ଶ୍ରମ ଆଇନରେ ପରିବର୍ତ୍ତନ : ଘଣ୍ଟାକୁ ଶହେ ବର୍ଷ ପଛକୁ ଘୁଞ୍ଚାଇଦେବ

ନୂଆଦିଲ୍ଲୀ,୨୧ା୫: କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନବିରୋଧୀ ସ୍ବେଚ୍ଛାଚାରୀ ପଦକ୍ଷେପ ଏବଂ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଶ୍ରମ ଆଇନରେ କରାଯାଇଥିବା ପରିବର୍ତ୍ତନର ପ୍ରତିବାଦରେ ୧୦ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ୍‌ ମେ ୨୨ରେ ଦେଶବ୍ୟାପୀ ବନ୍ଦପାଳନ ପାଇଁ ଆହ୍ବାନ ଦେଇଛନ୍ତି। ଆଇନରେ ଏହି ସଂଶୋଧନ ଯୋଗୁ ଶ୍ରମିକମାନେ ଅଧିକ ନିଷ୍ଠୁର ଓ କ୍ରୂର ଶୋଷଣର ଶିକାର ହେବେ ବୋଲି ଶ୍ରମ ସଙ୍ଗଠନଗୁଡ଼ିକ ସମାଲୋଚନା କରିଛନ୍ତି। ୨୦୧୪ ପରଠାରୁ ଭାରତର ଶ୍ରମ ଆଇନଗୁଡ଼ିକୁ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ପୁରାତନ, ଜଟିଳ ଓ ପ୍ରତିବନ୍ଧକ ବୋଲି ଦର୍ଶାଇ କେନ୍ଦ୍ର ସରକାର ସେଥିରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ନାନା ପ୍ରକାର ପଦକ୍ଷେପ ନେଉଛନ୍ତି। ଶିଷ୍ଟ ଭାଷାରେ ଏହାକୁ ‘ଶ୍ରମ ଆଇନ ସଂସ୍କାର’ ବୋଲି ଅଭିହିତ କରାଯାଉଥିତ୍ବାବେଳେ ବର୍ତ୍ତମାନର ଆଇନରେ ସଂଶୋଧନ, ନୂଆ ଆଇନ ପ୍ରଣୟନ, ନୂଆ ଆଇନର କାର୍ଯ୍ୟକାରିତା, ଆଇନର ସଂହିତାକରଣ (କୋଡିଫିକେଶନ୍‌) ଓ ଆଡ୍‌ଭାଇଜରି ସମ୍ପର୍କିତ ପ୍ରସଙ୍ଗ, ମଡେଲ୍‌ ବିଲ୍‌ ଏବଂ ବ୍ୟବସାୟିକ ସଂସ୍କାର କାର୍ଯ୍ୟସୂଚୀ ଅନ୍ତର୍ଭୁକ୍ତ। ନିଯୁକ୍ତିଦାତାମାନଙ୍କୁ ସୁବିଧା ଦେବା, ବ୍ୟବସାୟରେ ସହଜତା ଆଣିବା ଓ ବିଦେଶୀ ପୁଞ୍ଜିନିବେଶକୁ ଆକୃଷ୍ଟ କରିବା ପାଇଁ ଏହି ସଂସ୍କାରକୁ ଜରୁରୀ ବୋଲି କୁହାଗଲା। ନିଯୁକ୍ତିଦାତାମାନଙ୍କୁ ‘ଇନ୍ସପେକ୍‌ଶନ ରାଜ’ର ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଶ୍ରମ ଆଇନର ଯାଞ୍ଚ ବ୍ୟବସ୍ଥାରେ ପରିବର୍ତ୍ତନ ଜରୁରୀ ବୋଲି ମଧ୍ୟ ଦାବି କରାଗଲା। ସେମାନଙ୍କ ଯୁଗ୍ମ କ୍ଷମତାର ଉପଯୋଗ କରି ଅନେକ ରାଜ୍ୟ ସରକାର ସମାନ ବାଟରେ ଯାଇ ଶ୍ରମ ଆଇନରେ ପରିବର୍ତ୍ତନ ଆଣିଛନ୍ତି। ୨୦୧୪ରେ ରାଜସ୍ଥାନ ସରକାର ଫ୍ୟାକ୍ଟ୍ରିଜ୍‌ ଆକ୍ଟ,୧୯୪୮ ଓ କଣ୍ଟ୍ରାକ୍ଟ ଲେବର (ରେଗୁଲେଶନ ଆଣ୍ଡ ଆବୋଲିଶନ) ଆକ୍ଟ, ୧୯୭୦ର ପ୍ରୟୋଗ ସୀମାକୁ ବୃଦ୍ଧି କରି ଏହି କ୍ଷେତ୍ରରେ ଆଗରେ ରହିଛନ୍ତି। ଫଳରେ ରାଜ୍ୟରେ ବହୁସଂଖ୍ୟକ ଶ୍ରମିକ ଏହି ଆଇନଗୁଡ଼ିକର ପରିଧି ବାହାରକୁ ଚାଲିଯାଇଛନ୍ତି। ଏବେ ଟ୍ରେଡ୍‌ ୟୁନିୟନଗୁଡ଼ିକ ‘ଶ୍ରମ ଆଇନ ସଂସ୍କାର’କୁ ଦୃଢ଼ ଭାବେ ବିରୋଧ କରିଛନ୍ତି। କାରଣ ଏହା ଶ୍ରମିକମାନଙ୍କ କଷ୍ଟୋପାର୍ଜିତ ଅଧିକାରଗୁଡ଼ିକୁ ନୂ୍ୟନ କରିଦେବା ସହ ଅଧିକ ଶୋଷଣର ବାଟ ଫିଟାଇବ। ସରକାର ତ୍ରୈପାକ୍ଷିକ ବିଚାରବିମର୍ଶ ନ କରି ଏକପାଖିଆ କାର୍ଯ୍ୟ କରୁଛନ୍ତି ବୋଲି ଟ୍ରେଡ୍‌ ୟୁନିୟନଗୁଡ଼ିକ ସମାଲୋଚନା କରୁଛନ୍ତି। ତେବେ ସେମାନଙ୍କ କଡ଼ା ପ୍ରତିରୋଧ ଯୋଗୁ କେନ୍ଦ୍ର ସରକାର ଯେପରି ଢଙ୍ଗରେ ଏହି ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବାକୁ ଚାହିଁଥିଲେ ସେପରି କରିପାରି ନାହାନ୍ତି।
କରୋନା କାଳରେ ସ୍ବାସ୍ଥ୍ୟ ସଙ୍କଟ ଆଳ
କାର୍ଯ୍ୟ ସମୟ ବୃଦ୍ଧି, ସର୍ବନିମ୍ନ ମଜୁରିକୁ ସୀମିତ, ସାମାଜିକ ସୁରକ୍ଷା ସୁବିଧାଗୁଡ଼ିକୁ ହ୍ରାସ, କୌଣସି ପ୍ରକାର କାର୍ଯ୍ୟ ପାଇଁ ଠିକା ଶ୍ରମିକମାନଙ୍କୁ ନିୟୋଜନ କରିବା ପାଇଁ ଅନୁମତି, ଶ୍ରମିକଙ୍କ ଛଟେଇ ନିୟମକୁ କୋହଳ, ଟ୍ରେଡ୍‌ ୟୁନିୟନର ଅଧିକାରଗୁଡ଼ିକୁ ନିରୁତ୍ସାହିତ କରିବା ଏବଂ ଲେବର ଇନ୍ସପେକ୍‌ଶନକୁ ହଟାଇବା ପାଇଁ ଅଛିଣ୍ଡା ‘ସଂସ୍କାର ଏଜେଣ୍ଡା’ ଜରିଆରେ କୋଭିଡ୍‌-୧୯ ସଙ୍କଟକୁ ଆଳ ଭାବେ ବ୍ୟବହାର କରାଯାଉଛି। ପ୍ରାୟ ୬ ବର୍ଷ ଧରି କେନ୍ଦ୍ର ସରକାର ଫ୍ୟାକ୍ଟ୍ରି ଶ୍ରମିକମାନଙ୍କ କାର୍ଯ୍ୟ ସମୟ ବଢ଼ାଇବା ପାଇଁ ଉଦ୍ୟମ କରୁଛନ୍ତି। ସାମ୍ପ୍ରତିକ ଜରୁରୀ ପରିସ୍ଥିତିର ଆଳ ଦେଖାଇ ଗୁଜରାଟ, ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶ ସରକାର କଳକାରଖାନାରେ ନିୟୋଜିତ ଶ୍ରମିକମାନଙ୍କ ସର୍ବନିମ୍ନ କାର୍ଯ୍ୟ ସମୟ ଦୈନିକ ୧୨ ଘଣ୍ଟା ଓ ସପ୍ତାହକ ୭୨ ଘଣ୍ଟାକୁ ବୃଦ୍ଧି କରି ଗତମାସରେ ଏକସଙ୍ଗେ ବିଜ୍ଞପ୍ତି ଜାରି କରିଛନ୍ତି। ଫ୍ୟାକ୍ଟ୍ରି ଆଇନର ଧାରା ୫ ଅନୁସାରେ ଏହି ବିଜ୍ଞପ୍ତିଗୁଡ଼ିକ ଜାରି କରାଯାଇଛି, ଯାହାକି ୩ ମାସ ପାଇଁ ବୈଧ। ଏହି ସମୟରେ ପଞ୍ଜାବର ଶ୍ରମ ବିଭାଗ ମଧ୍ୟ ଉକ୍ତ ଆଇନର ଧାରା ୬୫ ଅଧୀନରେ ଏକ ଅନୁରୂପ ନିର୍ଦ୍ଦେଶନାମା ଜାରି କରିଛି। ନିର୍ଦ୍ଦେଶନାମା ଅନୁସାରେ ଫ୍ୟାକ୍ଟ୍ରିଗୁଡ଼ିକ ଆଇନ ଅଧୀନରେ ଅସାଧାରଣ ଚାପକୁ ସାମ୍ନା କରିବା ଲାଗି ଦୈନିକ ଓ ସାପ୍ତାହିକ କାର୍ଯ୍ୟ ସମୟ ସମ୍ପର୍କିତ ସର୍ତ୍ତରୁ ଛାଡ଼ ପାଇପାରିବେ। ଗତ ସପ୍ତାହରେ ଓଡ଼ିଶା, ମହାରାଷ୍ଟ୍ର ଓ ଗୋଆ ସରକାର ମଧ୍ୟ ଦୈନିକ କାର୍ଯ୍ୟ ସମୟରେ ସମାନ ବୃଦ୍ଧି ଘଟାଇଛନ୍ତି। ବାସ୍ତବରେ କାର୍ଯ୍ୟଦିବସର ପରିବର୍ଦ୍ଧିତ ଅବଧି ଶ୍ରମିକମାନଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବିପନ୍ନ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଉତ୍ତର ପ୍ରଦେଶ ସରକାର ଏହି କ୍ଷେତ୍ରରେ ଆହୁରି ଆଗକୁ ବଢ଼ିଯାଇଛନ୍ତି। ସେଠାରେ ସରକାର ଉତ୍ତର ପ୍ରଦେଶ ଟେମ୍ପୋରାରି ଏକ୍‌ଜେମ୍ପଶନ୍‌ ଫ୍ରମ୍‌ ସଟର୍ନ ଲେବର ଲଜ୍‌ ଅର୍ଡିନାନ୍ସ, ୨୦୨୦ ଆଣିବା ପ୍ରକ୍ରିୟାରେ ଅଛନ୍ତି। ଏହି ଅଧ୍ୟାଦେଶ ବଳରେ ରାଜ୍ୟରେ ଥିବା ଫ୍ୟାକ୍ଟ୍ରି ଓ ମାନୁଫାକ୍ଚରିଂ ସଂସ୍ଥାଗୁଡ଼ିକ ପାଇଁ ପ୍ରଯୁଜ୍ୟ ସମସ୍ତ ଶ୍ରମ ଆଇନର କାର୍ଯ୍ୟକାରିତାକୁ ୩ ବର୍ଷ ପର୍ଯ୍ୟନ୍ତ ରଦ୍ଦ କରାଯାଇପାରିବ। ତେବେ ଗୋତି ଶ୍ରମିକ ପ୍ରଥା (ଉଚ୍ଛେଦ) ଆଇନ, ୧୯୭୬, କର୍ମଚାରୀଙ୍କ କ୍ଷତିପୂରଣ ଆଇନ, ୧୯୨୩, କୋଠାବାଡ଼ି ଓ ଅନ୍ୟ ନିର୍ମାଣ ଶ୍ରମିକ (ନିୟୋଜନ ନିୟନ୍ତ୍ରଣ ଓ ସେବା ସର୍ତ୍ତ) ଆଇନ, ୧୯୯୬ ଏବଂ ଶିଶୁ ଓ ମହିଳା ସମ୍ପର୍କିତ ଶ୍ରମ ଆଇନର ନିୟମଗୁଡ଼ିକ ଏଥିରୁ ବାଦ୍‌ ଦିଆଯିବ। ହେଲେ ଏହି ଅଧ୍ୟାଦେଶ ଚିଠା ଅନୁସାରେ ନିଯୁକ୍ତିଦାତା ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବନିମ୍ନ ମଜୁରି ପ୍ରଦାନ କରିବେ। ଫ୍ୟାକ୍ଟ୍ରି ଆଇନର ସୁରକ୍ଷା ସମ୍ପର୍କିତ ନିୟମଗୁଡ଼ିକର ଅନୁପାଳନ ମଧ୍ୟ ଜରୁରୀ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଚିଠାରେ ଦୈନିକ କାର୍ଯ୍ୟ ସମୟକୁ ୧୧ ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାବେଳେ କାର୍ଯ୍ୟଦିବସକୁ ୧୨ ଘଣ୍ଟା ସ୍ଥିର କରାଯାଇଛି। ଏହା ଆଇନରେ ପରିଣତ ହେଲେ ଉତ୍ତର ପ୍ରଦେଶର ନିଯୁକ୍ତିଦାତାମାନେ ଶ୍ରମିକଙ୍କୁ ନିର୍ଦ୍ଧାରିତ ସର୍ବନିମ୍ନ ମଜୁରିରୁ ଅଧିକ କିଛି ପଇଠ କରିବାକୁ ବାଧ୍ୟହେବେ ନାହିଁ। ସେହିପରି ମାଲିକମାନେ ଶ୍ରମିକଙ୍କୁ ଛଟେଇ କରିବା ପାଇଁ ସୁଯୋଗ ପାଇବେ ତାହା ପୁଣି ବିନା କ୍ଷତିପୂରଣରେ। ରାଜ୍ୟରେ ପରବର୍ତ୍ତୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ଟ୍ରେଡ୍‌ ୟୁନିୟନର ପଞ୍ଜୀକରଣ ହୋଇପାରିବ ନାହିଁ। ଶ୍ରମିକମାନେ ନିଜ ଅସୁବିଧା ଜଣାଇବା ପାଇଁ କୌଣସି ଅଭିଯୋଗ ବ୍ୟବସ୍ଥାର ସୁବିଧା ପାଇପାରିବେ ନାହିଁ । ଏଭଳି ନିରଙ୍କୁଶ ନମନୀୟତା ଶ୍ରମିକମାନଙ୍କ ପ୍ରତିବାଦ କ୍ଷମତାକୁ ସଙ୍କୁଚିତ କରିବ, ଯାହାକି ସାରା ଦେଶରେ ଏମ୍ପ୍ଲୟର୍ସ ୟୁନିୟନଗୁଡ଼ିକ ଦାବି କରିଆସୁଛନ୍ତି।
ଦୁଇ ସପ୍ତାହ ତଳେ ମଧ୍ୟପ୍ରଦେଶ ସରକାର ଅନୁମୋଦନ, ଲାଇସେନ୍ସିଂ ଓ ରେଜିଷ୍ଟ୍ରେଶନ, ସୁରକ୍ଷା, ଓଭରଟାଇମ୍‌ ମଜୁରି ଆଦି ସମ୍ପର୍କିତ ନିୟମ ବ୍ୟତୀତ ଫ୍ୟାକ୍ଟ୍ରି ଆଇନ ଅନୁପାଳନରୁ ରାଜ୍ୟର ସମସ୍ତ ଫ୍ୟାକ୍ଟ୍ରିକୁ ମୁକ୍ତ କରିଛନ୍ତି। ଏହାସହ ୫୦ରୁ କମ୍‌ ଶ୍ରମିକ ନିୟୋଜିତ ଥିବା ବିପଦମୁକ୍ତ ଫ୍ୟାକ୍ଟ୍ରିଗୁଡ଼ିକ ପାଇଁ ତୃତୀୟ ପକ୍ଷ ପ୍ରମାଣୀକରଣ ବ୍ୟବସ୍ଥାକୁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି। ଏହି ନିୟମକୁ କାର୍ଯ୍ୟକାରୀ କରାଗଲେ ଫ୍ୟାକ୍ଟ୍ରି ଆଇନର ସ୍ବାସ୍ଥ୍ୟ ଓ ସ୍ବଚ୍ଛତା, ମୌଳିକ ସୁବିଧା ପ୍ରଦାନର ନିୟମ ଓ ଲେବର୍‌ ଇନ୍ସପେକ୍‌ଶନ ୩ ବର୍ଷ ପାଇଁ କଳକାରଖାନାଗୁଡ଼ିକରେ ଲାଗୁ ହେବ ନାହିଁ। ସେହିପରି ନୂଆ ଫ୍ୟାକ୍ଟ୍ରିଗୁଡ଼ିକୁ ଇଣ୍ଡଷ୍ଟ୍ରିଆଲ୍‌ ଡିସ୍‌ପ୍ୟୁଟ୍‌ ଆକ୍ଟର କେତେକ ନିୟମରୁ ଛାଡ଼ ଦେଇଛନ୍ତି। ଫଳରେ ନୂଆକରି ଗଢ଼ିଉଠିଥିବା କଳକାରଖାନାର ଶ୍ରମିକମାନେ ୧୦୦୦ ଦିନ ପର୍ଯ୍ୟନ୍ତ ସଙ୍ଗଠିତ ହେବା ସ୍ବାଧୀନତା ହରାଇବା ସହ ସାମଗ୍ରିକ ମୂଲଚାଲ ଅଧିକାରରୁ ବଞ୍ଚତ୍ତ ହେବେ। ଅନ୍ୟପକ୍ଷରେ ଗୁଜରାଟ ସରକାର ମଧ୍ୟ ଉତ୍ତର ପ୍ରଦେଶ ମଡେଲକୁ ଆପଣାଇ ଏକ ଅଧ୍ୟାଦେଶ ଆଣିବା ପ୍ରକ୍ରିୟାରେ ଅଛନ୍ତି। ଏହା ବଳରେ ବର୍ଷକ ମଧ୍ୟରେ ପ୍ରତିଷ୍ଠିତ ନୂଆ ୟୁନିଟଗୁଡ଼ିକୁ ଶ୍ରମ ଆଇନରୁ ଛାଡ଼ ଦିଆଯାଇପାରିବ। ଏହି ଅଧ୍ୟାଦେଶ ଅଣାଗଲେ ନୂଆ ମାନୁଫାକ୍ଚରିଂ ୟୁନିଟ ଓ ସର୍ଭିସ୍‌ ସେକ୍ଟରର ଶ୍ରମିକମାନେ ସେମାନଙ୍କ ଉପଯୁକ୍ତ ମଜୁରି ଅଧିକାରରୁ ବଞ୍ଚତ୍ତ ହେବେ। ସେମାନଙ୍କ ସୁରକ୍ଷା ବିପନ୍ନ ହେବା ସହ ସଙ୍ଗଠନ ଅଧିକାର ଓ ସାମଗ୍ରିକ ମୂଲଚାଲ ଅଧିକାର ମଧ୍ୟ ହରାଇବେ। ଶ୍ରମ ଆଇନ ବଦଳାଉଥିବା ରାଜ୍ୟଗୁଡ଼ିକର ତାଲିକାରେ କର୍ନାଟକ ଯୋଡ଼ିହେବା ସହ ଏକ ପ୍ରସ୍ତାବ ଆଣିଛି। ଏହାଦ୍ୱାରା ଫ୍ୟାକ୍ଟ୍ରି ଆଇନର ଆବେଦନ ସଂଖ୍ୟା ସୀମା ବୃଦ୍ଧି ପାଇବ। ଏଥିଯୋଗୁ ଶ୍ରମିକମାନଙ୍କ ସୁରକ୍ଷା ହ୍ରାସ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସ୍ଥାୟୀ ବ୍ୟବସ୍ଥାର ପୂର୍ବ ଲକ୍ଷଣ
