ଶେହନାଜଙ୍କ ସ୍ବୟଂମ୍ବର ଦେଖି ରାକ୍ଷୀଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବିଗ୍‌ ବସ ୧୩ ପରେ ଶେହନାଜ ଗିଲ୍‌ଙ୍କ ସ୍ବୟଂମ୍ବର ‘ମୁଝ୍‌ସେ ଶାଦୀ କରୋଗୀ’ ଆରମ୍ଭ ହୋଇଯାଇଛି। ଯେଉଁଥିରେ ପାରସ୍‌ ଛାବ୍‌ଡ଼ା ଏବଂ ଶେହନାଜଙ୍କୁ ବରକନ୍ୟା ଭାବରେ ଦେଖିବାକୁ ମିଳିଛି। ଏପରି ସ୍ବୟଂମ୍ବର ନୂଆ କଥା ନୁହେଁ, କାରଣ ଏହା ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସ୍ବାଓ୍ବନ୍ତ ମଧ୍ୟ ଆରମ୍ଭ କରିଥିଲେ।

ନିଜେ ସିନା ସ୍ବୟଂମ୍ବର କରିଥିଲେ ମାତ୍ର ଶେହନାଜଙ୍କ ସ୍ବୟଂମ୍ବର ଦେଖି ରାକ୍ଷୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାକ୍ଷୀ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ଲୋକେ ମୋତେ କାହିଁକି କପି କରୁଛନ୍ତି ମୁଁ ବୁଝିପାରୁନି। ସେ ଆହୁରି କହିଛନ୍ତି, ଶେହନାଜ ବହୁତ ଭଲ ଝିଅ। ସେ ବହୁତ ସୁନ୍ଦର। କିନ୍ତୁ କ’ଣ ପାଇଁ ସ୍ବୟଂମ୍ବର କରୁଛନ୍ତି।

ଏହି ଶୋ’କୁ ଆଉ ଟିକେ ରୋମାଣ୍ଟିକ୍‌ କରିବା ପାଇଁ ସିଦ୍ଧାର୍ଥ ଶୁକ୍ଳା ଆସିଥିଲେ। ସିଦ୍ଧାର୍ଥଙ୍କୁ ଦେଖି ଶେହନାଜ ତାଙ୍କୁ କୋଳାଗ୍ରତ କରିଥିବା ଦେଖିବାକୁ ମିଳିଥିଲା। ଏହା ପରେ ସିଦ୍ଧାର୍ଥ ଶେହନାଜଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ପାରସ୍‌ ଏବଂ ଶେହନାଜଙ୍କୁ ଶୋ’ରେ ସହଯୋଗ କରିବା ପାଇଁ ସିଦ୍ଧାର୍ଥ ବନ୍ଧୁ ହିସାବରେ ପହଞ୍ଚିଥିଲେ। କିନ୍ତୁ ଶେଷ ନିଷ୍ପତ୍ତି ଶେହନାଜ ଏବଂ ପାରସ୍‌ଙ୍କ ହାତରେ। ସ୍ମରଣ କରିଦେଉଛୁ କି, ଶୋ’ରେ ଶେହନାଜ ବହୁବାର ସିଦ୍ଧାର୍ଥଙ୍କୁ ପ୍ରେମ କରୁଛନ୍ତି ବୋଲି କହି ସାରିଛନ୍ତି।

Share