Categories: ଫୁରସତ

ଶୁଭ ଅଶୁଭ ସଙ୍କେତ

* ଯେଉଁ ଘରେ ସର୍ବଦା ବିଲେଇ କଳି କରୁଥାନ୍ତି ସେହି ଘରେ ସବୁବେଳେ ବିବାଦ ଲାଗି ରହିଥାଏ ବୋଲି ଲୋକକଥା ରହିଛି।

* ଘର ସମ୍ମୁଖରେ ଗାଈ ଆସି ହମ୍ବାଳିବା ଶୁଭ ବୋଲି କୁହାଯାଏ । ସେହି ଘରକୁ ଖୁବ୍‌ ଶୀଘ୍ର ଖୁସି ଖବର ଆସିବାର ସୂଚନା ମିଳିଥାଏ ।

* ଘର ସାମ୍‌ନାରେ କୁକୁର କାନ୍ଦି ବା ଅଶୁଭ ବୋଲି କୁହାଯାଏ । ଏପରି ହେବା ଦ୍ୱାରା ସେହି ଘରକୁ ବିପଦ ଆସିବାର ସଙ୍କେତ ମିଳିଥାଏ।

* ଯେଉଁ ଘରେ ଏକାସାଙ୍ଗେ ବହୁତ ପରିମାଣରେ କଳା ପିମ୍ପୁଡି ଦେଖାଯାନ୍ତି ସେହି ଘରେ ଐଶ୍ଚର୍ଯ୍ୟ ବୃଦ୍ଧି ହେବା ସହ ଧନ ଲାଭର ସୂଚନା ମଧ୍ୟ ମିଳିଥାଏ ।

* ଘର ପାଖରେ ମୟୂର ଦେଖାଦେବା ଶୁଭ ସଙ୍କେତ ବୋଲି କୁହାଯାଏ। ଘର ଉପରେ ବା ଅଗଣାରେ ମୟୂର ଆସି ବସିବା ଘରକୁ ଖୁସି ଖବର ଆସିବାର ସୂଚନା ମିଳିଥାଏ ।

* ଘରେ ୩-୪ଟି କଙ୍କଡାବିଛା ଏକା ସଙ୍ଗେ ଦେଖାଦେବା ଧନହାନିର ସୂଚନା ଦେଇଥାଏ ।

* କିନ୍ତୁ ଘରେ ଯଦି ହଳଦୀ ରଙ୍ଗର ବିଛା ଦେଖାଦିଏ ତେବେ ଏହା ଧନଲାଭର ସଙ୍କେତ ଦେଇଥାଏ ।

* ଘରେ ଚୁଚୁନ୍ଦ୍ରା ଦେଖାଦେବା ଧନଲାଭର ଶୁଭ ସଙ୍କେତ ଦେଇଥାଏ ।

* ଘର ଉପରେ କୋଇଲି ଉଡିବା ଶୁଭ କୁହାଯାଉଥିବା ବେଳ ଘରେ ପେଚା ବସିବା ଅଶୁଭ ବୋଲି କୁହାଯାଏ ।

* ଛାତ ଉପରେ ବା ଅଗଣାରେ କ୍ଷତବିକ୍ଷତ ଚଢେଇ ଆସି ପଡିବା ଘରକୁ କୌଣସି ବିପଦ ଆସିବାର ସଙ୍କେତ ଦେଇଥାଏ ।

Share