ଶ୍ରମିକଙ୍କୁ ସହୟତା କଲା ଆନନ୍ଦପୁର ପ୍ରଶାସନ

ଆନନ୍ଦପୁର,୨୯। ୩(ସ୍ବ.ପ୍ର.)- କରୋନା ପାଇଁ ସମଗ୍ର ଅଞ୍ଚଳ ଲକ୍‌ ଡାଉନ୍‌। ଏହା ଦ୍ୱାରା ଶ୍ରମିକମାନେ କାମଧନ୍ଦା ନ ପାଇ ନିରାଶ ହେଉଛନ୍ତି। ଭାଇରସ୍‌ର ଭୟାବହତାକୁ ଦୃଷ୍ଟିରେ ରଖି ଶ୍ରମିକମାନେ ପରିସ୍ଥିତିର ମୁକାବିଲା କରିବା ପାଇଁ ପଛଘୁଞ୍ଚା ଦେଇନାହାନ୍ତି। ରବିବାର ଏଭଳି ଏକ ଘଟଣା ଆନନ୍ଦପୁର ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଶ୍ରମିକଙ୍କର କର୍ମସ୍ଥଳରେ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ସେମାନେ ବାଧ୍ୟ ହୋଇ ନିଜ ଘରକୁ ଫେରିଛନ୍ତି। ଏହି ଶ୍ରମିକ ଶ୍ରେଣୀର କିଛି ପରିବାର ନିଜର କର୍ମସ୍ଥଳରୁ ଫେରିବା ସମୟରେ ଆନନ୍ଦପୁର ଠାରେ ବିଶ୍ରାମ ନେଇଥିଲେ। ସେମାନଙ୍କ ସମ୍ପର୍କରେ ସୂଚନା ପାଇ ଆନନ୍ଦପୁର ପ୍ରଶାସନ ପକ୍ଷରୁ ସହାୟତା କରାଯାଇଛି। ସୂଚନାଯୋଗ୍ୟ ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଞ୍ଚଳର କେତେକ ଶ୍ରମିକ ପରିବାର ସୁଦୁର କୁଆଖିଆ ଅଞ୍ଚଳରେ ରହି କାର୍ଯ୍ୟ କରିଆସୁଥିଲେ। ସମଗ୍ର ଅଞ୍ଚଳରେ ଲକ୍‌ ଡାଉନ୍‌ ଲାଗୁ ହୋଇଥିବାରୁ ଶ୍ରମିକମାନେ ସେମାନଙ୍କ ବୃତ୍ତିରେ ଯୋଗଦେଇ ପାରି ନ ଥିଲେ। ଫଳରେ ଶନିବାର ସନ୍ଧ୍ୟା ୫ ଟା ସମୟରେ କୁଆଖିଆରୁ ଚାଲି ଚାଲି ଶ୍ରମିକ ମାନେ ସେମାନଙ୍କର ପରିବାର ସହିତ ସୁଦୁର ଠାକୁରମୁଣ୍ଡା ଏବଂ କରଞ୍ଜିଆ ଅଞ୍ଚଳକୁ ଯାତ୍ରା କରିଥିଲେ। ୨୯ ତାରିଖ ରବିବାର ସକାଳ ୭ ଟା ସମୟରେ ସେମାନେ ଆନନ୍ଦପୁରର ବାଙ୍ଖିଡି ଅଞ୍ଚଳରେ ବିଶ୍ରାମ ନେଇଥିଲେ। ସେମାନେ ଖାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେବା କଥା ଶୁଣିବା ପରେ ଆନନ୍ଦପୁର ପୌର ଅଧିକାରୀ ହିତାଂଶୁ ଶେଖର ସାମଲ, ତହସିଲଦାର ତପନ କୁମାର ନାୟକ ଅସହାୟ ଶ୍ରମିକମାନଙ୍କ ନିକଟରେ ପହଞ୍ଚି ଆବଶ୍ୟକ ବିସ୍କୁଟ, ବ୍ରେଡ, ପାଣି ବୋତଲର ବ୍ୟବସ୍ଥା ଗ୍ରହଣ କରିବା ସହିତ ସେମାନେ କିପରି ନିଜ ଘରେ ଖୁସିରେ ପହଞ୍ଚିବେ ସେଥିପାଇଁ ଗାଡିର ବ୍ୟବସ୍ଥା ଗ୍ରହଣ କରିଥିଲେ। ଅନ୍ୟପକ୍ଷରେ ସ୍ଥାନୀୟ ବାଙ୍ଖିଡି ଗ୍ରାମର ଲୋକମାନଙ୍କ ଦ୍ୱାରା ସେମାନଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri