ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱରେ ଥିଲାବେଳେ ଦୀର୍ଘଦିନରୁ ଭାରତରେ ପ୍ରଚଳିତ ନିର୍ବାଚନ ପଦ୍ଧତିରେ ଅନେକ ସଂସ୍କାର ଆଣି ପାରିଥିଲେ। ଏକଦା ସପତ୍ନିକ ଉତ୍ତରପ୍ରଦେଶ ଗସ୍ତରେ ଥାଆନ୍ତି ସେ। ସଡ଼କପଥରେ ଯାଉଥିବାବେଳେ ପଥପ୍ରାନ୍ତେ ଦୃଷ୍ଟି ଆକର୍ଷଣ କରେ ପ୍ରଲମ୍ବିତ ସୁଶୋଭିତ ଫଳନ୍ତି ଆମ୍ର ଉଦ୍ୟାନମାଳା। ମନକୁ ଆହୁରି ବି ଅଧିକ ମୋହିତ କରୁଥାଏ ଖୁବ୍‌ ସୁନ୍ଦରଭାବେ ସେଥିରେ ଓହଳିଥିବା ପକ୍ଷୀଙ୍କ ନୀଡ଼, ଯେଉଁଥିରେ ପ୍ରତିବିମ୍ବିତ ହେଉଥିଲା କେଉଁଜଣେ କୁଶଳୀ କାରିଗରଙ୍କ ଅପୂର୍ବ କାରୁକାର୍ଯ୍ୟର ନିପୁଣତା। ଶ୍ରୀମତୀ ଶେଷାନଙ୍କ ମନ ଟଳିଲାନାହିଁ ଆଗକୁ ଆଉ ଯିବା ପାଇଁ। ବାଧ୍ୟହୋଇ ସମସ୍ତେ ଓହ୍ଲାଇଲେ ସେଇଠି ଏବଂ ଦଣ୍ଡେ ନିରୀକ୍ଷଣ କଲେ ପ୍ରକୃତିର ମନଲୋଭା ସେହି ଶୋଭାରାଜିକୁ। ଦୁଇଟି ନୀଡ଼ ଘରକୁ ନେଇଯିବାକୁ ତାଙ୍କର ଆଗ୍ରହ ସୃଷ୍ଟିହୁଅନ୍ତେ, ସାଥିରେ ଥିବା ସୁରକ୍ଷାକର୍ମୀମାନେ ପାଖରେ ଗୋରୁ ଚରାଉଥିବା ଜଣେ ବାଳକକୁ ଡାକି ଦୁଇଟି ନୀଡ଼ ଭାଙ୍ଗି ଆଣିବାକୁ ଦଶ ଟଙ୍କା ଧରାଇଦେଲେ। ବାଳକଟି ନମ୍ରତାର ସହିତ ଏହାକୁ ଅସ୍ବୀକାର କରନ୍ତେ, ଶେଷାନ ତାକୁ ପଚାଶ ଟଙ୍କା ବି ଯାଚିଲେ। ସେଇଠୁ ବାଳକଟି ସ୍ପଷ୍ଟଭାବେ କହିଲା – ”ସାହେବ, ଆପଣମାନେ ମୋତେ ଯେତେ ଟଙ୍କା ଦେଲେ ବି ମୁଁ କେବେ ଏମିତି କାମ କରିପାରିବି ନାହିଁ। କାରଣ ନୀଡ଼ ଭିତରେ ଅଛନ୍ତି ସୁକୋମଳ ପକ୍ଷୀ ଶାବକମାନେ। ପିଲାଙ୍କ ପାଇଁ ଆହାର ସନ୍ଧାନରେ ଯାଇଥିବା ମାଆପକ୍ଷୀ ନୀଡ଼କୁ ଫେରିଆସି ଯେତେବେଳେ ଦେଖିବ ତା’ ନୀଡ଼ ସମେତ ଶାବକମାନେ ନାହାନ୍ତି, ସେତେବେଳେ ତା’ର ଅବସ୍ଥା କ’ଣ ହେବ? ଅତି ବିକଳହୋଇ ବିଳାପ କରିବ ନାହିଁ କି? ଏମିତି ହୃଦୟହୀନ କାମ କେବେ କରିପାରିବି ନାହିଁ।