ଶେରଗଡ଼ ତହସିଲଦାରଙ୍କ ହୋଟେଲ ଫାଷ୍ଟଫୁଡ଼ ଦୋକାନରେ ଚଢ଼ାଉ: ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଚଢ଼ା ଦରରେ ବିକିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ

ଶେରଗଡ଼,୧୭।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ତହସିଲଦାର ଡ.ଦୟାସିନ୍ଧୁ ପରିଡା ଶେରଗଡ଼ ବଜାରରେ ଥିବା ଫାଷ୍ଟଫୁଡ଼ ଦୋକାନ, ହୋଟେଲ, ମଦ ଦୋକାନରେ ଚଢ଼ାଉ କରିଛନ୍ତି। ଶେରଗଡ଼ ଚାରିଛକ, ତିନିଛକ, ବଜାର ଛକ, କାଳିଆ ହୋଟେଲ ଛକରେ ରହି ଲୋକମାନଙ୍କୁ ସଚେତନ କରିବା ସହ ୧୪୪ଧାରା ସଂପର୍କରେ ବୁଝାଇଛନ୍ତି। ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି । ମଙ୍ଗଳବାର ସକାଳେ ତହସିଲଦାର ପରିଡା ତେଜରାତି ଦୋକାନ, ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଦୋକାନକୁ ଛାଡି ଆଉ ସମସ୍ତ ଦୋକାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବା ସହ ବନ୍ଦ ହେଲା ନା ନାହିଁ ଦେଖୁଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଚଢ଼ା ଦରରେ ବିକିଲେ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ବ୍ୟବସାୟୀଙ୍କୁ ଚେତାଇ ଦେଇଛନ୍ତି।