ଶୂନ୍‌ଶାନ ହୋଇପଡ଼ିଛି ଯାଜପୁରରୋଡ୍‌

ଯାଜପୁର ଅଫିସ,୨୨।୩: ଜନତା କର୍ଫ୍ୟୁ ଯୋଗୁ ଯାଜପୁରରୋଡ୍‌ ଶୂନଶାନ ହୋଇପଡ଼ିଛି। କରୋନା ଭୂତାଣୁର ମୁକାବିଲା ପାଇଁ ଜିଲାବାସୀ ସ୍ବତଃପ୍ରବୃତ୍ତ ଭାବେ ସମସ୍ତ ଦେକାନ ବଜାର ବନ୍ଦ କରିଛନ୍ତି। ବଡ଼ବଡ଼ ଶପିଂମଲ୍‌ଠାରୁ ଆରମ୍ଭ କରି ଛୋଟ ଦୋକାନ ମଧ୍ୟ ବନ୍ଦ ରହିଛି। ଏପରିକି ପରିବା ମାର୍କେଟ ସମ୍ପୂର୍ଣ୍ଣ ବନ୍ଦ ଥିବାର ଦେଖାଯାଇଛି। କାଁ ଭାଁ ଛାଡ଼ିଦେଲେ ଲୋକେ ଘରୁ ବାହାରୁ ନାହାନ୍ତି। କେତେକ ଅତ୍ୟାବଶ୍ୟକୀୟ ଦୋକାନ ଓ ମେଡିସିନ୍‌ ଷ୍ଟୋର ଖୋଲା ରହିଥିବା ଦେଖିବାକୁ ମିଳିଛି। ସହରର ଗୋପବନ୍ଧୁ ଛକ, ଦଳାଛକ, ଚୋର୍ଦ୍ଦାଛକ, ଗଣେଶ ମାର୍କେଟ ପ୍ରଭୃତି ଅଞ୍ଚଳ ଜନଶୂନ୍ୟ ହୋଇଛି। ଯାଜପୁରରୋଡ୍‌ ଥାନା ପୋଲିସ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରୁଛି।