ଶ୍ରମିକଙ୍କୁ ସହୟତା କଲା ଆନନ୍ଦପୁର ପ୍ରଶାସନ

ଆନନ୍ଦପୁର,୨୯। ୩(ସ୍ବ.ପ୍ର.)- କରୋନା ପାଇଁ ସମଗ୍ର ଅଞ୍ଚଳ ଲକ୍‌ ଡାଉନ୍‌। ଏହା ଦ୍ୱାରା ଶ୍ରମିକମାନେ କାମଧନ୍ଦା ନ ପାଇ ନିରାଶ ହେଉଛନ୍ତି। ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରମିକମାନେ ପରିସ୍ଥିତିର ମୁକାବିଲା କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ରବିବାର ଏଭଳି ଏକ ଘଟଣା ଆନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଶ୍ରମିକଙ୍କର କର୍ମସ୍ଥଳରେ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକ ଶ୍ରେଣୀର କିଛି ପରିବାର ନିଜର କର୍ମସ୍ଥଳରୁ ଫେରିବା ସମୟରେ ଆନନ୍ଦପୁର ଠାରେ ବିଶ୍ରାମ ନେଇଥିଲେ। ସେମାନଙ୍କ ସମ୍ପର୍କରେ ସୂଚନା ପାଇ ଆନନ୍ଦପୁର ପ୍ରଶାସନ ପକ୍ଷରୁ ସହାୟତା କରାଯାଇଛି। ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଞ୍ଚଳର କେତେକ ଶ୍ରମିକ ପରିବାର ସୁଦୁର କୁଆଖିଆ ଅଞ୍ଚଳରେ ରହି କାର୍ଯ୍ୟ କରିଆସୁଥିଲେ। ସମଗ୍ର ଅଞ୍ଚଳରେ ଲକ୍‌ ଡାଉନ୍‌ ଲାଗୁ ହୋଇଥିବାରୁ ଶ୍ରମିକମାନେ ସେମାନଙ୍କ ବୃତ୍ତିରେ ଯୋଗଦେଇ ପାରି ନ ଥିଲେ। ଫଳରେ ଶନିବାର ସନ୍ଧ୍ୟା ୫ ଟା ସମୟରେ କୁଆଖିଆରୁ ଚାଲି ଚାଲି ଶ୍ରମିକ ମାନେ ସେମାନଙ୍କର ପରିବାର ସହିତ ସୁଦୁର ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଞ୍ଚଳକୁ ଯାତ୍ରା କରିଥିଲେ। ୨୯ ତାରିଖ ରବିବାର ସକାଳ ୭ ଟା ସମୟରେ ସେମାନେ ଆନନ୍ଦପୁରର ବାଙ୍ଖିଡି ଅଞ୍ଚଳରେ ବିଶ୍ରାମ ନେଇଥିଲେ। ସେମାନେ ଖାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା କଥା ଶୁଣିବା ପରେ ଆନନ୍ଦପୁର ପୌର ଅଧିକାରୀ ହିତାଂଶୁ ଶେଖର ସାମଲ, ତହସିଲଦାର ତପନ କୁମାର ନାୟକ ଅସହାୟ ଶ୍ରମିକମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ବିସ୍କୁଟ, ବ୍ରେଡ, ପାଣି ବୋତଲର ବ୍ୟବସ୍ଥା ଗ୍ରହଣ କରିବା ସହିତ ସେମାନେ କିପରି ନିଜ ଘରେ ଖୁସିରେ ପହଞ୍ଚିବେ ସେଥିପାଇଁ ଗାଡିର ବ୍ୟବସ୍ଥା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ବାଙ୍ଖିଡି ଗ୍ରାମର ଲୋକମାନଙ୍କ ଦ୍ୱାରା ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟକରଣ ବଦଳରେ ଫୁଡ୍‌କୋର୍ଟ-ଦୋକାନ ଗୃହ ନିର୍ମାଣ, ଐତିହ୍ୟ ହରାଉଛି…

ଗୋପାଳବନ୍ଧ ହିଡରେ ଫୁଡ୍‌କୋର୍ଟ, ଦୋକାନ ଗୃହ ନିର୍ମାଣକୁ ବିରୋଧ ପୁରୁଷୋତ୍ତମପୁର,୨୦ା୨ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ୯ ନଂ. ୱାର୍ଡ ରେ ଥିବା କିମ୍ବଦନ୍ତୀପୂର୍ଣ୍ଣ ଐତିହାସିକ ଗୋପାଳବନ୍ଧଟି…

