Categories: ଜାତୀୟ

ଶେଷକୃତ୍ୟ ପୂର୍ବରୁ ବଧୂ ବେଶରେ ସଜେଇ ହେଲେ ସୁଷମା

ନୂଆଦିଲ୍ଲୀ, ୭।୮: ଅନ୍ତିମ ଯାତ୍ରାରେ ବାହାରିବା ପୂର୍ବରୁ ବଧୂ ବେଶରେ ସଜେଇ ହୋଇଛନ୍ତି ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜ୍‌। ମଥାରେ ବଡ ବିନ୍ଦି, ଲାଲ ଓଢଣୀରେ ତାଙ୍କୁ ସଜେଇ ଦେଇଛନ୍ତି ଏକମାତ୍ର ଝିଅ ବାଂଶୁରୀ। ସୁଷମା ସବୁବେଳେ ଭାରତୀୟ ନାରୀର ଭୂଷଣ ଶାଢି ଏବଂ ବଡ ବିନ୍ଦି ଲଗାଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏପରିକି ସେ ବହିର୍ବ୍ୟାପାର ମନ୍ତ୍ରୀ ଥିବାବେଳେ ବିଦେଶ ଗସ୍ତରେ ମଧ୍ୟ ସେ ନିଜ ପରିଚୟ ଭୁଲି ନ ଥିଲେ। ସବୁଠି ଶାଢି ଏବଂ ବିନ୍ଦି ଲଗାଇ ବିଶ୍ୱର ବଡ ବଡ ନେତାଙ୍କୁ ଭେଟୁଥିଲେ। ମୃତ୍ୟୁ ପରେ ବି ତାଙ୍କୁ ବଡ ବିନ୍ଦିରେ ସଜେଇ ବିଦାୟ ଦିଆଯାଇଛି।

Share