Posted inଖେଳ

ଶ୍ରୀକାନ୍ତ, ଅଞ୍ଜୁମ ପାଇବେ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାର

ନୂଆଦିଲ୍ଲୀ, ୨୮ା୧୨(ପି.ଟି.)-ଭାରତର ପୂର୍ବତନ ଅଧିନାୟକ ତଥା ୧୯୮୩ ବିଶ୍ୱକପ୍‌ ବିଜୟୀ ଭାରତୀୟ ଦଳର ଅନ୍ୟତମ ସଦସ୍ୟ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଚଳିତବର୍ଷ ସମ୍ମାନଜନକ ସିକେ ନାୟୁଡୁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବେ। ତାଙ୍କ ସହିତ ଭାରତ ମହିଳା ଦଳର ପୂର୍ବତନ ଅଧିନାୟିକା ଅଞ୍ଜୁମ ଚୋପ୍ରା ମଧ୍ୟ ୨୦୧୯ ବର୍ଷ ପାଇଁ ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆଓ୍ବାର୍ଡ ପାଇବା ପାଇଁ ମନୋନୀତ ହୋଇଛନ୍ତି। ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ ପୂର୍ବରୁ ଅର୍ଥାତ ଜାନୁୟାରୀ ୧୨ରେ ମୁମ୍ବାଇଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବାର୍ଷିକ ପୁରସ୍କାର ଉତ୍ସବରେ ଏହି ଦୁଇଜଣଙ୍କୁ ସମ୍ମାନିତ କରାଯିବ। ଭାରତୀୟ କ୍ରିକେଟ ପ୍ରତି ଉଭୟ ଶ୍ରୀକାନ୍ତ ଏବଂ ଅଞ୍ଜୁମଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ପୂର୍ବତନ ଭାରତ ଅଧିନାୟକ ଏସ୍‌. ଭେଙ୍କଟ ରାଘବନ ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଛାଡ଼ିଦେଲେ ଶ୍ରୀକାନ୍ତ ହେଉଛନ୍ତି ତାମିଲନାଡୁ କ୍ରିକେଟର ଅନ୍ୟତମ ନାମୀ ଖେଳାଳି। ସେ ୧୯୮୧ରୁ ୧୯୯୨ ମଧ୍ୟରେ ଭାରତୀୟ କ୍ରିକେଟ ଦଳରେ ପ୍ରତିନିଧିତ୍ୱ କରିଥିଲେ। ୬୦ ବର୍ଷୀୟ ଶ୍ରୀକାନ୍ତ ୪୩ ଟେଷ୍ଟ ମ୍ୟାଚରେ ମୋଟ ୨୦୬୨ ରନ ସଂଗ୍ରହ କରିଛନ୍ତି। ତନ୍ମଧ୍ୟରେ ତାଙ୍କର ଦୁଇଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ସାମିଲ ରହିଥିଲା। ଅନ୍ତର୍ଜାତୀୟ ଦିନିକିଆରେ ସେ ତାଙ୍କ ସମୟରେ ବିନା ହେଲମେଟ୍‌ରେ ଫାଷ୍ଟ ବୋଲରଙ୍କ ବୋଲିଂରେ ହୁକ୍‌ ଶଟ୍‌ ଖେଳିଥିବାର ବହୁ ଦୃଷ୍ଟାନ୍ତ ରହିଛି। ୧୯୮୩ ପ୍ରୁଡେନ୍‌ସିଆଲ ବିଶ୍ୱକପ୍‌ ଫାଇନାଲରେ ସେ ଭାରତୀୟ ଦଳର ଟପ୍‌ ସ୍କୋରର ଥିଲେ। ମାଲକମ ମାର୍ଶାଲ, ଜୋଏଲ ଗାର୍ନର, ଆଣ୍ଡି ରବଟର୍‌ସ ଏବଂ ମାଇକେଲ ହୋଲ୍‌ଡିଂଙ୍କୁ ନେଇ ସେ ସମୟର ଦୁର୍ଦ୍ଧର୍ଷ ଓ୍ବେଷ୍ଟଇଣ୍ଡିଜ ବୋଲିଂ ଆକ୍ରମଣର ସାମ୍ନା କରି ସେ ୩୮ ରନ କରିଥିଲେ। ପୁନଶ୍ଚ ସେ ୧୯୮୫ରେ ବେନସନ ହେଜେସ୍‌ ଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ୧୯୮୯ରେ କଠିନ ପାକିସ୍ତାନ ଟୁର୍‌ ପାଇଁ ଶ୍ରୀକାନ୍ତଙ୍କୁ ଅଧିନାୟକ ଭାବେ ମନୋନୀତ କରାଯାଇଥିଲା। ଏହି ଟୁର୍‌ରେ ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଏହି ସିରିଜ ଡ୍ର ରହିଥିଲା। ମାତ୍ର ଏହାପରେ ତାଙ୍କୁ ଭିନ୍ନ ପରିସ୍ଥିତିରେ ଅଧିନାୟକ ପଦବୀରୁ ବିଦାୟ ନେବାକୁ ପଡ଼ିଥିଲା। ୧୯୯୨ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ବିଶ୍ୱକପ୍‌ ପରେ ଶ୍ରୀକାନ୍ତ କ୍ରିକେଟରୁ ଅବସର ନେଇଥିଲେ। ପରେ ସେ ୨୦୦୯ରୁ ୨୦୧୨ ପର୍ଯ୍ୟନ୍ତ ନ୍ୟାଶନାଲ ସିଲେକ୍ସନ କମିଟିର ଚେୟାରମ୍ୟାନ ଥିଲେ। ଶ୍ରୀକାନ୍ତଙ୍କ ନେତୃତ୍ୱାଧୀନ କମିଟି ୨୦୧୧ ବିଶ୍ୱକପ୍‌ ପାଇଁ ଦଳ ମନୋନୟନ କରିଥିଲା। ଅନ୍ୟପକ୍ଷରେ ମିଥାଲି ରାଜ୍‌ଙ୍କ ପୂର୍ବରୁ ୪୨ ବର୍ଷୀୟା ଅଞ୍ଜୁମ ଭାରତର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସଓମ୍ୟାନ ବିବେଚିତ ହେଉଥିଲେ। ସେ ବାମହାତୀ ଥିଲେ। ଅଞ୍ଜୁମ ୧୨ଟି ଟେଷ୍ଟ ଖେଳି ୫୪୮ ରନ ସଂଗ୍ରହ କରିଥିଲେ। ସେ ଆହୁରି ମଧ୍ୟ ୧୨୭ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି। ସେ ଗୋଟିଏ ଶତକ ଏବଂ ୧୮ ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୮ଟି ଅନ୍ତର୍ଜାତୀୟ ଟି୨୦ ଖେଳିଛନ୍ତି। ୨୦୦୫ରେ ଅଷ୍ଟ୍ରେଲିଆରେ ମହିଳା ବିଶ୍ୱକପ୍‌ ଫାଇନାଲ ଖେଳିଥିବା ଭାରତୀୟ ମହିଳା ଏକାଦଶର ଅନ୍ୟତମ ସଦସ୍ୟା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri