Categories: ଫୁରସତ

ଶ୍ରାବଣରେ ମହାଦେବଙ୍କ କୃପା ପାଇବାଲାଗି ପିନ୍ଧନ୍ତୁ ଏହି ରଙ୍ଗର ପୋଷାକ

ମାସ ମଧ୍ୟରେ ଶ୍ରାବଣ ଅଧିକ ମହତ୍ତ୍ୱପୂର୍ଣ୍ଣ । ହିନ୍ଦୁଧର୍ମ ଅନୁସାରେ ଏହି ମାସ ମହାଦେବଙ୍କର ପ୍ରିୟ ହୋଇଥାଏ। ଏହି ମାସରେ ଭୋଳାବାବାଙ୍କୁ ପୂଜାର୍ଚ୍ଚନା କରିବା ସହ, ମନସ୍କାମନା ପୂର୍ଣ୍ଣ ପାଇଁ କାଉଡ଼ିଆ ପାଣିଭାର ନେଇ ଯାଇଥାନ୍ତି । ତେବେ ଏହି ମାସରେ କିଛି ଖାଦ୍ୟ ଖାଇବାରେ ବାରଣ କରାଯାଉଥିବା ବେଳେ ପୋଷାକ ରଙ୍ଗରେ ମଧ୍ୟ ସାବଧାନତା ଅବଲମ୍ବନ କରିବା ଉଚିତ। ହିନ୍ଦୁଧର୍ମ ଅନୁଯାୟୀ, ପୂଜାରେ ଅନେକ ନିୟମ ରହିଛି। ଏହି ଅନୁସାରେ ପୂଜା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏ ପରି ନ କଲେ ଅନେକ ସମୟରେ କୁପରିଣାମ ମଧ୍ୟ ଭୋଗ କରିବାକୁ ପଡ଼ିଥାଏ।

ଆପଣ ଦେଖିଥିବେ, ବିବାହିତା ମହିଳା ପୂଜାରେ ବସିଲା ବେଳେ ନାଲି ଶାଢ଼ି ପିନ୍ଧିଥାନ୍ତି। କାରଣ ଲାଲ ରଙ୍ଗ ସୌଭାଗ୍ୟ ଓ ଖୁସିର ପ୍ରତୀକ।
ଲାଲରଙ୍ଗ ସହ ସବୁଜ ରଙ୍ଗର ମଧ୍ୟ ମହତ୍ତ୍ୱ ରହିଛି। ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ଚୁଡ଼ି ପିନ୍ଧିଥାନ୍ତି। ଏହାକୁ ପିନ୍ଧିବା ଫଳରେ ମହାଦେବଙ୍କ ଆଶୀର୍ବାଦ ମିଳିବା ସହିତ ସ୍ବାମୀଙ୍କ ଆୟୁଷ ବଢ଼ିଥାଏ ବୋଲି ବିଶ୍ୱାସ ରହିଛି।
ତେବେ ମହାଦେବଙ୍କ ପୂଜାରେ ଯେ କୌଣସି ରଙ୍ଗର ପୋଷାକ ପିନ୍ଧି ପୂଜା କଲେ ସୁଦ୍ଧା କଳା ରଙ୍ଗ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। କାରଣ ଏଥିରେ ଭୋଳାବାବା ଅସନ୍ତୁଷ୍ଟ ହେବା ସହ କୃପା କରି ନ ଥାନ୍ତି।

Share