Categories: Uncategorized

ଶୋଇଥିବା ବେଳେ ୨ ଭାଇଙ୍କୁ କାମୁଡ଼ିଲା ଚିତି: ମା’ କୋଳ ଖାଲି

ଦେବଗଡ଼,୨୫।୭: (ଶଶାଙ୍କ ଶେଖର ଝାଙ୍କର ): ସାପ କାମୁଡାରେ ମଙ୍ଗଳବାର ସକାଳେ ୨ ଭାଇଙ୍କ ମୃତ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୌରାଞ୍ଚଳର ୱାର୍ଡ ନଂ.-୯ ରେ ଥିବା ଜାଙ୍ଗିଲିକୁଦର ଠାରେ । ମୃତ ୨ ନାବାଳକ ହେଲେ ସର୍ବେଶର ଦେହୁରୀଙ୍କ ବଡ଼ ପୁଅ ଗୌରାଙ୍ଗ (୧୪) ଓ ସାନ ପୁଅ ସୌଭାଗ୍ୟ(୮) । ଖବର ମୁତାବକ ସୋମବାର ରାତିରେ ଖାଇ ସାରି ପରିବାର ସଦସ୍ୟଙ୍କ ସହିତ ୨ ଭାଇ ଶୋଇଥିବା ବେଳେ ବିଷାକ୍ତ ଚିତି ସାପ ଗୌରାଙ୍ଗ ଓ ସୌଭାଗ୍ୟଙ୍କୁ କାମୁଡି ଦେଇଥିଲା । ବାପା ସର୍ବେଶର ସେମାନଙ୍କୁ ସାପ କାମୁଡି ଥିବା ଜାଣିବା ପରେ ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସାନଭାଇ ସୌଭାଗ୍ୟଙ୍କୁ ଡାକ୍ତର ମତ୍ୟୁ ଘୋଷଣା କରିଥିବା ବେଳେ ବଡ ଭାଇ ଗୌରାଙ୍ଗର ଚିକିତ୍ସାଧୀନ ଅବସ୍ଥାରେ ମୃତ ଘଟିଥିଲା । ଖବରପାଇ ଦେବଗଡ଼ ଥାନା ପୋଲିସ ମୃତ ଦେହ ଜବତ କରିବା ସହିତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।