ଶ୍ରମ ଆଇନରେ ପରିବର୍ତ୍ତନ ସାମୟିକ ମନେହେଉଥିଲେ ହେଁ ସେଗୁଡ଼ିକୁ ଆଗକୁ ଘଟିବାକୁ ଥିବା ଅନେକ ଘଟଣାର ପୂର୍ବ ଲକ୍ଷଣ ବୋଲି ଧରିବାକୁ ହେବ। କାରଣ ଏହା ଥରେ ଆରମ୍ଭ ହେଲେ ତାକୁ ଚିରସ୍ଥାୟୀ ଭାବେ କାର୍ଯ୍ୟକାରୀ କରିବାକୁ ଅଧିକ ସମୟ ଲାଗିବ ନାହିଁ। ସରକାରମାନେ ଏଭଳି ଉପାୟ ଆପଣାଇବା ପାଇଁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିବେ, ଯାହା ଘଣ୍ଟାକୁ ୧୦୦ ବର୍ଷ ପଛକୁ ଘୁଞ୍ଚାଇଦେବ। ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇବା ପାଇଁ ପୁଞ୍ଜି ଆକର୍ଷଣ ଓ ନିଯୁକ୍ତି ସୃଷ୍ଟି ଲାଗି ଏଭଳି ପଦକ୍ଷେପ ଜରୁରୀ ବୋଲି ସରକାର ଓ ଫ୍ୟାକ୍ଟ୍ରିଗୁଡ଼ିକ ଦାବି କରିବେ। କିନ୍ତୁ ବାସ୍ତବରେ ଏପରି ପଦକ୍ଷେପ ଶ୍ରମିକମାନଙ୍କ ମୌଳିକ ଅଧିକାର ଓ ମାନବାଧିକାର ଉପରେ ହସ୍ତକ୍ଷେପ କରିବ। ଶ୍ରମ ଆଇନରେ ଏପରି ପରିବର୍ତ୍ତନ ଫଳରେ ବଡ଼ ଧରଣର ପୁଞ୍ଜିନିବେଶ ଆସିବ ଓ ଶିଳ୍ପକୁ ପ୍ରୋତ୍ସାହନ ମିଳିବ କିମ୍ବା ନିଯୁକ୍ତି ସୃଷ୍ଟି ହେବ ବୋଲି କିଛି ସମ୍ଭାବନା ନାହିଁ। ଶ୍ରମ ଅଧିକାର ହେଉଛି ମାନବାଧିକାର। ରାଜ୍ୟଗୁଡ଼ିକ ନିଜ ସାମ୍ବିାଧାନିକ ଉତ୍ତରଦାୟିତ୍ୱ ଓ ପ୍ରତିଶ୍ରୁତିବଦ୍ଧତାକୁ ତ୍ୟାଗ କରିପାରିବେ ନାହିଁ, ଯାହାକି ଶ୍ରମିକମାନଙ୍କୁ ସ୍ବାଧୀନତା, ସୁରକ୍ଷା ପ୍ରଦାନ କରି ସମ୍ମାନଜନକ ସ୍ଥିତିରେ କାର୍ଯ୍ୟ କରିବାର ସୁଯୋଗ ଦେଉଥିବା କୋଭେନାଣ୍ଟ ଅନ୍‌ ସିଭିଲ୍‌ ଆଣ୍ଡ ପଲିଟିକାଲ୍‌ ରାଇଟ୍ସ, ଇଣ୍ଟରନ୍ୟାଶନାଲ କୋଭେନାଣ୍ଟ ଅନ୍‌ ଇକୋନୋମିକ୍‌, ସୋସିଆଲ ଆଣ୍ଡ କଲ୍‌ଚରାଲ ରାଇଟ୍ସ ସମେତ ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ (ଆଇଏଲ୍‌ଓ)ର କେତେକ ଚୁକ୍ତିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri