ଶେନ୍‌ଜେନ୍‌ରେ ବିଲେଇ, କୁକୁର ଖାଇବାକୁ ବାରଣ

ଶେନ୍‌ଜେନ୍‌,୩ା୪: ଚାଇନାର ଦକ୍ଷିଣାଞ୍ଚଳ ସହର ତଥା ଟେକ୍ନୋଲୋଜିର ହବ୍‌ କୁହାଯାଉଥିବା ଶେନ୍‌ଜେନ୍‌ରେ ବିଲେଇ ଓ କୁକୁରଙ୍କ ମାଂସ ଖାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ଆସନ୍ତା ମେ ୧ରୁ ଏହା କାର୍ଯ୍ୟକାରୀ ହେବ। ଚାଇନାର ଉହାନ ସହରରୁ କରୋନା ଭାଇରସ୍‌ ସଂକ୍ରମଣ ସାରା ବିଶ୍ୱକୁ ବ୍ୟାପିଛି। ଏହି ଭୂତାଣୁରେ ଇତିମଧ୍ୟରେ ଚାଇନାରେ ୩ ହଜାର ୩୧୮ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସାରା ବିଶ୍ୱରେ ୫୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଆଖିବୁଜିଲେଣି। ସାଢ଼େ ୯ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଛନ୍ତି। ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏବଂ ବନ୍ୟଜନ୍ତୁ ଓ ଅନ୍ୟାନ୍ୟ ପ୍ରାଣୀ କାରବାରକୁ କଡ଼ାକଡ଼ି ଭାବେ ରୋକିବା ପାଇଁ ଶେନ୍‌ଜେନ୍‌ରେ ଏଭଳି ପଦକ୍ଷେପ ନିଆଯାଇଛି। ବହୁ ବୈଜ୍ଞାନିକ ସନ୍ଦେହ କରୁଛନ୍ତି ଯେ, ବନ୍ୟପ୍ରାଣୀଙ୍କଠାରୁ ମଣିଷକୁ କରୋନା ଭାଇରସ୍‌ ବ୍ୟାପିଛି। ପ୍ରଥମ କରି ଉହାନ ସହରରେ ବହୁ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ସେଠାରେ ବିଶାଳ ସାମୁଦ୍ରିକ, ବନ୍ୟ ଓ ଗୃହପାଳିତ ପ୍ରାଣୀଙ୍କ ବଜାର ରହିଛି। ସେଠାରୁ ଲୋକେ କୁକୁର, ବିଲେଇ, ସାପ, ବାଦୁଡ଼ି, ବିଭିନ୍ନ ପ୍ରକାର ପୋକଯୋକ, ପକ୍ଷୀ କିଣି ଖାଇଥାନ୍ତି। ପ୍ରାଚୀନ ସମୟରୁ ବହୁ ଦେଶରେ ଅନ୍ୟ ପ୍ରାଣୀ ଅପେକ୍ଷା କୁକୁର ଓ ବିଲେଇ ସହ ମଣିଷର ଘନିଷ୍ଠ ସମ୍ପର୍କ ରହିଛି। ହଂକଂ, ତାଇଓ୍ବାନ ଓ ବିକଶିତ ଦେଶରେ କୁକୁର, ବିଲେଇ ଭଳି ପୋଷା ପ୍ରାଣୀଙ୍କୁ ମାରି ଖାଇବାକୁ ନିଷେଧ କରାଯାଇଛି। ଗତ ଫେବୃୟାରୀ ଶେଷ ଭାଗରେ ଚାଇନାର ଉପର ବ୍ୟବସ୍ଥାପକ ସଭା ପକ୍ଷରୁ ବନ୍ୟପ୍ରାଣୀ ବାଣିଜ୍ୟ ଓ ଖାଇବା ନିଷିଦ୍ଧ କରାଯାଇଛି। ଏହି ନିଷେଧଜ୍ଞାକୁ ଦେଶର ବିଭିନ୍ନ ରାଜ୍ୟ ଓ ସହର ପ୍ରଶାସନ ପକ୍ଷରୁ ଲାଗୁ କରିବାକୁ ପଦକ୍ଷେପ ନିଆଯାଉଛି। ଏ କ୍ଷେତ୍ରରେ ଅଧିକ ପଦକ୍ଷେପ ସ୍ବରୂପ ଶେନ୍‌ଜେନ୍‌ ସହରରେ ବିଲେଇ ଓ କୁକୁର ମାରି ଖାଇବା ଉପରେ ରୋକ ଲଗାଯାଇଛି। କେବଳ ଚାଇନା ନୁହେଁ, ଏସିଆର ବିଭିନ୍ନ ଅଞ୍ଚଳରେ ଲୋକେ କୁକୁର ମାଂସ ଖାଇଥାନ୍ତି। ଶେନ୍‌ଜେନ୍‌ସ୍ଥିତ ରୋଗ ନିରାକରଣ ଓ ନିୟନ୍ତ୍ରଣ କେନ୍ଦ୍ରର ଜଣେ ଅଧିକାରୀ ଲିୟୁ ଜିଆନପିଙ୍ଗ୍‌ କହିଛନ୍ତି ଯେ, ଲୋକଙ୍କ ପାଇଁ ଉପଲବ୍ଧ କୁକୁଡ଼ା, ପଶୁସମ୍ପଦ ଓ ସାମୁଦ୍ରିକ ଖାଦ୍ୟ ଯଥେଷ୍ଟ। କୁକୁଡ଼ା ଓ ପଶୁସମ୍ପଦ ଅପେକ୍ଷା ବନ୍ୟପ୍ରାଣୀ ଅଧିକ ପୁଷ୍ଟିକର ବୋଲି କୌଣସି ପ୍ରମାଣ ନ ଥିବା ଲିୟୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିଆରୁ ତେଲ କିଣିବା ବନ୍ଦ କରିନାହିଁ ଭାରତ; ଆମେରିକାର ଦାବିକୁ ଖଣ୍ଡନ କଲା ମସ୍କୋ

ନୂଆଦିଲ୍ଲୀ,୧୮।୨: ଭାରତ ଋଷିଆଠାରୁ ତେଲ ଆମଦାନୀ ବନ୍ଦ କରିଥିବା ନେଇ ଆମେରିକାର ଦାବିକୁ ଋଷିଆ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛି। ବୁଧବାର ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri