ଯୁଦ୍ଧ କାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଳନ ନେଇ ସୁପ୍ରିମକୋର୍ଟ ଅନୁମତି ଦେବାପରେ ରାଜ୍ୟ ସରକାର ଏହାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ଲାଗିପଡ଼ିଛନ୍ତି। ଏ ନେଇ ନୀତିକାନ୍ତି ପ୍ରସ୍ତୁତି ହୋଇଛି। ପ୍ରାତଃ ୩ ଘଟିକାରେ ମଙ୍ଗଳ ଆଳତୀ, ୩.୩୦ରେ ତଡ଼ପଲାଗି, ୫ଟାରେ ଦ୍ୱାରପାଳ ପୂଜା ଓ ବେଶ ଶେଷ ହେବାକୁଥିବା ବେଳେ ୬ଟା ୪୫ ମିନିଟ୍‌ରେ ମଙ୍ଗଳାର୍ପଣ ହେବ। ସେହିପରି ସକାଳ ୭ଟାରେ ପହଣ୍ଡି ଆରମ୍ଭ ହୋଇ ୧୦ ଟାରେ ଶେଷ ହେବ।

ଏହାସହ ୧୦ରୁ ୧୦ .୩୦ ମିନିଟ୍‌ ମଧ୍ୟରେ ମଦନମୋହନ ବିଜେ ନୀତି ସମ୍ପର୍ଣ୍ଣ ହେବ। ୧୦ଟା ୩୦ରୁ ୧୧ଟା ଚିତାଲାଗି, ୧୧ଟାରୁ ସାଢେ ୧୧ଟା ବେଶ ଶେଷ, ୧୧ଟା ୩୦ରେ ଛେରା ପହଁରା ହେବ। ସେହିଭଳି ୧୧ଟା ୪୫ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ଓ ରଥଟଣା ମଧ୍ୟାହ୍ନ ୧୨ଟା ରେ ହେବ।