Categories: ଖେଳ

ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ୯ ଖେଳାଳି ଆହତ

ସିଡନୀ,୧୨।୧: ବ୍ରିସବେନ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗିଛି। ଭାରତୀୟ କ୍ରିକେଟ ଦଳ ବର୍ଡର-ଗାଭାସ୍କର ଟ୍ରଫିର ଶେଷ ତଥା ଅନ୍ତିମ ମ୍ୟାଚ୍‌ ପୂର୍ବରୁ ଅନ୍ତିମ-୧୧ ଖେଳାଇବାକୁ ନେଇ ଚିନ୍ତାରେ ପଡିଛି। ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟେଷ୍ଟ ସିରିଜରେ ଏପର୍ଯ୍ୟନ୍ତ ୯ ଖେଳାଳି ଆହତ ହୋଇଛନ୍ତି। ଏଥିରେ ମହମ୍ମଦ ଶାମି, ଉମେଶ ଯାଦବ, ରବିନ୍ଦ୍ର ଜାଡେଜା, ହନୁମା ବିହାରୀ ଏବଂ ଜସପ୍ରୀତ ବୁମ୍‌ରାଙ୍କୁ ସିରିଜରୁ ବାଦ ଦିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦ୍ରୁତ ବୋଲିଂର ନେତୃତ୍ୱ ନେଇଥିବା ଜସପ୍ରୀତ ବୁମରା ପେଟ ମାଂସପେଶୀରେ ଆଘାତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରୁ ସେ ବାଦ ପଡିଛନ୍ତି। ଟେଷ୍ଟର ଆଗାମୀ ଘରୋଇ ସିରିଜକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ପରିଚାଳନା ସେମାନଙ୍କ ଆଘାତକୁ ବିପଦରେ ପକାଇବାକୁ ଚାହୁଁନାହଁାନ୍ତି। ଏହା ବ୍ୟତୀତ ରବିଚନ୍ଦ୍ରନ ଅଶ୍ୱିନ, କେ.ଏଲ ରାହୁଲ, ମୟଙ୍କ ଅଗ୍ରୱାଲ ଏବଂ ରିଷଭ ପନ୍ତ ମଧ୍ୟ ଆହତ ହୋଇଛନ୍ତି। ଶେଷ ଟେଷ୍ଟ ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ ଖେଳାଳିଙ୍କ ଆହତ ଟିମ ଇଣ୍ଡିଆ ପାଇଁ ଚିନ୍ତାର ବିଷୟ ହୋଇଛି। ସିଡନୀ ଟେଷ୍ଟର ଅନ୍ତିମ ଦିନରେ ସାଢେ ତିନି ଘଣ୍ଟା ବ୍ୟାଟିଂ କରିବା ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ପିଠି ଟାଣିବା ସମସ୍ୟା ବଢିଯାଇଥିଲା, ଫଳରେ ଭାରତରେ ଆଉ ବିକଳ୍ପ ବାକି ନାହିଁ। ବୁମରାଙ୍କ ଆଘାତ ହେତୁ ଦୁଇଟି ଟେଷ୍ଟ ଖେଳିଥିବା ମହମ୍ମଦ ସିରାଜ ଭାରତୀୟ ଆକ୍ରମଣର ନେତୃତ୍ୱ ନେବେ ଏବଂ ନବଦୀପ ସଇନି, ଶାର୍ଦ୍ଦୁଳ ଠାକୁର ଏବଂ ଟି ନଟରାଜନ ଜାନୁଆରୀ ୧୫ରୁ ବ୍ରିସବେନ ଟେଷ୍ଟରେ ଖେଳିବେ।
ଭାରତର ସମ୍ଭାବ୍ୟ ଖେଳ ୧୧:
ଶୁଭମାନ ଗିଲ, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ଅଜିଙ୍କେ ରାହାଣେ, ରିଷଭ ପନ୍ତ, ରିଦ୍ଧିମାନ ସାହା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଟି ନଟରାଜନ, ନବଦୀପ ସାଇନି ଏବଂ ମହମ୍ମଦ ସିରାଜ

Share