ଶେଷରେ ବୁଝିଲେ

ସିନେମାଟିଏ ସାଇନ୍‌ କରିବା ପୂର୍ବରୁ ଶାହରୁଖ ଜୋକ୍‌ କରିବାକୁ ପସନ୍ଦ କରିଥାଆନ୍ତି। ଭାରତୀୟ ହକି ଟିମ୍‌ ଉପରେ ନିର୍ମିତ ଚଳଚ୍ଚିତ୍ର ‘ଚକ୍‌ ଦେ ଇଣ୍ଡିଆ’ର କୋଚ୍‌ ଭୂମିକାରେ ସେ ଅଭିନୟ କରିଥିଲେ। ହେଲେ ଫିଲ୍ମଟି ସାଇନ୍‌ କରିବା ସମୟରେ ଏକ ମଜାଦାର ଘଟଣା ଘଟିଥିଲା। ଏହି କୋଚ୍‌ ଭୂମିକା ପାଇଁ ଜଣେ ନାୟିକା ହିଁ ଫିଟ୍‌ ବୋଲି ସେ କହିଥିଲେ। ଏହା ଶୁଣି କେବଳ ପ୍ରଯୋଜକ ନୁହନ୍ତି ନିର୍ଦ୍ଦେଶକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ହେଲେ କିଛି ସମୟ ପରେ ନିଜେ ଶାହରୁଖ ଏହା ଉପରୁ ପରଦା ହଟାଇ କହିଲେ ଯେ ସେ ଏପରି ଏକ ଭଲ ଭୂମିକାକୁ ନେଇ ଜୋକ୍‌ କରୁଥିଲେ। ଏହି ଫିଲ୍ମଟି ସୁପରହିଟ୍‌ ହେବା ସହ ଟାଇଟଲ ଗୀତଟି ମଧ୍ୟ ବେଶ୍‌ ଶ୍ରୋତାଦୃତ ହୋଇଥିଲା।

Share