ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ ଏବଂ ସଞ୍ଜୟ ଖାଣ୍ଡେ। ଆକିବ୍‌ ଓ ବଶରତ୍‌ ପୁଲଓ୍ବାମାର ବାସିନ୍ଦା ଥିବାବେଳେ ସଞ୍ଜୟ ଶୋପିଆନ୍‌ର ବାସିନ୍ଦା ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ ହୋଇଥିଲା। ଆତଙ୍କବାଦୀଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେହିପରି ହନ୍ଦଓ୍ବାଡାରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେଠାରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି।

Share