୩୯ ବର୍ଷୀୟ କ୍ରିକେଟର୍‌ କଲେ ବଡ଼ କାରନାମା: ଭାଙ୍ଗିଲା ରୋହିତ ଶର୍ମାଙ୍କ ରେକର୍ଡ

ନୂଆଦିଲ୍ଲୀ,୨୦।୨: ଜିମ୍ବାୱେ ୨୦୨୬ ଟି୨୦ ବିଶ୍ୱକପରେ ଆଉ ଏକ ବଡ଼ ବିପର୍ଯ୍ୟୟ ଘଟାଇବାରେ ସଫଳ ହୋଇଛି। ଜିମ୍ବାୱେ ତା’ର ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ୬…

ପ୍ରମାଣ ଅଭାବରୁ ୨ ଗଞ୍ଜେଇ ଚାଲାଣକାରୀ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨୦।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏଡିଜେ ଶେଖ ମହମଦ କୁଏସ ଏକ ଗଞ୍ଜେଇ ଚାଲାଣ ମାମଲାର ବିଚାର କରି ପ୍ରମାଣ ଅଭାବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଖଲାସ…

ଶଟର ପକାଇ ଜଗି ରହୁଛନ୍ତି ବାଉନ୍‌ସର, ଭିତରେ ବାର୍‌ ଡ୍ୟାନ୍ସରଙ୍କ ଉପରେ ଉଡୁଛି ଟଙ୍କା

ଭୁବନେଶ୍ୱର,୨୦ା୨(ତ୍ରିନାଥ ମହାନ୍ତି): ସବୁ ନିୟମ ଓ କଟକଣାକୁ ଫୁ’ କରିଦେଉଛନ୍ତି ବାର୍‌ ମାଲିକ। ପୋଲିସ ଓ ଅବକାରୀ ଚଢ଼ାଉକୁ ଖାତିର ନ କରି ଚଳାଉଛନ୍ତି ବେଆଇନ ବେପାର।…

ମଟନ-ଚିକେନ ଖାଇବା ଛାଡ଼ିଦେଲେ ବୈଭବ ସୂର୍ଯ୍ୟବଂଶୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୦।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆକୁ ଟାଇଟଲ ଦେବା ପରେ ଜିମ୍ବାୱେ ଏବଂ ନାମ୍ବିଆରୁ ଫେରିଥିବା ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ରାଜସ୍ଥାନ…

ବାଘଛୁଆର ମୃତଦେହ ବ୍ୟବଚ୍ଛେଦ କଲେ ୪ଜଣିଆ ଟିମ୍‌

ଭଞ୍ଜନଗର,୨୦ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ ରେଞ୍ଜ ବଜ୍ରକୋଟ ଗ୍ରାମ ନିକଟରୁ ବୁଧବାର ବନ ବିଭାଗ ଜବତ କରିଥିବା କଲରାପତରିଆ ବାଘ…

ସବୁଠି ନ୍ୟାୟକୁ ସମର୍ଥନ

ସାରା ବିଶ୍ୱରେ ଆର୍ଥିକ ଅଭିବୃଦ୍ଧି ସର୍ବଦା ସମାନ ସୁଯୋଗ କିମ୍ବା ସହଭାଗୀ ସମୃଦ୍ଧିରେ ପରିଣତ ହୋଇନାହିଁ। ଗଠନମୂଳକ ଅସମାନତା ଜାରି ରହିଛି, ଯାହା ଉତ୍ତମ କାର୍ଯ୍ୟ, ସାମାଜିକ…

ଅନ୍ୟନାମରେ ଆକାଉଣ୍ଟ ଖୋଲି ଠକେଇ: ୭ଦିନରେ ଧରାପଡ଼ିଲେଣି ୯ ଅଭିଯୁକ୍ତ

ବରଗଡ଼,୨୦।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ଗତ ୧୩ ତାରିଖରୁ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ସାଇବର କବଚ ଅଭିଯାନ ଚାଲିଛି। ତେବେ ଏହି ଅଭିଯାନକୁ ବରଗଡ଼ ଜିଲା ପୋଲିସ୍‌ ଜୋରଦାର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri