ଶେଷଥର ପାଇଁ ଏହି ଅଭିନେତ୍ରୀଙ୍କ ସହ ଫୋନରେ କଥା ହୋଇଥିଲେ ଶ୍ରୀଦେବୀ

ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁକୁ ଦେଢବର୍ଷରୁ ଅଧିକ ହୋଇଯାଇଥିଲେ ମଧ୍ୟ ତାଙ୍କୁ ଆଜି ବି ଭୁଲି ପାରୁନାହାନ୍ତି ସିନେ ଜଗତ। ନିକଟରେ ଶ୍ରୀଦେବୀଙ୍କ ଉପରେ ଲିଖିତ ଏକ ପୁସ୍ତକ ‘ଶ୍ରୀଦେବୀ:ଗର୍ଲ ଓମେନ୍‌ ସୁପରଷ୍ଟାର’ ଉନ୍ମୋଚନ ହୋଇଯାଇଛି। ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଏହି ପୁସ୍ତକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ବଲିଉଡ୍‌ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀଦେବୀଙ୍କୁ ମନେପକାଇ ଦିପିକା କହିଥିଲେ, ୨୦୦୭ରେ ଯେତେବେଳେ ମୁଁ କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୋ ପ୍ରତି ଫିଲ୍ମ ରିଲିଜ୍‌ ପରେ ମୋତେ ଶ୍ରୀଦେବୀ ମେସେଜ କରୁଥିଲେ। ଆଜି ବି ତାଙ୍କ ମେସେଜ୍‌ ମୋ ପାଖେ ଅଛି। ତାଙ୍କ ମୃତ୍ୟୁଦିନ ସେ ମୋ ସହ ଶେଷଥର ପାଇଁ କଥା ହୋଇଥିଲେ। ଘରେ ରହୁଥିବା ଷ୍ଟାଫ୍‌କୁ ନେଇ ଶ୍ରୀଦେବୀ ଚିନ୍ତିତ ଥିଲେ ବୋଲି ସେ କହିଛନ୍ତି। ୨୦୧୮ ମସିହା ଫେବ୍ରୁଆରୀ ୨୪ରେ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସାଉଦିଆରବ ଯାଇଥିବାବେଳେ ବାଥ୍‌ଟବ୍‌ରେ ପଡି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା।

Share