ଶ୍ରାଦ୍ଧ ବାର୍ଷିକୀ ଭୋଜି ବେଳେ ଅଘଟଣ : ଗ୍ୟାସ୍‌ ପାଇପ ଚୁଲାରୁ ଖସି ଅଗ୍ନିକାଣ୍ଡ, ୪ ଗୁରୁତର

ରାୟଗଡା ଅଫିସ,୧୧।୨: ରାୟଗଡ଼ାର ଡିଏଫଓ କଲୋନୀରେ ଏକ ଭୋଜି ଚାଲୁଥିବା ବେଳେ ମଙ୍ଗଳବାର ଗ୍ୟାସ ପାଇପ୍‌ ଚୁଲାରୁ ଖସି ଅଘଟଣ ଘଟିଛି। ଏଥିରେ ୪ ଜଣ ମହିଳା ଗୁରୁତର ହୋଇଛନ୍ତି। ସେମାନେ ହେଲେ କଳାବତୀ ମଡଙ୍ଗି, ସୁକାନ୍ତି ମିନିଆକା, ଲକ୍ଷ୍ମୀ ଙ୍କଡଗାରୀ, ପାର୍ବତୀ ଙ୍କଡଗାରୀ ।
ସୂଚନାଯୋଗ୍ୟ, କଲୋନୀର ତୃତୀୟ ଗଳିରେ ରହୁଥିବା ମନୋଜ ସାହୁଙ୍କ ଘରେ ତାଙ୍କ ବାପାଙ୍କ ଶ୍ରାଦ୍ଧ ବାର୍ଷିକୀ ଭୋଜି ପାଇଁ ରୋଷେଇ ଚାଲିଥିଲା। ସେହି ସମୟରେ ଗ୍ୟାସ୍‌ର ପାଇପ୍‌ ଚୁଲାରୁ ଖସି ଅଗ୍ନିକାଣ୍ଡ ଘଟିଥିଲା। ପାଖରେ ପରିବା କାଟୁଥିବା ୪ ମହିଳା ଗୁରୁତର ହୋଇଥିଲେ।