ଶୃଙ୍ଖଳା ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ

ରାଇକିଆ,୨୩ା୧୨(ଡ଼ି.ଏନ.ଏ)-ଶଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନରେ ସହାୟକ ହୋଇଥାଏ। ଏହା ହିଁ ସଫଳତାର ପ୍ରଥମ ପାହାଚ ଏବଂ ମୂଳଦୂଆ ବୋଲି ଶନିବାର ରାଇକିଆ ସରସ୍ବତୀ ଶିଶୁ ମନ୍ଦିରର ୨୪ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ପରିଚାଳନା କମିଟି ସଭାପତି ରାମକଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବିଡ଼ିଓ ପ୍ରବୀଣ କୁମାର ବାଣୁଆ, ଥାନା ଅଧିକାରୀ ଅଲେଖ ଗରଡ଼ିଆ, ସରପଞ୍ଚ ପଞ୍ଚୁ ପ୍ରଧାନ ଯୋଗ ଦେଇଥିଲେ । ଫୁଲବାଣୀ ସରକାରୀ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଦାମ ଚରଣ ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଯୁଗ୍ମ ସମ୍ପାଦକ ତ୍ରିଲୋଚନ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ହରିହର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କତ କରାଯାଇଥିଲା । ସମ୍ପାଦକ ସତ୍ୟବାନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁମା, ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।