Categories: ଜାତୀୟ

ଶୌଚାଳୟରେ ରୋଷେଇ ଘର: ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ବାଟବଣା

ଲକ୍ଷ୍ନୌ,୧୮।୧: ସ୍ବଚ୍ଛ ଭାରତ ମିଶନ ନେଇ କେନ୍ଦ୍ର ସରକାର ନାନା ପ୍ରକାର ଉଦ୍ୟମ ଜାରି ରଖିଛନ୍ତି। ତେବେ ଉତ୍ତରପ୍ରଦେଶ ବାରବାଙ୍କିରେ ସ୍ବଚ୍ଛ ଭାରତ ମିଶନ ଅନ୍ତର୍ଗତ ନିର୍ମିତ ହୋଇଥିବା ଏକ ଶୌଚାଳୟ ରୋଷେଇ ଘର ପାଲଟିଥିବା ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାରବାଙ୍କିର ଅକନପୁର ଗାଁରେ ବାସ କରୁଥିବା ରାମ ପ୍ରକାଶଙ୍କର ରହିବା ପାଇଁ ଘର ନ ଥିବାରୁ ସେ ସ୍ବଚ୍ଛ ଭାରତ ମିଶନରେ ଏକ ଶୌଚାଳୟ ନିର୍ମାଣ କରି ଏହାକୁ ରୋଷେଇ ଘର ଭାବେ ବ୍ୟବହାର କରୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ତାଙ୍କୁ ସହାୟତା ମିଳି ନ ଥିବାରୁ ସେମାନେ ବାଧ୍ୟ ହୋଇ ଏପରି କରୁଥିବା ରାମ ପ୍ରକାଶଙ୍କର ସ୍ତ୍ରୀ ମାଳତୀ କହିଛନ୍ତି। ଏନେଇ ଅଭିଯୋଗ ମିଳିବା ପରେ ଜିଲାପାଳ ଡ. ଆଦର୍ଶ ସିଂଙ୍କ ଦ୍ୱାରା ଘଟଣାର ତଦନ୍ତ ଜାରି ରହିଛି।

Share