Categories: ଜାତୀୟ

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ନେଇଛନ୍ତି ୧୬ ଶିଶୁ !

ନୂଆଦିଲ୍ଲୀ,୨୨।୫: କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏହି ସମୟରେ ବାହାର ରାଜ୍ୟରେ ରହୁଥିବା ଶ୍ରମିକମାନେ କାମଧନ୍ଦା ଅଭାବରୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ ସେମାନଙ୍କୁ ଘରେ ପହଞ୍ଚାଇବା ପାଇଁ ସରକାରଙ୍କ ପକ୍ଷରୁ ଶ୍ରମିକ ସ୍ପେଶାଲ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିଲା। ଆଉ ଏହି ଟ୍ରେନ୍‌ ମାଧ୍ୟମରେ ଅନେକେ ପ୍ରବାସୀ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଏବେ ଜଣାପଡିଛି କି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ପାଖାପାଖି ଇତିମଧ୍ୟରେ ପାଖାପାଖି ୨୪ ଜଣ ଗର୍ଭବତୀ ଯାତ୍ରା କରିଥିଲେ। ଏମାନଙ୍କ ମଧ୍ୟରୁ ପ୍ରାୟ ୧୬ ଜଣ ଟ୍ରେନ୍‌ ଭିତରେ ହିଁ ସନ୍ତାନ ପ୍ରସବ କରିଛନ୍ତି। ଅନ୍ୟ ୮ ଜଣଙ୍କ ପରିସ୍ଥିତିକୁ ଦେଖି ମେଡିକାଲ ନେବାର ବନ୍ଦୋବସ୍ତ କରାଯାଇଛି। ପ୍ରାୟ ସମସ୍ତେ ସୁସ୍ଥ ସନ୍ତାନ ପ୍ରସବ କରିଥିବା ବେଳେ ଜଣେ ମହିଳାଙ୍କର କିନ୍ତୁ ଯମଜ ସନ୍ତାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ଖବର ରହିଛି। ଏହି ୨୯ ବର୍ଷୀୟା ପ୍ରବାସୀ ଶ୍ରମିକ ଜଣକ ଯୋଧପୁରରୁ ବସ୍ତି ଯିବାକୁ ଶ୍ରମିକ ଟ୍ରେନ୍‌ରେ ଯାତ୍ରା କରୁଥିବା ବେଳେ ଟ୍ରେନ୍‌ ବଗି ଭିତରେ ଜମଜ ସନ୍ତାନ ପ୍ରସବ କରିଥିଲେ। ହେଲେ ଏଥିମଧ୍ୟରୁ ଜଣେ ଶିଶୁ କମ୍‌ ଓଜନର ହୋଇଥିବାରୁ ଜନ୍ମର କିଛି ସମୟ ପରେ ତା’ର ମୃତ୍ୟୁ ହୋଇଥିଲା ବୋଲି କୁହାଯାଏ।

Share