ଶୋଭାଯାତ୍ରାରେ ଗଲେ ଗଜାନନ:ଡିଜେ ସାଉଣ୍ଡରେ ଦୁଲୁକିଲା ପରଜଙ୍ଗ

ପରଜଙ୍ଗ,୧୦।୯(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗରେ ସୋମବାର ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୯ଟି ମେଢ଼ ମିଳିତ ଭସାଣିରେ ସାମିଲ ହୋଇଥିଲେ। ରେଡ ନାଇଟ୍‌ କ୍ଲବ, ଜୟ ବଜରଙ୍ଗବାଲି ପୂଜା କମିଟି, ୟୁନାଇଟେଡ କ୍ଲବ, କିଙ୍ଗଷ୍ଟାର ପୂଜା କମିଟି, ଗ୍ରୀନମାକ୍ସ ପୂଜାକମିଟି, ଲାୟନ କ୍ଲବ ପୂଜାକମିଟି, ଦି ଇଗଲ କ୍ଲବ, ପତିତପାବନ ପୂଜା କମିଟି, ପାଟଣା ସାହି ପୂଜା କମିଟି, ବଡ଼ଦାଣ୍ଡ ସାହି ପୂଜା କମିଟିର ମେଢ ଗୁଡ଼ିକ ସୋମବାର ଅପରାହ୍ନରେ ଡାକ୍ତରଖାନାସ୍ଥିତ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ। ପୂର୍ବରୁ ଲଟେରି ମାଧ୍ୟମରେ ଚୟନ ହୋଇଥିବା ମେଢ ଗୁଡ଼ିକ ପର୍ଯ୍ୟାୟକ୍ରମେ ଭସାଣିରେ ବାହାରିଥିଲେ। ଏହି ଅବସରରେ ଡିଜେ ସାଉଣ୍ଡ, ଘୋଡା ନାଚ, ଲଉଡିଖେଳ, ଶିଙ୍ଗ ବାଜାରେ ପରିବେଶ ଦୁଲୁକି ଉଠିଥିଲା। ଏହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ନିମନ୍ତେ ସମସ୍ତ ମେଢର ୪ ଜଣ ଲେଖାଏ କର୍ମକର୍ତ୍ତା, ପରଜଙ୍ଗ ଥାନା ଏସ୍‌ଆଇ ଜନ୍ମେଜୟ ପାତ୍ର, ଏଏସ୍‌ଆଇ ସୋଲଚନା ଘଡେଇ, ପୋଲିସ ଫୋର୍ସ ସହ ହୋମଗାର୍ଡ ସାମିଲ ହୋଇଥିଲେ। ମେଢ଼ ଗୁଡିକ ପରଜଙ୍ଗ ଗାଁ ଦେଇ ବଜାରରେ ପହଞ୍ଚିଲା ପରେ ସେଠାରୁ ମେଢ଼ ଗୁଡିକ ନିକଟସ୍ଥ କେନାଲରେ ବିସର୍ଜନ କରାଯାଇଥିଲା। ମିଳିତ ପୂଜା କମିଟିର କର୍ମକର୍ତ୍ତା ପ୍ରିୟଜିତ ସାମଲ, ତପୁନ ସାମଲ, ଦୀପକ ଗୋଛାୟତ, ଗୁଡୁ ଦଳବେହେରା, ବିକି ପରିଡା, ଆଲୋକ ସାମଲ, ବାପି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।