Categories: ଖେଳ

ଶେଷ ୩୦ ବଲରେ ମାତ୍ର ୪୦ ରନ୍‌:ଧୋନୀ, ଯାଦବଙ୍କ ଉପରେ ଦୋଷ ଲଦିଲେ ପୂର୍ବତନ ଖେଳାଳି

ବର୍ମିଂହାମ, ୧।୭:୨୦୧୯ ଆଇସିସି ବିଶ୍ୱକପରେ ଭାରତୀୟ ଦଳ ପ୍ରଥମ ପରାଜୟବରଣ କରିଛି। ଯଦିଓ ଏହି ପରାଜୟ ଦଳ ପାଇଁ ବେଶୀ କିଛି ପ୍ରଭାବ ପକାଇ ନାହିଁ ତଥାପି ଶେଷ ଓଭର ଆଡକୁ ଭାରତୀୟ ଦଳର ସ୍ଲୋ ବ୍ୟାଟିଂକୁ ପୂର୍ବତନ ଖେଳିମାନେ ନାପସନ୍ଦ କରିଛନ୍ତି। ୩୩୮ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛା କରିଥିବା ଭାରତୀୟ ଦଳକୁ ଶେଷ ୫ ଓଭରରେ ୭୧ ରନ ଆବଶ୍ୟକ ଥିବାବେଳେ ହାତରେ ୫ଟି ଓ୍ବିକେଟ ଥିଲା। କ୍ରିଜ୍‌ରେ ଥିଲେ ମହେନ୍ଦ୍ର ସିଂ ଧୋନୀ ଏବଂ କେଦାର ଯାଦବ। ଉଭୟ କୌଣସି ରିକ୍ସ ନ ଉଠାଇ ବଡ ସର୍ଟ ନ ଖେଳି ଏକ, ଦୁଇ ରନ୍‌ ନେଇ କାମ ଚଳାଇଥିଲେ। ଫଳରେ ଭାରତୀୟ ଦଳ ଶେଷ ୩୦ଟି ବଲରେ ମାତ୍ର ୪୦ ରନ କରିବାକୁ ସମର୍ଥ ହୋଇଥିଲା। ଏଥିରେ ୭ଟି ଡଟ୍‌ ବଲ୍‌, ୨୦ ସିଙ୍ଗଲ୍‌, ୩ଟି ଚୌକା ଏବଂ ଗୋଟିଏ ଛକା ସାମିଲ ଥିଲା। ଯାଦବ ଏବଂ ଧୋନୀଙ୍କ ଧିମା ଇନିଂଶକୁ ସମାଲୋଚନ କରିଛନ୍ତି କ୍ରିକେଟ ଭାଷ୍ୟକାର ହର୍ଷ ଭୋଗଲେ। ସେ କହିଛନ୍ତି, ଭାରତୀୟ ଦଳ ଶେଷଆଡକୁ ନିରାଶାଜନକ ଖେଳିଲା। ସ୍ଲଗ ଓଭରରେ ଗୋଟିଏ ବଲରେ ଗୋଟିଏ ରନ୍‌ କଲେ ଦଳ ଜିତିପାରିବନି ବୋଲି ସେ ମତ ଦେଇଛନ୍ତି। ସେହିପରି ପୂର୍ବତନ ଭାରତୀୟ ଖେଳାଳି ସଞ୍ଜୟ ମଞ୍ଜ୍ରେକର କହିଛନ୍ତି, ଶେଷ ଓଭର ଆଡକୁ ଧୋନୀ ସିଙ୍ଗ୍‌ଲ ନେବା ଆଶ୍ଚର୍ଯ୍ୟ କରିଥିଲା।

Share