ଶ୍ରଦ୍ଧାପୁର ସରପଞ୍ଚ ଉପନିର୍ବାଚନ: ବିଜେଡ଼ି ସମର୍ଥିତ ପ୍ରାର୍ଥୀ ବିଜୟୀ

ଭୋଗରାଇ, ୩୦ା୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ୍‌ ଅଧୀନ ଶ୍ରଦ୍ଧାପୁର ଉପନିର୍ବାଚନରେ ବିଜେଡ଼ି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପଞ୍ଚାନନ କୁଣ୍ଡ ବିଜୟୀ ହୋଇଛନ୍ତି। ଶନିବାର ବ୍ଲକ ପରିସରରେ କଡ଼ା ନିରାପତ୍ତା ମଧ୍ୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ କରାଯାଇଛି। ବିଜୟୀ ପ୍ରାର୍ଥୀ ପଞ୍ଚାନନ କୁଣ୍ଡ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଲକ୍ଷ୍ମୀକାନ୍ତ ପାତ୍ରଙ୍କୁ ୧୮୭ ଖଣ୍ଡରେ ପରାସ୍ତ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବିଷ୍ଣୁପଦ ସୁର ୫ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି। ବିଜୟୀ ସରପଞ୍ଚ ପ୍ରାର୍ଥୀ ପଞ୍ଚାନନ କୁଣ୍ଡ ୧୬୪୯ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ଓ ଭାଜପା ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ପାତ୍ର ୧୪୬୨ ଭୋଟ ପାଇଛନ୍ତି। ସମୁଦାୟ ୩୧୨୮ ପୋଲିଂ ହୋଇଛି। ୧୨ ଖଣ୍ଡ ବାଲାଟ ପେପର ନାକଚ ହୋଇଥିବା ନିର୍ବାଚନ ଅଧିକାରୀ ଦିପ୍ତିରଞ୍ଜନ ସେଠୀ ସୂଚନା ଦେଇଛନ୍ତି। ବିଜୟୀ ସରପଞ୍ଚ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ଧାରା ଓ ବିଧାୟକ ଅନନ୍ତ ଦାସଙ୍କ ଦୃଢ଼ ନେତୃତ୍ୱକୁ ଶ୍ରେୟ ଦେଇଛନ୍ତି। ଅପରପକ୍ଷରେ ସ୍ବାଧୀନ ପ୍ରାର୍ଥୀ ଲକ୍ଷ୍ମୀକାନ୍ତ ପାତ୍ର ଜନମତକୁ ସମ୍ମାନ ଦେବା ସହିତ ୧୨ ନମ୍ବର ଓ ୧୪ ନମ୍ବର ଭୋଟକେନ୍ଦ୍ର ରିଗିଂ ହୋଇଥିବା ଅଭିଯୋଗ କରିଛନ୍ତି।