Categories: ଜାତୀୟ

ଶୌଚାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଓ ଅଶୋକ ଚକ୍ର ଚିହ୍ନଥିବା ଟାଇଲ୍ଦ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଲକ୍ଷ୍ନୌ,୪।୬: ଉତ୍ତରପ୍ରଦେଶରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ବୁଲନ୍ଦସହରରେ ଥିବା ଏକ ସରକାରୀ ଶୌଚାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଏବଂ ରାଷ୍ଟ୍ରୀୟ ଚିହ୍ନ ଅଶୋକ ଚକ୍ର ଚିତ୍ର ଥିବା ଟାଇଲ୍ସର ବ୍ୟବହାର କରାଯାଇଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବା ସହିତ ଏହାର ଫଟୋ ଓ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଟାଇଲ୍ସ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ଏହାର ତଦନ୍ତ ଜାରି ରହିଛି।

Share