Categories: ଜାତୀୟ

ଶେଷ ଚିଠିରେ କ’ଣ ଲେଖିଥିଲେ ସିଦ୍ଧାର୍ଥ

ବେଙ୍ଗାଲୁରୁ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବାର ଦୁଇ ଦିନ ପରେ ବୁଧବାର କର୍ଣ୍ଣାଟକର ମେଙ୍ଗାଲୁରୁସ୍ଥିତ ନେତ୍ରବତୀ ନଦୀର ଏକ କୂଳରୁ ସକାଳ ୬ଟା ୩୦ରେ ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ୍ୟୁ ପୂର୍ବରୁ ସିଦ୍ଧାର୍ଥ ଏକ ଚିଠି ଲେଖିଥିଲେ। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଜାଣନ୍ତୁ ଉକ୍ତ ଚିଠିରେ କ’ଣ ଲେଖାଥିଲା

ସେ ଚିଠିରେ ଲେଖିଛନ୍ତି, ମୁଁ ଜଣେ ଉଦ୍ୟୋଗପତି ଭାବେ ବିଫଳ ହୋଇଛି। ଦୀର୍ଘ ସମୟ ହେଲା ବିଭିନ୍ନ ସମସ୍ୟା ସହ ଲଢୁଥିଲି, କିନ୍ତୁ ଏତେ ଚାପ ଆଉ ସମ୍ଭାଳି ପାରୁନାହିଁ। ତେଣୁ ସବୁ କିଛି ଛାଡିଦେବାକୁ ସ୍ଥିର କରିଛି। ଏତେ ପରିଶ୍ରମ କରି ମଧ୍ୟ ମୁଁ ଏକ ଲାଭଜନକ ବ୍ୟବସାୟ ମଡେଲ ସୃଷ୍ଟି କରିପାରିଲି ନାହିଁ। ମୋ ଉପରେ ଅହେତୁକ ବିଶ୍ୱାସ ଓ ଆସ୍ଥା ସ୍ଥାପନ କରିଥିବା ଲୋକଙ୍କୁ ମୁଁ କ୍ଷମା ମାଗୁଛି। ସେମାନଙ୍କ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରୁଛି। ଜଣେ ପାର୍ଟନର ମୋ ଉପରେ ଶେୟାର ଫେରାଇ ନେବାକୁ ବାରମ୍ବାର ଚାପ ପକାଉଛନ୍ତି। ୬ ମାସ ତଳେ ମୁଁ ମୋର ଜଣେ ବନ୍ଧୁଙ୍କଠାରୁ ଟଙ୍କା ଉଧାର ଆଣିଥିଲି।  ଏତେ ବଡ଼ ପରିମାଣର ଋଣ ପରିଶୋଧ କରିପାରୁନାହିଁ। କାହାକୁ ଠକିବା ମୋର ଉଦ୍ଦେଶ୍ୟ ନ ଥିଲା। ହେଲେ ଏବେ ମୁଁ ଅସହାୟ ବୋଧ କରୁଛି। ବ୍ୟବସାୟରେ କ୍ଷତି ହେଉଥିବାବେଳେ ବାରମ୍ବାର ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟର ଚଢାଉ ମୋତେ ବୋଶ୍‌ କଷ୍ଟ ଦେଇଛି ବୋଲି ସିଦ୍ଧାର୍ଥ ନିଜ ଶେଷ ଚିଠିରେ କହିଛନ୍ତି।

Share