“ ଏହି କେଇପଦ କଥା ସେଦିନର ଦୃଢ଼ ପ୍ରଶାସକ ଶେଷାନଙ୍କ ହୃଦୟକୁ ଦୋହଲାଇ ଦେଇଥିଲା। ଗାଈଆଳ ପିଲାଟିର ଏପରି ଉଚ୍ଚଭାବନା, ଉନ୍ନତ ଚିନ୍ତାଧାରାକୁ ମନେମନେ ପ୍ରଣିପାତ ବାଢ଼ିଥିଲେ ସେ। ଉଚ୍ଚତାରେ ନୁହେଁ ବରଂ ଉଚ୍ଚାପଣରେ ହିଁ ଜଣାପଡ଼େ ବ୍ୟକ୍ତିର ଉଚ୍ଚତା। ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କର ଏକ ଉକ୍ତି ବି ଏଠାରେ ଉଲ୍ଲେଖ କରିବା ପ୍ରାସଙ୍ଗିକ ମନେହୁଏ, – ”ପ୍ରାଣୀମାନଙ୍କ ପ୍ରତି ଆଚରଣ ହିଁ ଇଙ୍ଗିତ କରାଇଥାଏ ଗୋଟେ ରାଷ୍ଟ୍ର ବା ଜାତିର ଚେତନାର ସ୍ତର ତଥା ନୈତିକତାର ପ୍ରଗତି ସମ୍ବନ୍ଧେ।“ ସେଦିନର ଏହି ଘଟଣାଟି କିନ୍ତୁ ଶେଷାନଙ୍କ ଅଲିଭା ସ୍ମୃତି ହୋଇ ରହିଯାଇଥିଲା ସାରା ଜୀବନ ପାଇଁ। ଉଦ୍ଦାତ୍ତ ବିଚାରର ମଣିଷ, ସଚ୍ଚୋଟ ପ୍ରଶାସକ ଶେଷାନ ବିି ବିଭିନ୍ନ ସମୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଏହି ଅନୁଭୂତିକୁ ଉଲ୍ଲେଖ କରୁଥିଲେ ଦୁନିଆକୁ ସୁନ୍ଦର ସନ୍ଦେଶ ଦେବାକୁ।
ଜଙ୍ଗଲ (ଅସଜଡ଼ା ବା ଅବହେଳିତ ଇଲାକା) ଅନ୍ଧକାରାଚ୍ଛନ୍ନ, କିନ୍ତୁ ତା’ଭିତରେ ତ ହୀରାର (ଚେତନଶୀଳ ମଣିଷ) ସନ୍ଧାନ ମିଳେ – ଆର୍ଥର ମିଲର। ଏବେ ଆସନ୍ତୁ ତଉଲିବା ଦୁଇଟି ଭିନ୍ନ ଭାବଧାରାକୁ; ସତ୍ୟ ଓ ସଚ୍ଚୋଟତା, ନୀତି ଓ ନୈତିକତାର ନିକିତିରେ। ଗୋଟେପଟେ ପ୍ରତିନିଧିତ୍ୱ କରନ୍ତି ଶେଷାନଶ୍ରେଣୀୟ ଶାସକ-ପ୍ରଶାସକ ତଥା ତାଙ୍କ ସହଯୋଗୀମାନେ, ଯେଉଁମାନେ ଗଣା ହୁଅନ୍ତି ସମାଜର ଜ୍ଞାନୀଗଣ ଏବଂ ଦୁନିଆ ଆଗରେ ଉଭା ହୋଇଥାନ୍ତି ମାନ୍ୟଜନ ଭାବେ। ଅନ୍ୟପଟେ ଅଛନ୍ତି ଗାଈଆଳ ବାଳକ ବା ଅତି ନିମ୍ନଶ୍ରେଣୀର ପ୍ରତିନିଧିମାନେ, ଯେଉଁମାନଙ୍କର ନା ଥାଏ ବିଶେଷ ଶିକ୍ଷା ଅବା ପୂର୍ବୋକ୍ତ ଗୋଷ୍ଠୀଙ୍କ ପରି ସାମାଜିକ ସମ୍ମାନ! କିନ୍ତୁ ଏମାନଙ୍କ ପାଖେ ଯେଉଁ ଚେତନାର ସ୍ତର ଥାଏ, ତାହା କିନ୍ତୁ ନ ଥାଏ ସେହି ମାନ୍ୟଗଣ୍ୟଙ୍କ ନିକଟରେ। ରାସ୍ତାରେ ଗଲାବେଳେ ସାଧାରଣତଃ ଦେଖାଯାଏ, ଦୁର୍ଘଟଣାରେ କ୍ଷତାକ୍ତ ହୋଇ କେହି ପଡ଼ିଥିଲେ ଏହି ବାବୁମାନେ ଯେତେ ପରିମାଣରେ ଦୟା କି ଦରଦଭାବ ପ୍ରକାଶ କରିଥାନ୍ତି, ତା’ଠାରୁ ଅଧିକ କରିଥାନ୍ତି ଦ୍ୱିତୀୟ ବର୍ଗର ମଣିଷମାନେ। ସମ୍ଭ୍ରାନ୍ତ, ସହରୀବାବୁଙ୍କର ଚେତନା ପ୍ରାୟତଃ ଶୋଇ ରହୁଥିବାବେଳେ ଏମାନଙ୍କର ଚେତନା ଚେଇଁ ରହିଥାଏ। ଉଚ୍ଚ ଡିଗ୍ରୀଧାରୀ, ଉଚ୍ଚ ପଦପଦବୀରେ ଆସୀନ ବ୍ୟକ୍ତିମାନଙ୍କ ନଜରରେ ଅତି ମାମୁଲି ମନେ ହେଉଥିବା ବିଶେଷ ଶିକ୍ଷାହୀନ ଏହି ଦରିଦ୍ର ମଣିଷମାନେ ବାସ୍ତବରେ କଦାପି ଛୋଟ ନୁହନ୍ତି। ସେମାନେ ହେଉଛନ୍ତି ମାନବାତ୍ମାର ଏକ ଏକ ଶାଶ୍ୱତ ସତ୍ତା। କ୍ଷମତାସୀନ ଧୃତରାଷ୍ଟ୍ରମାନେ ଏମାନଙ୍କୁ ହୁଏତ ହେୟ ମନେ କରିପାରନ୍ତି, କିନ୍ତୁ ଏମାନେ ହେଉଛନ୍ତି ଜଣେ ଜଣେ ଜୀବନ୍ତ ବିବେକ। କ୍ଷମତାନ୍ଧ ମଣିଷମାନେ ଯେଉଁମାନେ ସ୍ବାର୍ଥର ଅନ୍ଧାରି ଗହ୍ବର ମଧ୍ୟରେ ବାରମ୍ବାର ବାଟ ହୁଡ଼ିଥାନ୍ତି, ସେମାନଙ୍କ ପାଇଁ ଏହି ବିଦୂରମାନେ ହେଉଛନ୍ତି ଚିରନ୍ତନ ଅନିର୍ବାଣ ଦୀପଶିଖା। ଯୁଗେ ଯୁଗେ ଏହି ବିଦୂରମାନେ କେତେବେଳେ ଦାସୀଗର୍ଭରୁ ତ ଆଉକେବେ ଗାଈଆଳ, ଚାଷୀ, ମୂଲିଆ, ଅଭାବୀ ପରିବାରରେ ଜନ୍ମ ନେଇଥାନ୍ତି। ଶିକ୍ଷା, ସମ୍ପତ୍ତିରେ ଏମାନେ ଗରିବ ହୋଇପାରନ୍ତି, କିନ୍ତୁ ବିବେକଯୁକ୍ତ ବିଚାର, ମାନବିକତାରେ ଏମାନେ ସମୃଦ୍ଧ। ସତ୍ତାଲୋଭୀ, ଧୂର୍ତ୍ତ ଦୁର୍ଯ୍ୟୋଧନମାନଙ୍କ ପାଇଁ ଏମାନେ ହୁଏତ ଅଲୋଡା ହୋଇପାରନ୍ତି କିନ୍ତୁ ନ୍ୟାୟବନ୍ତ, ସତ୍ୟନିଷ୍ଠ, ସତପଥୀ ଶ୍ରୀକୃଷ୍ଣମାନଙ୍କ ପାଇଁ ଏମାନେ ଆଦରଣୀୟ। କାରଣ ଏମାନେ ହେଉଛନ୍ତି ସତ୍ୟର ସାରଥି, ପୁଣ୍ୟର ପୂଜକ, ଉଦ୍ଦାତ୍ତଭାବର ଉପାସକ। ସାମାନ୍ୟ ମନେହେଉଥିବା ଗାଈଆଳ ବାଳକ କପିଳାମାନଙ୍କ ଭିତରେ ଛପିକି ରହିଥାଏ ରାଜା କପିଳେନ୍ଦ୍ର ଦେବଙ୍କ ଚେତନା ଓ ଚମକ। ଏଣୁ ଆସନ୍ତୁ, ଅବହେଳିତ ବା ବନ ଇଲାକାରେ ରହୁଥିବା ଏହି ରତ୍ନମାନଙ୍କୁ କେବେ ଅନାଦର କରିବା ନାହିଁ କି ଅଣଦେଖା କରିବା ନାହିଁ।
ଫକୀରମୋହନ ନଗର, ବାଲେଶ୍ୱର
ମୋ: ୯୪୩୭୪୩୬୦୭୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri