ଶ୍ରଦ୍ଧା କପୁରଙ୍କୁ ପୂରିଲା ୩୩: ରୋମାନ୍ସ୍‌ ପାଇଁ ବେଳ ନାହିଁ

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ମଙ୍ଗଳବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୭ ମାର୍ଚ୍ଚ ୩ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପିତା ଶକ୍ତି କପୁର ଫିଲ୍ମ ଇଣ୍ଡଷ୍ଟ୍ରିରେ ଥିବାରୁ ବଲିଉଡ୍‌ରେ ଅଭିନୟ କରିବା ପାଇଁ ପିଲାଟି ଦିନରୁ ତାଙ୍କର ଇଛାଥିଲା। ତାଙ୍କ ଅଭିନୀତ ଆଶିକ୍‌-୨ ବକ୍ସ ଅଫିସ୍‌ରେ ବେଶ୍‌ ସଫଳ ରହିଥିଲା। ବଲିଉଡ୍‌ର ଲଭର ବୟ ଆଦିତ୍ୟ ରାୟ କପୁର ଏବଂ ଫରହାନ୍‌ ଅଖତରଙ୍କ ସହିତ ତାଙ୍କର ରୋମାନ୍ସ୍‌ ନେଇ କିଛି ଦିନ ତଳେ ନାନା ଖବର ମିଳୁଥିଲେ ମଧ୍ୟ ଶ୍ରଦ୍ଧା ଏନେଇ ମୁହଁ ଖୋଲି ନ ଥିଲେ। ତେବେ ପ୍ରଥମେ କ୍ୟାରିୟର ଏହାପରେ ପ୍ରେମ ବୋଲି ଏକ ସାକ୍ଷାତ୍‌କାରରେ ଶ୍ରଦ୍ଧା କହିଥିଲେ। ଏବେ ସେ ଇଣ୍ଡଷ୍ଟ୍ରିରେ ନିଜର ସ୍ଥିତି ସୁଦୃଢ଼ କରୁଥିବା କହିଛନ୍ତି। ରୋମାନ୍ସ୍‌ ପାଇଁ ତାଙ୍କ ପାଖରେ ସମୟ ନାହିଁ ବୋଲି ସେ ନିଜ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ କହିଥାନ୍ତି। ଖୁବ୍‌ ଶୀଘ୍ର ତାଙ୍କର ଅପ୍‌ କମିଂ ଫିଲ୍ମ ବାଗି-୩ ରିଲିଜ୍‌ ହେବ।

Share